Posted inଜାତୀୟ

ଦଲାଇ ଲାମାଙ୍କୁ ଭାରତ ରତ୍ନ ପାଇଁ ଦାବି କଲା ସର୍ବଦଳୀୟ ସଂସଦୀୟ ଫୋରମ…

ନୂଆଦିଲ୍ଲୀ, ୨୦।୮ :ଦଲାଇ ଲାମାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଭାରତୀୟ ସର୍ବଦଳୀୟ ସଂସଦୀୟ ଫୋରମ ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କୁ ଏନେଇ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛି। ଏହାର ସଂଯୋଜକ ବିଜେଡି ଏମ୍‌ପି ସୁଜିତ କୁମାର ଶନିବାର ଏହା କହିଛନ୍ତି। ତାଇୱାନ ଷ୍ଟ୍ରାଇଟ ପ୍ରସଙ୍ଗରେ ଚାଇନାର ସାମରିକ ଅଭ୍ୟାସ ନେଇ ଫୋରମର କିଛି ସଦସ୍ୟ ତାଇୱାନ ସହ ଏକାଠି ହେବା ଲାଗି ପ୍ରକାଶ କରିଛନ୍ତି। ଆମେରିକାର ସିନେଟ ବାଚସ୍ପତି ନାନସୀ ପେଲୋସିଙ୍କ ତାଇପେଇ ଗସ୍ତ ପରଠାରୁ ଚାଇନା ତାଇୱାନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। କୁମାର କହିଛନ୍ତି ଯେ ଏହି ଫୋରମ ତିବ୍ଦତୀୟ ଗଣତନ୍ତ୍ର ଦିବସରେ ଧର୍ମଶାଳାରେ ଦଲାଇ ଲାମାଙ୍କୁ ଭେଟିବାକୁ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନେବ। ଫୋରମର ସଦସ୍ୟମାନେ ନିର୍ବାସିତ ତିବ୍ଦତୀୟ ସରକାରଙ୍କ ଅଧିବେଶନରେ ଯୋଗଦେବେ।

ସଂସଦର ଏହି ଅନୌପଚାରିକ ଦଳ୨୨ ଜଣ ସଦସ୍ୟଙ୍କୁ ନେଇ ଗଠିତ । ନିର୍ବାସିତ ତିବ୍ଦତୀୟ ସରକାରଙ୍କ ଅଧିବେଶନ ୭ ସେପ୍ଟେମ୍ବରରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନିକଟରେ ତିବ୍ଦତ ପାଇଁ ଅଲ-ପାର୍ଟି ଇଣ୍ଡିଆନ ସଂସଦୀୟ ଫୋରମର ସଂଯୋଜକ ଭାବେ ନିଯୁକ୍ତ ସୁଜିତ କୁମାର କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ଏହି ଦଳ ପ୍ରାୟ ସୁପ୍ତ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ପୁନର୍ଜୀବିତ କରାଯାଉଛି। ଯେତେବେଳେ ଜର୍ଜ ଫର୍ନାଣ୍ଡିସ ଏହାର ସଂଯୋଜକ ଥିଲେ ସେତେବେଳେ ଫୋରମ ବେଶ୍‌ ସକ୍ରିୟ ଥିଲା। ମୁଁ ଭାବୁଛି ଏହା ପରେ ନିଷ୍କ୍ରିୟ ହୋଇଯାଇଥିଲା। ବର୍ତ୍ତମାନ ଏହାକୁ ସ୍ବାଭାବିକ କରାଯାଉଛି। ଆମେ ଧର୍ମଶାଲା ଯାଇ ଦଲାଇ ଲାମାଙ୍କୁ ଭେଟିବାକୁ ଯୋଜନା କରୁଛୁ। ଆମେ ମଧ୍ୟ ତିବ୍ଦତରେ ଦେଖାଦେଇଥିବା ସାଂସ୍କୃତିକ ବାଧା ବିଷୟରେ କହିବାକୁ ଚାହୁଁଛୁ।

