ଏସବୁ ରାଜ୍ୟରେ ହୋଇଛି କରୋନା ଗୋଷ୍ଠୀ ସଂକ୍ରମଣ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀ ଥମୁନି। ଦେଶରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଯେ, କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି। ବିଦେଶର ବହୁ ବିଶେଷଜ୍ଞ ଏନେଇ ମତପୋଷଣ କରିଛନ୍ତି। ତେବେ କେନ୍ଦ୍ର ସରକାର ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ କୌଣସି ସୂଚନା ଦେଇ ନାହାଁନ୍ତି। ଅପରପକ୍ଷରେ କେରଳ, ପଶ୍ଚିମବଙ୍ଗ ଏବଂ ଆସାମ ସରକାର ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ମାନିଛନ୍ତି। ଦେଶର ୧୦ଟି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ମୋଟ ଆକ୍ରାନ୍ତଙ୍କ ୮୬ ପ୍ରତିଶତ ରହିଛି। ଗତ ୩ ଦିନ ମଧ୍ୟରେ ଲକ୍ଷେ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ଏବେ ପ୍ରତି ୨ ଦିନରେ ଲକ୍ଷେ ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ଥିବା କୁହାଯାଉଛି। ଧୀରେଧୀରେ ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିବାର ଆଶଙ୍କା ରହିଛି। ଗୋଷ୍ଠୀ ସଂକ୍ରମଣ ସମ୍ପର୍କରେ ସରକାର ସୂଚନା ଦେବାକୁ ପ୍ରଶାସନ ଅମଙ୍ଗ ହେଉଥିବା ପୁଣେର ଗ୍ଲୋବାଲ ହେଲଥ୍‌ ବିଶେଷଜ୍ଞ ଡାକ୍ତର ଅନନ୍ତ ଭାନ୍‌ କହିଛନ୍ତି। ଏନେଇ ଶୀଘ୍ର ଉପଯୁକ୍ତ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କ ପାଇଁ ଦିଲ୍ଲୀରେ ବଢିଲା ପିଆଜ ଦାମ୍‌: ମନିଷ

ନୂଆଦିଲ୍ଲୀ,୨।୧୨: ଦେଶର ଅଧିକାଂଶ ଭାଗରେ ପିଆଜ୍‌ ଦାମ୍‌ ଏବେ କିଲୋ ପିଛା ଶହେ ଟଙ୍କା ଛୁଇଁଲାଣି। ଏହାକୁ ନେଇ ରାଜନୀତିବି ହେଲାଣି ସରଗରମ। ସାଧାରଣ ଖାଉଟି...

ହସାଇଲା ଜୋମାଟୋ

ନୂଆଦିଲ୍ଲୀ,୯।୭: ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋ ନିକଟରେ ଏମିତି ଏକ ମଜାଳିଆ ଟୁଇଟ୍‌ କରିଛି ଯାହାକୁ ପଢି ଲୋକେ ଏହାର ମଜା ଉଠାଉଛନ୍ତି। କେହି କେହି...

ଲାଞ୍ଚ ନ ଦେବାରୁ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଲେ

ପାଟନା, ୩୦।୮: ବିହାରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଲାଞ୍ଚ ନ ଦେବାରୁ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି କିଛି ଦୁର୍ବୃତ୍ତ। ମୃତକ ଜଣଙ୍କ ହେଲେ...

ଏପ୍ରିଲ୍‌ରୁ ଆରମ୍ଭ ହେଲାଣି ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌…

ମୁମ୍ବାଇ,୨୩।୬: ଦେଶରେ କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍‌ ଡେଲ୍ଟା ପ୍ଲସ୍‌ ମହାରାଷ୍ଟ୍ରରେ ଅଢ଼େଇ ମାସ ତଳୁ ଆରମ୍ଭ ହୋଇ ସାରିଛି। ଏପ୍ରିଲ୍‌ ୫ରେ ଜଣେ...

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ଅନେକ ହେବିଓ୍ବେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ

ପାଟନା,୩।୧୧: ବିହାରରେ ମଙ୍ଗଳବାର ସକାଳୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ ଯୋଗେ ୨ୟ ପର୍ଯ୍ୟାୟରେ ବିହାରବାସୀଙ୍କୁ...

ପଞ୍ଜାବରେ କଂଗ୍ରେସ-ଏଏପି ଟକ୍କର…

ଚଣ୍ଡିଗଡ଼,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପଞ୍ଜାବରେ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମଧ୍ୟରେ କଡ଼ା...

ଭୋଟିଂ ଅନ୍‌ଲାଇନ୍‌ରେ ହୋଇପାରିବ କି ? ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ନୈନିତାଲ, ୬।୧ : ଉତ୍ତରାଖଣ୍ଡରେ ଓମିକ୍ରନ ଏବଂ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପ୍ରସଙ୍ଗରେ...

ଦୀପାବଳିରେ ଲକ୍ଷ୍ମୀଙ୍କୁ ଲାଗି କରନ୍ତୁ କ୍ଷୀରି

ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ରାତିରେ...

Advertisement
Archives

Model This Week