Posted inଖେଳ

ସବୁ ସ୍ପିନର୍‌ ବିବାହ କରିବା ଉଚିତ୍‌; କାହିଁକି ଏମିତି କହିଲେ ଚହଲ

ଭାରତୀୟ ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଅନ୍ୟ କ୍ରିକେଟରଙ୍କ ପୋଷ୍ଟ ଉପରେ ମଜାଳିଆ ମନ୍ତବ୍ୟ ଦିଅନ୍ତି। ସେ ନିଜେ ବହୁତ ସକ୍ରିୟ ରୁହନ୍ତି, ତାଙ୍କ ସ୍ତ୍ରୀ ଧନଶ୍ରୀ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସହ ଡ୍ୟାନ୍ସ ଭିଡିଓ ଶେୟାର କରନ୍ତି। ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରୁଥିବାବେଳେ ଚହଲ ବିବାହ ବିଷୟରେ କହିଥିଲେ। ସେ କହିଛନ୍ତି ଯେ, ପ୍ରତ୍ୟେକ ସ୍ପିନରଙ୍କୁ ବିବାହ କରିବା ଉଚିତ୍‌। ଭିଡିଓରେ ଧନଶ୍ରୀ ବର୍ମା ମଧ୍ୟ ତାଙ୍କ ସହ ଉପସ୍ଥିତ ଅଛନ୍ତି। ଏହି ଭିଡିଓ ଉପରେ ଆଫଗାନିସ୍ତାନ ସ୍ପିନର ରସିଦ ଖାନ ଏକ ମଜାଦାର ମନ୍ତବ୍ୟ ଦେଇଛନ୍ତି।
ଲେଗ ସ୍ପିନର ଚହଲ ଇନଷ୍ଟାଗ୍ରାମରେ ଧନଶ୍ରୀଙ୍କ ସହ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି। ସେ ଏକ ନୂଆ ଭିଡିଓ ଆପକୁ ଆସିବା ବିଷୟରେ ମଧ୍ୟ କହିଥିଲେ। ଭିଡିଓରେ ଚାହଲ କହିଛନ୍ତି, ମୁଁ ଭାବୁଛି ପ୍ରତ୍ୟେକ ସ୍ପିନର ବିବାହ କରିବା ଉଚିତ୍‌, ଯେଉଁଥିରେ ଧନଶ୍ରୀ ଉତ୍ତର ଦେଇ କହିଥିଲେ, ବିବାହ ଠିକ ଅଛି କିନ୍ତୁ ପ୍ରତ୍ୟେକ ସ୍ପିନର କାହିଁକି? ଆଖି ପିଛୁଳାକେ ଚହଲ ଉତ୍ତର ଦେଲେ, କାରଣ ମୁଁ ମୋ ସ୍ତ୍ରୀଙ୍କଠାରୁ ଗୁଗଲି ଶିଖିଥିଲି। ଆଫଗାନିସ୍ତାନର ଷ୍ଟାର ସ୍ପିନର ରସିଦ ଖାନ ମଧ୍ୟ ଏହାର ଜବାବ ଦେଇଛନ୍ତି। ରସିଦ ଲେଖିଛନ୍ତି ଯେ ସେ ବିବାହ ନକରି ଗୁଗଲି କିପରି ଜାଣନ୍ତି। ସେ ଏକ ହସୁଥିବା ଇମୋଜି ମଧ୍ୟ ପୋଷ୍ଟ କରିଥିଲେ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୩.୫ ଲକ୍ଷରୁ ଅଧିକ ଥର ଦେଖାଯାଇଥିବାବେଳେ ୧୭୦୦ରୁ ଅଧିକ କମେଣ୍ଟ ଦିଆଯାଇଛି।

rashid khan


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଚାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri