Posted inରାଜ୍ୟ

୨୦୨୪ ପାଇଁ ପ୍ରସ୍ତୁତ ହେଲେଣି ସବୁ ଦଳ

ଭୁବନେଶ୍ବର,୧୫ା୧୨(ବ୍ୟୁରୋ): ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମୟ ପୂର୍ବରୁ ହୋଇପାରେ ବୋଲି ରାଜନୈତିକ ମହଲରେ ଏକ ପ୍ରକାର ଚର୍ଚ୍ଚା ଚାଲିଛି। ତେବେ ଏଭଳି ସ୍ଥିତିରେ ସବୁ ଦଳ ନିଜ ନିଜର ସଙ୍ଗଠନ ସଜାଡ଼ିବା ଲାଗି ଉଦ୍ୟମ ଆରମ୍ଭ କରିବାକୁ ଯାଉଥିବା ଜଣାପଡ଼ିଛି। ଗୋଟିଏ ପଟେ ଭାଜପା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆସନ୍ତା ୧୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ୨୦୨୪ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବେ। ଏନେଇ ଦଳର କୋର୍‌ କମିଟି ସହିତ ଏକ ବୈଠକ କରିବେ। ଏଥିରେ ଜିଲା ପ୍ରଭାରୀ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ରହିବେ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ସେହିପରି କଂଗ୍ରେସର ଆସନ୍ତା ୧୮ରେ ରାଜ୍ୟର ସବୁ ଜିଲା ସଭାପତି, ବିଧାୟକ, ଏମ୍‌ପି ଏବଂ ବରିଷ୍ଠ ନେତାମାନଙ୍କ ସହ ବୈଠକ ହେବ ବୋଲି ଜଣାପଡ଼ିଛି। ତେବେ ଶାସକ ଦଳ ମଧ୍ୟ ଏବେଠାରୁ ୨୦୨୪ ପାଇଁ ତା’ର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲାଣି। ଏହାକୁ ନଜରରେ ରଖି ବୋଧହୁଏ ଦଳର ବିଧାୟକ ସୁଶାନ୍ତ ସିଂ ଦଳ ଆସନ୍ତା ସାଧାରଣ ନିର୍ବାଚନରେ ୧୨୫ ଆସନ ଦଖଲ କରିବ ବୋଲି ଗଣମାଧ୍ୟମ ଆଗରେ ଦୃଢ଼ୋକ୍ତି ଦେଖାଉଛନ୍ତି। ତେବେ ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ଦେଖି ହିଁ ସବୁ ଦଳ ନିଜର ସଙ୍ଗଠନ ସଜାଡ଼ିବାକୁ ଯୋଜନା କରିଛନ୍ତି। ଶାସକ ଦଳ ଲାଗି ଆସନ୍ତା ନିର୍ବାଚନରେ ଟିକେଟ ବଣ୍ଟନ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଥିବା ବେଳେ ଦଳରେ ଏହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ଗୁରୁବାର ନବୀନ ନିବାସରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଯାଇ ଏହି ନିର୍ବାଚନମଣ୍ଡଳୀ ଭୋଟରଙ୍କୁ ଧନ୍ୟବାଦ ଦେବା ସହ ୨୦୨୪ ପୂର୍ବରୁ ଏହା ପ୍ରଚାର ଆରମ୍ଭ ବୋଲି ବିରୋଧୀଙ୍କୁ ବାର୍ତ୍ତା ହେବା ନେଇ ଚର୍ଚ୍ଚା ହେଉଛି।

ତେବେ ଆଗୁଆ ନିର୍ବାଚନ କଥାକୁ ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି, ଯାହାର ପ୍ରତି ନିର୍ବାଚନମଣ୍ଡଳୀରେ ଲୋକପ୍ରିୟତା ଥିବ, ଯିଏ ଭୋଟରଙ୍କ ସୁଖଦୁଃଖରେ ଠିଆ ହେଉଥିବ ଏବଂ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ କୌଣସି ପ୍ରକାର ପ୍ରଭାବିତ ନ ହୋଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ଦେବେ। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ୧୪୭ ନିର୍ବାଚନମଣ୍ଡଳୀର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସୁଶାନ୍ତ କହିଛନ୍ତି।
ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆଗାମୀ ଦିନରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଚିନ୍ତା, ମାନସମନ୍ଥନ ଏବଂ ପ୍ରକ୍ରିୟା ଚାଲିଛି। ସଙ୍ଗଠନ ଉପରେ ଏବଂ ଅପରାଗ ସରକାର ବିରୋଧରେ ଆନ୍ଦୋଳନ ଦିଗରେ ମଧ୍ୟ ଫୋକସ୍‌ ରହିଛି। ୨୦୨୪ ପରିବର୍ତ୍ତନର ବର୍ଷ ହେବ ବୋଲି ହରିଚନ୍ଦନ କହିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି, ଏଆଇସିସି( ଅଖିଳ ଭାରତ କଂଗ୍ରେସ କମିଟି) ସଭାପତି ମଲିକାର୍ଜୁନ ଖାର୍ଗେ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁମାନେ ରାଜ୍ୟଗୁଡ଼ିକର ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି ସେମାନେ ମାସକୁ ଅନୂ୍ୟନ ୧୦ ଦିନ ସେଠାରେ ରହି ସଙ୍ଗଠନ କଥା ବୁଝିବେ। ୧୮ରେ ଦଳର ବରିଷ୍ଠ ନେତା, ଜିଲା ସଭାପତିମାନଙ୍କୁ ଡାକି ସଙ୍ଗଠନ କଥା ବୁଝିବେ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନସାଧାରଣଙ୍କୁ ଶକ୍ତି ବିଭାଗର ନିବେଦନ:ମେନ୍ ସୁଇଜ୍ ନୁହେଁ, କେବଳ ଲାଇଟ୍ ସୁଇଜ୍ ବନ୍ଦ କରନ୍ତୁ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତି ୯ଟାରେ ସ୍ୱେଚ୍ଛାକୃତ ଭାବେ ଘର ଲାଇଟ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି...

ଆଜି ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ଅପରାହ୍ନ ସାଢ଼େ ୧୧ଟାରୁ ବୋର୍ଡର ୨ଟି ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ଏହି ୱେବ୍‌ସାଇଟ୍‌...

ପରିବହନ ବନ୍ଦ ବିରୋଧରେ ଧାରଣା:ପ୍ରଶାସନ ସହ ଆଲୋଚନା ବିଫଳ

ଅନୁଗୋଳ ଅଫିସ, ୨୯ା୧୦ କୋଇଲା ପରିବହନ ନେଇ ବିବାଦ ଯୋଗୁ ତାଳଚେରଠାରେ ଥିବା ଏମ୍‌ସିଏଲ୍‌ର ବଳରାମ ଖଣି ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି।...

ପୋଲିସ ଟାର୍ଗେଟରେ ଫେରାର ୨୨

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜଧାନୀରେ ନୂଆ ଅପରାଧ ସାମ୍ରାଜ୍ୟ ଗଢ଼ିଥିବା କେବିଏନ୍‌ ଗ୍ୟାଙ୍ଗ୍‌ ଏବେ କମିଶନରେଟ ପୋଲିସର ନିଦ ହଜାଇଛି। ବନ୍ଧୁକ, ଖଣ୍ଡା, ଭୁଜାଲି ବୁଲାଇ ଭୟ ଓ...

କପିଳାସ ଆଣିବାକୁ ମସୁଧା

ଢେଙ୍କାନାଳ ଅଫିସ,୨୮ା୧ କିଛି ଦିନ ତଳେ ତାଳଚେରରେ ଉପଦ୍ରବ କରୁଥିବା ନରହନ୍ତା ଦନ୍ତାକୁ କପିଳାସ କପିଳାସ ଚିଡିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରକୁ ଅଣାଯାଇଥିବାବେଳେ...

ପରଲୋକରେ ନିତ୍ୟାନନ୍ଦ ଶତପଥୀ

ଭୁବନେଶ୍ୱର,୪।୬: (ବ୍ୟୁରୋ):ବିଶିଷ୍ଟ ସାହିତି୍ୟକ, ପ୍ରାବନ୍ଧିକ ଏବଂ ସମାଲୋଚକ ନିତ୍ୟାନନ୍ଦ ଶତପଥୀ ଆଉ ନାହାନ୍ତି। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ବୁଧବାର ପୂର୍ବାହ୍ନ ୯ଟା ୧୫ରେ ତାଙ୍କର...

ବିବାହ ମଣ୍ଡପରେ ବୁଲିଲା ବୁଲ୍‌ଡୋଜର

ବଲାଙ୍ଗୀର ଅଫିସ,୨୨ା୩: ବଲାଙ୍ଗୀର ସହର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟସ୍ଥିତ ଆର୍ଯ୍ୟ ପ୍ୟାଲେସ ନାମକ ଏକ ବିବାହ ମଣ୍ଡପରେ ବୁଲ୍‌ଡୋଜର ବୁଲିଛି। ବୁଧବାର ବଲାଙ୍ଗୀର ପୋଲିସ ଏବଂ ପ୍ରଶାସନିକ...

ମଣ୍ଡଳ କାରାଗାରରେ ହେବ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ

ବ୍ରହ୍ମପୁର ଅଫିସ ,୨୬ା୭ – ମଣ୍ଡଳ କାରାଗାରରେ ଏକ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ଆରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସେଠାରେ ୫୦ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା...

Advertisement
Archives

Model This Week