Posted inଫୁରସତ

ପରିବାରର ସମସ୍ତ ସଦସ୍ୟ କୁକୁର ଭୁକନ୍ତି ଭଳି

ରିଚ୍‌ମଣ୍ଡ: ବର୍ଜିନିଆରେ ଏପରି ଏକ ବିଚିତ୍ର ପରିବାର ଅଛନ୍ତି, ସେମାନଙ୍କ ସହିତ କଥା ହେଲେ ଲାଗିବ ଯେପରି କୁକୁର ଭୁକୁଛନ୍ତି। ଆମେରିକାର ଜଣେ ଫିଲ୍ମ ନିର୍ମାତା ମାର୍କ ଲୌଟାଙ୍କୁ ଯେତେବେଳେ ଏ ବାବଦରେ ଜଣାପଡ଼ିଲା, ସେତେବେଳେ ସେ ସେମାନଙ୍କ ସହ ସମ୍ପର୍କ କଲେ। ଏହା ପରେ ହିଁ ସେମାନଙ୍କ ବାବଦରେ ପୂରା ଦୁନିଆକୁ ଜଣାପଡ଼ିଲା। ଅଜବ ଅନୁବଂଶିକ ରୋଗରେ ପୀଡ଼ିତ ଏହି ପରିବାର ଚାଲ୍‌ସଟନ୍‌ଠାରୁ ପ୍ରାୟ ୭୫ମାଇଲ ଦୂର ପଶ୍ଚିମ ବର୍ଜିନିଆର ଏକ ଛୋଟ ସହରରେ ରୁହନ୍ତି। ଘରେ କେତେ ପୋଷା କୁକୁର ମଧ୍ୟ ଅଛନ୍ତି। ପରିବାରରେ ୩ ଭାଇ ଟିମ୍ମି, ରେ ଓ ଫ୍ରେଡି ଏବଂ ୨ ଭଉଣୀ ବେଟ୍ଟି, ଲୌରେନ ରୁହନ୍ତି। ରିପୋର୍ଟ ମୁତାବକ, ରକ୍ତ ସମ୍ପର୍କୀୟ ଅଥବା ଏକ ପ୍ରକାରର ଗୋତ୍ରରେ ବିବାହ କରିବାରୁ ପରିବାରର ଏପରି ଅବସ୍ଥା ହୋଇଛି। ଏବେ ପିଢ଼ି ପରେ ପିଢ଼ି ଏପରି ରୋଗରେ ପୀଡ଼ିତ ହେଉଛନ୍ତି। ଏମାନଙ୍କ ମା’-ବାପା ଗ୍ରେସି ଏବଂ ହ୍ବିଟେକର ଭାଇ- ଭଉଣୀ। ନିର୍ମାତା ମାର୍କ କହିଛନ୍ତି, ପରିବାର ଏପରି ରୋଗର ଜନ୍ମଦାତ। ସେ ଯେତେବେଳେ ପ୍ରଥମେ ସେମାନଙ୍କ ଘରକୁ ଯାଇଥିଲେ, ସେତେବେଳେ ସବୁ କିଛି ନିୟନ୍ତ୍ରଣ ବାହାରେ ଥିଲା। ସମସ୍ତେ ନିଜ ଭିତରେ ଭୁକି, ଚିଲେଇ କଥା ହେଉଥିଲେ। ସେମାନଙ୍କ ଭିତରେ ସବୁ କିଛି ଅସାମାନ୍ୟ ଥିଲା। ହେଲେ ସେମାନଙ୍କ ମଧ୍ୟରୁ କେହି କ୍ଷତିକାରକ ନ ଥିଲେ। ବର୍ତ୍ତମାନ ପରିବାରର ଅନେକ ବିଭିନ୍ନ ରୋଗରେ ପୀଡ଼ିତ। କେବଳ କେତେଜଣ ହିଁ ସ୍ପଷ୍ଟ ଭାବେ କଥା ହୋଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri