ପ୍ରତ୍ୟକ୍ଷ-ପରୋକ୍ଷ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ : ଉପ ଜିଲାପାଳ

ଭଞ୍ଜନଗର,୧।୭(ବାବୁଲା ପ୍ରଧାନ): ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ବର୍ତ୍ତମାନ ସରଗରମ ରହିଛି। ଶାସକ ଭାଜପା ଓ ବିରୋଧୀ ବିଜେଡି, କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଅନ୍ୟପଟେ ଓଏଏସ୍‌ ସଙ୍ଘ ମଧ୍ୟ ଘଟଣାଟିକୁ ଗୁରୁତର ସହ ନେଇ ଆନ୍ଦୋଳନକୁ ଓହ୍ଲାଇଛି। ଏହିଭଳି ଘଟଣାକୁ ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜଲାପାଳ ଉମା ଶଙ୍କର ବେହେରା ମଧ୍ୟ ଦୃଢ଼ ଭାବେ ମଙ୍ଗଳବାର ନିନ୍ଦା କରିଛନ୍ତି। ଏଥିସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ ସମସ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ। ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତଧ୍‌ମୂଳକ କାର୍ଯ୍ୟନୁଷ୍ଠାନ ନିଆଯାଉ। ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲାରେ ଓଏଏସ୍‌ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଉପ ଜିଲାପାଳ ଉମା ଶଙ୍କର ସୂଚନା ଦେଇଛନ୍ତି।

ଅନ୍ୟପଟେ ଓଏଏସ୍‌, ଓଆର୍‌ଏସ୍‌ ଅଫିସରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଆଜି ଭଞ୍ଜନଗର ଉପ ଜିଲାପାଳ କାର୍ଯ୍ୟାଳୟ, ତହସିଲ, ବ୍ଲକ କାର୍ଯ୍ୟଳୟରେ ପ୍ରଭାବ ଦେଖିବାକୁ ମିଳିଛି। ସାଧାରଣ ଜନତା ଆଜି ସରକାରୀ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଆନ୍ଦୋଳନ ଯଦି ବଢିବ ତେବେ ସମସ୍ୟା ବଢିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା

ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି। ନନ୍ଦନକାନନ...

ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରେ ଲାଗିଲା ନିଆଁ: ଆତଙ୍କରେ ଧାଇଁଲେ ଲୋକେ

ଭୁବନେଶର,୭ା୭: ଭୁବନେଶ୍ୱର ରେଳଷ୍ଟେଶନରେ ହୀରାକୁଦ ଏକ୍ସପ୍ରେସ୍‌ର ଏକ ବଗିରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ନିଅଁା ଲାଗିଯାଇଥିଲା। ନିଆଁରେ ଜଣେ ଯାତ୍ରୀଙ୍କ କିଛି ଆସବାବପତ୍ର ପୋଡ଼ିଯାଇଥିବା...

ସରିଲା ଶ୍ରୀବିଗ୍ରହଙ୍କ ଅଧରପଣା ନୀତି: ନୀଳାଦ୍ରିିବିଜେକୁ ଭକ୍ତଙ୍କ ଅପେକ୍ଷା

ପୁରୀ,୭ା୭(ଅଜିତ୍‌ ମହାନ୍ତି)- ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ...

ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ କୁଜଙ୍ଗ CHCର ଡାକ୍ତର ପ୍ରସାଦ ସେଠୀ, ମାଡି ବସିଲା ଭିଜିଲାନ୍ସ

କୁଜଙ୍ଗ,୭।୭: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ଡାକ୍ତର ଶିବ ପ୍ରସାଦ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଉଥିବା ଧରାଯାଇଛି। ସେ ଜଣେ ଅଭିଯୋଗକାରୀଙ୍କଠାରୁ...

ଘୁମୁସର କରାଟେ ଏକାଡେମୀର ବଡ଼ ସଫଳତା

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ୧୧ତମ ରାଜ୍ୟସ୍ତରୀୟ ସୋଟୋକନ କରାଟେ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଘୁମୁସର କରାଟେ ଏକାଡେମୀକୁ ବଡ ସଫଳତା ମିଳିଛି। ଏକାଡେମୀର...

ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ।...

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍‌ ସହ ୩୮ ଗ୍ରାମ ସୁନା

ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

କୁଟିଆ ଜନଜାତି ମହିଳା ଏକକାଳୀନ ଜନ୍ମଦେଲେ ତିନି ସନ୍ତାନ, କନ୍ଧମାଳରେ ଚର୍ଚ୍ଚା

ତୁମୁଡିବନ୍ଧ,୭।୭(ଦିପକ କୁମାର ପରାସେଠ): କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତରେ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୁଟିଆ ଜନଜାତିର ଜଣେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri