ନିଜ ବିବାହରେ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି ଏହିସବୁ ଅଭିନେତ୍ରୀ

ବି-ଟାଉନ୍‌ରେ ଏବେ ବିବାହ ଋତୁ ଚାଲିଛି। ଟିଭିରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ପ୍ରସିଦ୍ଧ ଯୋଡିମାନେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ଅଭିନେତା ହୁଅନ୍ତୁ କି ଅଭିନେତ୍ରୀ ନିଜ ବିବାହରେ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିକଟରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଉଭୟ ରାଜସ୍ଥାନର ସଓ୍ବାଇ ମାଧୋପୁରର ୭୦୦ ବର୍ଷ ପୁରୁଣା ବରଓ୍ବାରା ଦୁର୍ଗରେ ବିବାହ କରିଥିଲେ। ଏଥିପାଇଁ ଉଭୟ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଭିକି-କ୍ୟାଟ୍‌ଙ୍କ ପୂର୍ବରୁ ମଧ୍ୟ କିଛି ଅଭିନେତ୍ରୀଙ୍କ ବିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ପ୍ରିୟଙ୍କା ଚୋପ୍ରା-ନିକ୍‌ ଜୋନାସ
୨୦୧୮ରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ବିବାହ କରିଥିଲେ। ଉଭୟ ବଲିଉଡର ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ବିବାହ କରିଥିଲେ। ଏକ ଆକଳନ ଅନୁଯାୟୀ ଏହି ବିବାହରେ ୧୦୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ବିବାହ ଏତେ ରାଜକୀୟ ଥିଲା ଯେ ଏହାର ଆଲୋଚନା ଭାରତରୁ ଆମେରିକା ପର୍ଯ୍ୟନ୍ତ ହୋଇଥିଲା।

ଦୀପିକା ପାଦୁକୋନ ଏବଂ ରଣଭୀର ସିଂ
ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ମଧ୍ୟ ନଭେମ୍ବର ୨୦୧୮ରେ ବିବାହ କରିଥିଲେ। ଇଟାଲୀର ହ୍ରଦ କୋମୋରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହରେ ଟଙ୍କା ପାଣି ପରି ଖର୍ଚ୍ଚ ହୋଇଉୟଥିଲା। ଦୀପିକା ବିବାହର ବଜେଟ ୯୫ କୋଟି ଟଙ୍କା ଥିଲା।

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିବାହ ମଧ୍ୟ ଇଟାଲୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ କେବଳ ପରିବାର ଏବଂ ଅତି ଘନିଷ୍ଠ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଏହି ବିବାହର ବଜେଟ ରାଜକୀୟ ବିବାହଠାରୁ କମ ନୁହେଁ। ଏହି ବିବାହରେ ୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।

ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା
ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିବାହ ମଧ୍ୟ ବଲିଉଡର ସବୁଠାରୁ ଦାମୀ ବିବାହ ମଧ୍ୟରେ ଗଣାଯାଏ, ଯାହାର ବଜେଟ ୮୦ କୋଟି ବୋଲି କୁହାଯାଉଛି। ମୁମ୍ବାଇ ନିକଟରେ ଘଟିଥିବା ଏହି ବିବାହ ବିଷୟରେ ଆଲୋଚନା ଆଜି ବି ବହୁତ।

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ
ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହ ଉତ୍ସବ ମୁମ୍ବାଇରେ ହୋଇଥିଲା। ୨୦୦୭ରେ ଉଭୟ ବିବାହ କରିବେ। ୧୪ ବର୍ଷ ପୂର୍ବେ ହୋଇଥିବା ଏହି ବିବାହର ବଜେଟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟାଙ୍କର ହେଲା ବ୍ରେକ୍ ଅପ୍‌ !

ମୁମ୍ବାଇ: ବଲିଉଡ ନବାଗତା ନାୟିକା ଅନନ୍ୟା ପାଣ୍ଡେ ଏବେ ତାଙ୍କ ପୁରୁଷ ବନ୍ଧୁଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଅବଶ୍ୟ ଅନନ୍ୟା ଓ ଇସାନ ଖଟ୍ଟର ପରସ୍ପରକୁ...

ପ୍ରବାସୀଙ୍କୁ ସହଯୋଗ ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କଲେ ଶକ୍ତି କପୁର

କରୋନା ଭାଇରସ(କୋଭିଡ-୧୯)ର ଭୟାବହତା ସମଗ୍ର ବିଶ୍ୱରେ ଦେଖିବାକୁ ମିଳୁଛି। କରୋନା ଯୋଗୁ ରାଜ୍ୟ ତଥା ଦେଶ ବାହାରେ ଥିବା ଗରିବ ପ୍ରବାସୀମାନେ ଖାଇବାକୁ ନ ପାଇ...

ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଲେ ଦୀପିକା

ଡଫ ଆଣ୍ଡ ଫେଲପ୍ସ ଦ୍ୱାରା ମୁକ୍ତିଲାଭ କରିଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ ଷ୍ଟଡି ୨୦୨୦’ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ...

ଚର୍ଚ୍ଚାରେ ଦିଶା

ମୁମ୍ବାଇ: ବଲିଉଡ୍ ନାୟିକା ଦିଶା ପାଟନୀ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ବୋଲ୍ଡ ଫଟୋ ଶୁଟ୍‌କୁ ନେଇ ।...

୧୫ ବର୍ଷ ସାନ ଯୁବକଙ୍କ ପ୍ରେମରେ ପଡିଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ପୂର୍ବତନ ମିସ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଆଜି ହେଉଛି ୪୫ତମ ଜନ୍ମଦିବସ। ୧୯୭୫ ମସିହାର ଆଜିର ଦିନରେ ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ...

ରିଲିଜ୍‌ ହେଲା ‘ୟାଦ ପିୟା କି ଆନେ ଲଗି’ର ରିକ୍ରିଏଟ୍‌ ଭର୍ସନ

ମୁମ୍ବାଇ: ବଲିଉଡ୍‌ ବିୟୁଟି ଦିବ୍ୟା ଖୋସଲାଙ୍କୁ କେତେ ଗୁଡିଏ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଛି। ଏବେ ତାଙ୍କର ଆଉଏକ ଗୀତ ‘ୟାଦ ପିୟା କି ଆନେ...

ଦିନେ କାମ ପାଇଁ ଘର ଘର ବୁଲୁଥିଲେ ଏହି ଅଭିନେତା: ଏବେ ଗୋଟେ ଏପିସୋଡ ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ଜାଣନ୍ତୁ

ଏକ ଦଶନ୍ଧିରୁ ଅଧିକ ଦିନ ଧରି ଚାଲିଆସୁଥିବା କମେଡି ସିରିଏଲ ‘ତାରକ ମେହେଟା କା ଓଲଟା ଚାଷ୍ମା’ ପ୍ରତ୍ୟେକ ଘରେ ଲୋକପ୍ରିୟ ହୋଇପାରିଛି। ବର୍ଷ ବର୍ଷ...

ଅଧାରୁ ଅଟକିଲା ରଜନୀକାନ୍ତଙ୍କ ଫିଲ୍ମ ଶୁଟିଂ

ହାଇଦ୍ରାବାଦ,୨୩।୧୨-ମହାମାରୀ କରୋନା ଯୋଗୁ ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇଛି ଶୁଟିଂ। ଧିରେ ଧିରେ ସ୍ବାଭାବିକ ହେଉଛି ପରିସ୍ଥିତି। ତେବେ...

Advertisement
Archives

Model This Week