ସେପ୍ଟେମ୍ବର ୫ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ ଟିକା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଚାଲିଥିବା ଟିକାକରଣରେ ଶିକ୍ଷକମାନଙ୍କୁ ଅଗ୍ରାଧିକାର ଦିଆଯିବ। ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଚିଠି ଲେଖିବା ପରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କେତେ ଶିକ୍ଷକ ଟିକା ନେଇଛନ୍ତି ଏବଂ କେତେ ନେଇନାହାନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ ପାଇଁ ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ବତନ୍ତ୍ର ଡ୍ରାଇଭ୍‌ ଜରିଆରେ ୟୁ-ଡାଇସ ପ୍ଲସ୍‌ ସଫ୍ଟେୱେର ମାଧ୍ୟମରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ସମନ୍ବୟରେ ଟିକାକରଣ କରାଯିବ। ଏଥିପାଇଁ ଆସନ୍ତା ୨୭ ତାରିଖରୁ ଅତିରିକ୍ତ ୧୧ ଲକ୍ଷ ଟିକା ଆସିବା ପରେ ଟିକାକରଣ କାର୍ଯ୍ୟ ଆରମ୍ଭ ହେବ। ଏହି ୧୧ ଲକ୍ଷ ମଧ୍ୟରୁ ୯ ଲକ୍ଷ ୯୨ ହଜାର ୩୮୦ କୋଭିସିଲଡ୍‌ ଓ ୧ ଲକ୍ଷ ୨୪ ହଜାର କୋଭାକ୍ସିନ ଟିକା ଆସିବ। ସେପ୍ଟେମ୍ବର ୫ ମଧ୍ୟରେ ସମସ୍ତ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। କରୋନା ମହାମାରୀର ତୃତୀୟ ଲହର ଆସିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଲେଣି। ଏପରିସ୍ଥଳେ ରାଜ୍ୟର ୧୩ ଲକ୍ଷ ଲୋକଙ୍କୁ ଏବେ ସୁଦ୍ଧା କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଇ ପାରିନାହିଁ। ସ୍ବାସ୍ଥ୍ୟବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୧୨ ଲକ୍ଷ ୯୫ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ଅପେକ୍ଷା କରି ରହିଛନ୍ତି। ତେବେ ଏତେ ସଂଖ୍ୟକ ଲୋକ କିପରି ସେମାନଙ୍କ ଦ୍ୱିତୀୟ ଡୋଜ ନେଇ ପାରିଲେ ନାହିଁ ସେ ବିଷୟରେ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ସୁଦ୍ଧା ରାଜ୍ୟରେ ତୃତୀୟ ଲହର ଆସିବା ନେଇ ଆଶଙ୍କା ରହିଛି। ସେହି ସମୟରେ ଦୈନିକ ସଂକ୍ରମଣ ୧୪ ହଜାର ଟପିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁମାନ କରୁଛନ୍ତି। ଏଥିରେ ଶିଶୁମାନେ ମଧ୍ୟ ଅଧିକ ସଂଖ୍ୟାରେ ସଂକ୍ରମିତ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମାବର୍ତ୍ତନ ଉତ୍ସବରେ ପାରମ୍ପରିକ ବସ୍ତ୍ର ପିନ୍ଧିବେ ଶିକ୍ଷାର୍ଥୀ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକର କନ୍‌ଭୋକେଶନ ବା ସମାବର୍ତ୍ତନ ଉତ୍ସବରେ ଏଣିକି ପିଲାମାନେ ପିନ୍ଧିବେ ପାରମ୍ପରିକ ହସ୍ତତନ୍ତ ପୋଷାକ। ବ୍ରିଟିଶ ଷ୍ଟାଇଲ୍‌ରେ ସେରିମନିଆଲ୍‌ ରୋବ୍‌ସ...

ସୃଜନଶୀଳତାର ଅନ୍ୟ ନାମ ଅରୁଣିମା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଛି। ୩ରୁ ୬ବର୍ଷ...

ଅକ୍ଟୋବରରେ ଖୋଲିପାରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର,୨୭ା୯(ବ୍ୟୁରୋ): କୋଭିଡ୍‌ କଟକଣା ଭିତରେ ଅକ୍ଟୋବରରୁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲାଯିବା ନେଇ ଯୋଜନା ଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।...

ଶେଷ ହେଲା ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’; ପୁରସ୍କୃତ ହେଲେ ଓଡ଼ିଶାର ୩୯ ପ୍ରତିଷ୍ଠିତ ବ୍ୟବସାୟୀ

ଭୁବନେଶ୍ୱର,୨।୪(ବ୍ୟୁରୋ): ଶେଷ ହୋଇଛି ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୨’। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ...

ଶିକ୍ଷକଙ୍କ ଦଣ୍ଡ: ୧୦୦ ଥର ଉଠ୍‌ବସ୍‌ ହୋଇ ୮ ଛାତ୍ରୀ ଅସୁସ୍ଥ

ବଲାଙ୍ଗୀର ଅଫିସ,୧୧ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ସୁନାମୁଦି ବାପୁଜୀ ହାଇସ୍କୁଲରେ ସୋମବାର ସକାଳେ ସ୍କୁଲରେ ୮ ଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ...

କରୋନା ମୁକାବିଲା: ଓଡ଼ିଶା ପାଇଁ ଅଧିକ ଅନୁଦାନ ଦାବିକଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୧୦ା୪: କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଦେଶର ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ...

ଆଇନଜୀବୀଙ୍କୁ ଆକ୍ରମଣ, ୨ ଅଟକ

ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର କଚେରି ପରିସରରେ ଥିବା ବାର୍‌ ଆସୋସିଏଶନ ଅଫିସ୍‌ରେ ଶୁକ୍ରବାର ଅପରାହ୍ନରେ ଆଇନଜୀବୀ ଭବେନ୍ଦୁ ଶେଖର ଉପାଧ୍ୟାୟଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏହି ସମୟରେ...

୫ ବର୍ଷରେ ଲାଗିଛି ୫୦ ହଜାର ଚାରା

  ବଅଁରପାଳ,୨୨ା୭(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ସେଥିମଧ୍ୟରୁ...

Advertisement
Archives

Model This Week