ନିଜ ବିବାହରେ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି ଏହିସବୁ ଅଭିନେତ୍ରୀ

ବି-ଟାଉନ୍‌ରେ ଏବେ ବିବାହ ଋତୁ ଚାଲିଛି। ଟିଭିରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ପ୍ରସିଦ୍ଧ ଯୋଡିମାନେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ଅଭିନେତା ହୁଅନ୍ତୁ କି ଅଭିନେତ୍ରୀ ନିଜ ବିବାହରେ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିକଟରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଉଭୟ ରାଜସ୍ଥାନର ସଓ୍ବାଇ ମାଧୋପୁରର ୭୦୦ ବର୍ଷ ପୁରୁଣା ବରଓ୍ବାରା ଦୁର୍ଗରେ ବିବାହ କରିଥିଲେ। ଏଥିପାଇଁ ଉଭୟ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଭିକି-କ୍ୟାଟ୍‌ଙ୍କ ପୂର୍ବରୁ ମଧ୍ୟ କିଛି ଅଭିନେତ୍ରୀଙ୍କ ବିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ପ୍ରିୟଙ୍କା ଚୋପ୍ରା-ନିକ୍‌ ଜୋନାସ
୨୦୧୮ରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ବିବାହ କରିଥିଲେ। ଉଭୟ ବଲିଉଡର ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ବିବାହ କରିଥିଲେ। ଏକ ଆକଳନ ଅନୁଯାୟୀ ଏହି ବିବାହରେ ୧୦୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ବିବାହ ଏତେ ରାଜକୀୟ ଥିଲା ଯେ ଏହାର ଆଲୋଚନା ଭାରତରୁ ଆମେରିକା ପର୍ଯ୍ୟନ୍ତ ହୋଇଥିଲା।

ଦୀପିକା ପାଦୁକୋନ ଏବଂ ରଣଭୀର ସିଂ
ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ମଧ୍ୟ ନଭେମ୍ବର ୨୦୧୮ରେ ବିବାହ କରିଥିଲେ। ଇଟାଲୀର ହ୍ରଦ କୋମୋରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହରେ ଟଙ୍କା ପାଣି ପରି ଖର୍ଚ୍ଚ ହୋଇଉୟଥିଲା। ଦୀପିକା ବିବାହର ବଜେଟ ୯୫ କୋଟି ଟଙ୍କା ଥିଲା।

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିବାହ ମଧ୍ୟ ଇଟାଲୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ କେବଳ ପରିବାର ଏବଂ ଅତି ଘନିଷ୍ଠ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଏହି ବିବାହର ବଜେଟ ରାଜକୀୟ ବିବାହଠାରୁ କମ ନୁହେଁ। ଏହି ବିବାହରେ ୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।

ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା
ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିବାହ ମଧ୍ୟ ବଲିଉଡର ସବୁଠାରୁ ଦାମୀ ବିବାହ ମଧ୍ୟରେ ଗଣାଯାଏ, ଯାହାର ବଜେଟ ୮୦ କୋଟି ବୋଲି କୁହାଯାଉଛି। ମୁମ୍ବାଇ ନିକଟରେ ଘଟିଥିବା ଏହି ବିବାହ ବିଷୟରେ ଆଲୋଚନା ଆଜି ବି ବହୁତ।

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ
ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହ ଉତ୍ସବ ମୁମ୍ବାଇରେ ହୋଇଥିଲା। ୨୦୦୭ରେ ଉଭୟ ବିବାହ କରିବେ। ୧୪ ବର୍ଷ ପୂର୍ବେ ହୋଇଥିବା ଏହି ବିବାହର ବଜେଟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?