Posted inଖେଳ

ସବୁ ସ୍ପିନର୍‌ ବିବାହ କରିବା ଉଚିତ୍‌; କାହିଁକି ଏମିତି କହିଲେ ଚହଲ

ଭାରତୀୟ ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଅନ୍ୟ କ୍ରିକେଟରଙ୍କ ପୋଷ୍ଟ ଉପରେ ମଜାଳିଆ ମନ୍ତବ୍ୟ ଦିଅନ୍ତି। ସେ ନିଜେ ବହୁତ ସକ୍ରିୟ ରୁହନ୍ତି, ତାଙ୍କ ସ୍ତ୍ରୀ ଧନଶ୍ରୀ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସହ ଡ୍ୟାନ୍ସ ଭିଡିଓ ଶେୟାର କରନ୍ତି। ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରୁଥିବାବେଳେ ଚହଲ ବିବାହ ବିଷୟରେ କହିଥିଲେ। ସେ କହିଛନ୍ତି ଯେ, ପ୍ରତ୍ୟେକ ସ୍ପିନରଙ୍କୁ ବିବାହ କରିବା ଉଚିତ୍‌। ଭିଡିଓରେ ଧନଶ୍ରୀ ବର୍ମା ମଧ୍ୟ ତାଙ୍କ ସହ ଉପସ୍ଥିତ ଅଛନ୍ତି। ଏହି ଭିଡିଓ ଉପରେ ଆଫଗାନିସ୍ତାନ ସ୍ପିନର ରସିଦ ଖାନ ଏକ ମଜାଦାର ମନ୍ତବ୍ୟ ଦେଇଛନ୍ତି।
ଲେଗ ସ୍ପିନର ଚହଲ ଇନଷ୍ଟାଗ୍ରାମରେ ଧନଶ୍ରୀଙ୍କ ସହ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି। ସେ ଏକ ନୂଆ ଭିଡିଓ ଆପକୁ ଆସିବା ବିଷୟରେ ମଧ୍ୟ କହିଥିଲେ। ଭିଡିଓରେ ଚାହଲ କହିଛନ୍ତି, ମୁଁ ଭାବୁଛି ପ୍ରତ୍ୟେକ ସ୍ପିନର ବିବାହ କରିବା ଉଚିତ୍‌, ଯେଉଁଥିରେ ଧନଶ୍ରୀ ଉତ୍ତର ଦେଇ କହିଥିଲେ, ବିବାହ ଠିକ ଅଛି କିନ୍ତୁ ପ୍ରତ୍ୟେକ ସ୍ପିନର କାହିଁକି? ଆଖି ପିଛୁଳାକେ ଚହଲ ଉତ୍ତର ଦେଲେ, କାରଣ ମୁଁ ମୋ ସ୍ତ୍ରୀଙ୍କଠାରୁ ଗୁଗଲି ଶିଖିଥିଲି। ଆଫଗାନିସ୍ତାନର ଷ୍ଟାର ସ୍ପିନର ରସିଦ ଖାନ ମଧ୍ୟ ଏହାର ଜବାବ ଦେଇଛନ୍ତି। ରସିଦ ଲେଖିଛନ୍ତି ଯେ ସେ ବିବାହ ନକରି ଗୁଗଲି କିପରି ଜାଣନ୍ତି। ସେ ଏକ ହସୁଥିବା ଇମୋଜି ମଧ୍ୟ ପୋଷ୍ଟ କରିଥିଲେ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୩.୫ ଲକ୍ଷରୁ ଅଧିକ ଥର ଦେଖାଯାଇଥିବାବେଳେ ୧୭୦୦ରୁ ଅଧିକ କମେଣ୍ଟ ଦିଆଯାଇଛି।

rashid khan


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ପର୍ଯ୍ୟାୟରେ ଭାଗନେଲେ ୩୫୮

ଭୁବନେଶ୍ୱର, ୬।୭ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ପେସ୍‌ ବୋଲର ପ୍ରତିଭା ଅନ୍ବେଷଣ ଶିବିର (ପ୍ରଥମ ପର୍ଯ୍ୟାୟ) ବୁଧବାର କଟକର ବାରବାଟୀ...

ରାଜେଶ ସିଏସ୍‌କେର ନେଟ୍‌ ବୋଲର

ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଓଡ଼ିଶା ଖେଳାଳିମାନେ ନିକଟ ଅତୀତରେ ଖେଳିବାରେ ସକ୍ଷମ ହୋଇନାହାନ୍ତି। ନିଲାମ ପ୍ରକ୍ରିୟାରେ ମଧ୍ୟ ସେମାନେ ସାମିଲ...

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ

ନୂଆଦିଲ୍ଲୀ,୨୮।୧୦: ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ପରାଜୟ ପରେ ଟିମ ଇଣ୍ଡିଆର ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ...

କ୍ରିକେଟ୍‌ ଇତିହାସରେ ଏମିତି ରେକର୍ଡ, ଯାହା ଆଜି ବି ଅତୁଟ

କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଚାଲର୍‌ସ ଲାରା କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ରେକର୍ଡ କରିବା ସହିତ ସେ ଅନେକ ମହାନ କ୍ରିକେଟରଙ୍କ ରେକର୍ଡ...

ଭାରତରେ ବିପକ୍ଷରେ ଟେଷ୍ଟ ନ ଖେଳିବା ଦୁର୍ଭାଗ୍ୟଜନକ: ୟାସିର ଶାହ

କରାଚୀ, ୧୬ା୧୨ (ପି.ଟି.)-ଭାରତ ବିପକ୍ଷରେ ବିଶେଷ କରି ଏକ ଦିବାରାତ୍ର ଟେଷ୍ଟ ନ ଖେଳିବା ମୋ ପାଇଁ ଦୁର୍ଭାଗ୍ୟଜନକ ବୋଲି ପାକିସ୍ତାନ ଲେଗ୍‌ ସ୍ପିନର ୟାସିର...

ଟାଇଟଲ ବଜାୟ ଲକ୍ଷ୍ୟରେ ବେଙ୍ଗାଲୁରୁ ଏଫ୍‌ସି

ବେଙ୍ଗାଲୁରୁ, ୨୦ା୧୦ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି ଏହାର ପ୍ରଥମ ମ୍ୟାଚ ସୋମବାର ନର୍ଥଇଷ୍ଟ ୟୁନାଇଟେଡ୍‌ ବିପକ୍ଷରେ ଖେଳିବ।...

‌ବିଦେଶରେ ରହିଛି ଏହି ଭାରତୀୟ କ୍ରିକେଟରଙ୍କ ନାଁରେ ରାସ୍ତା

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ଅଧିନାୟକ ବିରାଟ କୋହଲି ଏବଂ ୧୯୮୩ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଲ ଦେବ ନାଁରେ ବିଦେଶରେ ରାସ୍ତା ରହିଛି। ଅଷ୍ଟ୍ରେଲିଆର ପଶ୍ଚିମ...

ଆଇପିଏଲ୍‌ ପୂର୍ବରୁ ଜୀବନର ନୂଆ ଇନିଂସ ଆରମ୍ଭ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୯।୩: ଅଷ୍ଟ୍ରେଲିୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ ତାଙ୍କ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ବ୍ୟକ୍ତିଗତ ସମାରୋହରେ ଭାରତୀୟ ମୂଳ...

Advertisement
Archives

Model This Week