ଗତ ବର୍ଷ ଅଗଷ୍ଟ ୩ ରେ ଫୋରମର ଦ୍ୱିତୀୟ ବୈଠକରେ ଭାଜପାର ସୁଶୀଲ ମୋଦୀ, ରାଜେନ୍ଦ୍ର ଅଗ୍ରୱାଲ, ତାପିର ଗାଓ ଏବଂ କେନ୍ଦ୍ର ମନ୍ତ୍ରୀ ତଥା ଆରଏସପି ନେତା ରାମଦାସ ଅଠାୱଲେଙ୍କ ସମେତ ୧୨ ଜଣ ଏମ୍‌ପି ଯୋଗ ଦେଇଥିଲେ। କୁମାର କହିଛନ୍ତି ଯେ ଏହି ବୈଠକରେ ଭାରତ ରତ୍ନ ସମ୍ମାନ ଦଲାଇ ଲାମାଙ୍କୁ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଫୋରମ ଏକ ପ୍ରସ୍ତାବ ପାରିତ କରିଛି। ସେ କହିଛନ୍ତି ଯେ ଭାରତୀୟ ସଂସଦର ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବା ପାଇଁ ଦଲାଇ ଲାମାଙ୍କୁ ଆମନ୍ତ୍ରଣ କରାଯିବା ଉଚିତ। ଏଥିସହ ସେ କହିଛନ୍ତି ଯେ ଏହି ଫୋରମ ଲୋକସଭା ବାଚସ୍ପତି ଓମ ର୍ବିଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କୁ ଏମ୍‌ ପିମାନଙ୍କୁ ସମ୍ବୋଧିତ କରିବାକୁ ଦଲାଇ ଲାମାଙ୍କୁ ଆମନ୍ତ୍ରଣ କରିବା ଲାଗି ଅନୁରୋଧ କରିବ। ଫୋରମର କିଛି ସଦସ୍ୟ ମଧ୍ୟ ତାଇୱାନ ସହ ଏକାଠି ହେବା ଲାଗି ପ୍ରକାଶ କରିଥିଲେ।

ତାଇୱାନ ଏକ ଗୌରବମୟ ତଥା ଜୀବନ୍ତ ଗଣତନ୍ତ୍ର। ଚାଇନା ଏହାକୁ ଧମକାଇବା ଓ ଭୟଭୀତ କରିବାକୁ ଚେଷ୍ଟା କରୁଛି। ସେଥିପାଇଁ ତାଇୱାନର ଲୋକ ତଥା ସରକାରଙ୍କ ସହ ଏକଜୁଟ ହେବାର ଆବଶ୍ୟକତା ଅନୁଭବ କରିଛୁ ବୋଲି ବିଜେଡି ଏମ୍‌ପି କହିଛନ୍ତି। କୁମାର କହିଛନ୍ତି ଯେ ସେ ତିବ୍ଦତ ନୀତି ଅଧିନିୟମ ନାମକ ଏକ ଘରୋଇ ସଦସ୍ୟଙ୍କ ବିଲ ପ୍ରସ୍ତୁତ କରାଯାଇଛି। ଯାହା ତିବ୍ଦତ ସମ୍ବନ୍ଧୀୟ ପ୍ରସଙ୍ଗରେ ଭାରତ ସରକାରଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ସଂଯୋଜକ ନିଯୁକ୍ତ କରିବାକୁ ଚେଷ୍ଟା କରୁଛି। ଏହାସହ ଭାରତରେ ତିବ୍ଦତୀୟ ଶରଣାର୍ଥୀଙ୍କ ଗଣତାନ୍ତ୍ରିକ କାର୍ଯ୍ୟକଳାପରେ ସହାୟତା କରିବାକୁ କେନ୍ଦ୍ରୀୟ ବଜେଟରେ ତିରିଶ ଲକ୍ଷ ଟଙ୍କା ଆବଣ୍ଟନ କରିବା ଲାଗି ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନରେ ପୋଲିସର ବର୍ବରତାକୁ ନେଇ ରାଗିଗଲେ ସୁପ୍ରିମକୋର୍ଟ, ସିଧା ଶୁଣାଇଦେଲେ…

ନୂଆଦିଲ୍ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ବନ୍ଧୀୟ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି (CJI) ସ୍ପଷ୍ଟ ଭାବରେ କହିଛନ୍ତି…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ବଡ଼ ଘୋଷଣା କରିଦେଲେ ଶରଦ ପାୱାର: ରାଜନୀତିରେ ପଡିଗଲା ଚହଳ

ମୁମ୍ବାଇ,୨୮।୭: ମହାରାଷ୍ଟ୍ରରେ ଏନ୍‌ସିପିର ଉଭୟ ଗୋଷ୍ଠୀର ମିଶ୍ରଣ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପିି-ଏସପି (NCP-SP) ର ମୁଖ୍ୟ ଶରଦ ପାୱାରଙ୍କ ଏକ…

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କଲେଜ ରୋଡ଼ ନାକାଛକ ନିକଟରେ ବିଚ ରାସ୍ତା ଉପରେ ଜଣେ ଯୁବତୀ(ଛାତ୍ରୀ)ଙ୍କୁ ଅସଦାଚରଣ ପ୍ରଦର୍ଶନ ଘଟଣାର ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ…

ପରିବାର ନିୟୋଜନ ଅସ୍ତ୍ରୋପଚାର ବାଟବଣା: ଅସ୍ତ୍ରୋପଚାର ତ୍ରୁଟିରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ):ଛୋଟ ପରିବାର, ସୁଖୀ ପରିବାର। ଏହି ଶ୍ଲୋଗାନ ଦେଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି ଅସ୍ତ୍ରୋପଚାର କେବଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ…

ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ…

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା; ଦାୟିତ୍ୱ ନେବେ ନନ୍ଦିତା ସିହ୍ନା

ନୂଆଦିଲ୍ଲୀ,୨୮।୭: ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri