Posted inଫୁରସତ

ପରିବାରର ସମସ୍ତ ସଦସ୍ୟ କୁକୁର ଭୁକନ୍ତି ଭଳି

ରିଚ୍‌ମଣ୍ଡ: ବର୍ଜିନିଆରେ ଏପରି ଏକ ବିଚିତ୍ର ପରିବାର ଅଛନ୍ତି, ସେମାନଙ୍କ ସହିତ କଥା ହେଲେ ଲାଗିବ ଯେପରି କୁକୁର ଭୁକୁଛନ୍ତି। ଆମେରିକାର ଜଣେ ଫିଲ୍ମ ନିର୍ମାତା ମାର୍କ ଲୌଟାଙ୍କୁ ଯେତେବେଳେ ଏ ବାବଦରେ ଜଣାପଡ଼ିଲା, ସେତେବେଳେ ସେ ସେମାନଙ୍କ ସହ ସମ୍ପର୍କ କଲେ। ଏହା ପରେ ହିଁ ସେମାନଙ୍କ ବାବଦରେ ପୂରା ଦୁନିଆକୁ ଜଣାପଡ଼ିଲା। ଅଜବ ଅନୁବଂଶିକ ରୋଗରେ ପୀଡ଼ିତ ଏହି ପରିବାର ଚାଲ୍‌ସଟନ୍‌ଠାରୁ ପ୍ରାୟ ୭୫ମାଇଲ ଦୂର ପଶ୍ଚିମ ବର୍ଜିନିଆର ଏକ ଛୋଟ ସହରରେ ରୁହନ୍ତି। ଘରେ କେତେ ପୋଷା କୁକୁର ମଧ୍ୟ ଅଛନ୍ତି। ପରିବାରରେ ୩ ଭାଇ ଟିମ୍ମି, ରେ ଓ ଫ୍ରେଡି ଏବଂ ୨ ଭଉଣୀ ବେଟ୍ଟି, ଲୌରେନ ରୁହନ୍ତି। ରିପୋର୍ଟ ମୁତାବକ, ରକ୍ତ ସମ୍ପର୍କୀୟ ଅଥବା ଏକ ପ୍ରକାରର ଗୋତ୍ରରେ ବିବାହ କରିବାରୁ ପରିବାରର ଏପରି ଅବସ୍ଥା ହୋଇଛି। ଏବେ ପିଢ଼ି ପରେ ପିଢ଼ି ଏପରି ରୋଗରେ ପୀଡ଼ିତ ହେଉଛନ୍ତି। ଏମାନଙ୍କ ମା’-ବାପା ଗ୍ରେସି ଏବଂ ହ୍ବିଟେକର ଭାଇ- ଭଉଣୀ। ନିର୍ମାତା ମାର୍କ କହିଛନ୍ତି, ପରିବାର ଏପରି ରୋଗର ଜନ୍ମଦାତ। ସେ ଯେତେବେଳେ ପ୍ରଥମେ ସେମାନଙ୍କ ଘରକୁ ଯାଇଥିଲେ, ସେତେବେଳେ ସବୁ କିଛି ନିୟନ୍ତ୍ରଣ ବାହାରେ ଥିଲା। ସମସ୍ତେ ନିଜ ଭିତରେ ଭୁକି, ଚିଲେଇ କଥା ହେଉଥିଲେ। ସେମାନଙ୍କ ଭିତରେ ସବୁ କିଛି ଅସାମାନ୍ୟ ଥିଲା। ହେଲେ ସେମାନଙ୍କ ମଧ୍ୟରୁ କେହି କ୍ଷତିକାରକ ନ ଥିଲେ। ବର୍ତ୍ତମାନ ପରିବାରର ଅନେକ ବିଭିନ୍ନ ରୋଗରେ ପୀଡ଼ିତ। କେବଳ କେତେଜଣ ହିଁ ସ୍ପଷ୍ଟ ଭାବେ କଥା ହୋଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri