ସବୁ ହସ୍ପିଟାଲରେ ରହିବ କୋଭିଡ୍‌ ହେଲ୍ପ ଡେସ୍କ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ରାଜ୍ୟର ସମସ୍ତ ସରାକରୀ ଓ ଘରୋଇ ହସ୍ପିଟାଲରେ କୋଭିଡ୍‌ ହେଲ୍ପ ଡେସ୍କ ରହିବ। ଚିକିତ୍ସିତ ହେଉଥିବା କୋଭିଡ୍‌ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପରିବାର ଲୋକେ ପଚାରି ବୁଝିପାରିବେ। ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଅନେକ ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ନିର୍ଦ୍ଦେଶ ଅନୁସାରେ, ହସ୍ପିଟାଲଗୁଡ଼ିକ କୋଭିଡ୍‌ ହେଲ୍ପ ଡେସ୍କକୁ ୨୪ଘଣ୍ଟିଆ କାର୍ଯ୍ୟକ୍ଷମ କରିବେ। ଉକ୍ତ ହେଲ୍ପ ଡେସ୍କର ସ୍ବତନ୍ତ୍ର ଟୋଲ୍‌ ଫ୍ରି ନମ୍ବର ରହିବ। ତାହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅତିରିକ୍ତ ଡିଏମ୍‌ଇଟି ଡା. ଉମାକାନ୍ତ ଶତପଥୀଙ୍କୁ ଜଣାଇବେ। ସମସ୍ତ କୋଭିଡ୍‌ ହେଲ୍ପଡେସ୍କ ନମ୍ବରକୁ ସାଧାରଣରେ ବହୁଳ ଭାବେ ପ୍ରସାର କରିବା ପାଇଁ କୁହାଯାଇଛି। ଆସୁଥିବା ସମସ୍ତ କଲ୍‌କୁ ଉଠାଇବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ହେଲ୍ପ ଡେସ୍କରେ ସିଫ୍ଟ କରି କର୍ମଚାରୀ ନିୟୋଜିତ କରିବେ। କେବଳ ବାର୍ତ୍ତାଳପ ନୁହେଁ, ସୋସିଆଲ ମିଡିଆ ଯେପରି କି ହ୍ବାଟ୍‌ସ ଆପ୍‌ରେ ରୋଗୀର ସ୍ବର ଓ ଫଟୋ ତାଙ୍କ ଘର ଲୋକଙ୍କୁ ପଠାଇବେ। ସେହିପରି ଏକ କନଫରେନ୍ସିଂ ରୁମ୍‌ ଉତ୍ସର୍ଗୀକୃତ କରାଯିବା ଉଚିତ। ଯେଉଁଠାରେ ଟିଭି ଓ କ୍ୟାମେରା ଲଗାଯିବ। ସେଠାରୁ ମଧ୍ୟ ରୋଗୀଙ୍କୁ ପରିବାର ଲୋକେ କିମ୍ବା ସମ୍ପର୍କୀୟ ଦେଖିପାରିବେ ଓ ତାଙ୍କ ସହିତ କଥା ହୋଇପାରିବେ। ସେହିପରି ଯେକୌଣସି କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବାବେଳେ ସେମାନଙ୍କ ପରିବାରବର୍ଗଙ୍କ ଫୋନ୍‌ ନମ୍ବର ରଖାଯିବ। ସେହି ନମ୍ବରରେ ଦିନକୁ ଅତି କମ୍‌ରେ ଥରେ ଏସ୍‌ଏମ୍‌ଏସ୍‌ କିମ୍ବା ହ୍ବାଟ୍‌ସ ଆପ୍‌ରେ ରୋଗୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେବେ। ହସ୍ପିଟାଲ କର୍ତ୍ତୃପକ୍ଷ ସପ୍ତାହକ ମଧ୍ୟରେ ହେଲ୍ପ ଡେସ୍କ କରି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇବେ। ଯଦି ହେଳ୍ପ ଡେସ୍କରେ ସହଯୋଗ ନ କରୁଥିବା ଅଭିଯୋଗ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ବନ ବିଭାଗର କୋଟିପତି କିରାଣ

ଭୁବନେଶ୍ୱର, ୧୦।୪(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ବନସଂରକ୍ଷକ (ସିସିଏଫ୍‌) କେନ୍ଦୁଲିଫ୍‌ କଟକ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲୀପ ଜେନାଙ୍କ ଘର ଓ...

ଓଡ଼ିଶାର ସୋଏବ ଅଫତାବ ହେଲେ ନିଟ୍‌ ଟପ୍ପର

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି)-୨୦୨୦ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଓଡ଼ିଶାର ସୋଏବ ଅଫ୍‌ତାବ ଦେଶରେ...

ପିଅନ ସମ୍ଭାଳୁଛନ୍ତି ପ୍ରାଣୀଧନ ସେବା

ପରଜଙ୍ଗ, ୨୬।୭(ଡି.ଏନ୍‌.ଏ.) କେଉଁଠି ଫାଟୁଆ ତ ଆଉ କେଉଁଠି ବ୍ୟାପିଲାଣି ବଜବଜିଆ ଭଳି ସଂକ୍ରାମକ ରୋଗ। ରୋଗାକ୍ରାନ୍ତ ଗୃହପାଳିତ ପ୍ରାଣୀମାନେ ଯନ୍ତ୍ରଣାରେ କଲବଲ ହେଉଛନ୍ତି। ହେଲେ...

ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା

ବାଲେଶ୍ୱର ଅଫିସ,୨୫।୧: କୋଭିଡ୍‌ ନିୟମ ଉଲ୍ଲଘଂନ କରି ହେଉଥିଲା ନିର୍ବାଚନ ପ୍ରଚାର । ବିରୋଧ କରିବାରୁ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ଏଭଳି ଘଟଣା ଘଟିଛି ବାଲେଶ୍ୱର...

ଭରତପୁର ଖଣି ଦୁର୍ଘଟଣା : ମିଳିଲା ଅନ୍ୟ ଜଣେ ଶ୍ରମିକଙ୍କ ହାତ, ଶରୀରର କିଛି ଅଂଶ

ତାଳଚେର,୨୭ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ୪ର୍ଥ ଦିନ ଅର୍ଥାତ୍‌ ଶନିବାର ଉଦ୍ଧାର କାର୍ଯ୍ୟ ଜାରି ରହଛି। ଏଥିରେ ନିଖୋଜ ଅନ୍ୟ ଜଣେ...

ତରୁଣକାନ୍ତି ମିଶ୍ର ପାଇଲେ ପ୍ରାଣନାଥ ସମ୍ମାନ

ଖୋର୍ଦ୍ଧା ଅଫିସ,୨୯।୧ :ଖୋର୍ଦ୍ଧାର ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ୬୧ତମ ସାମ୍ବତ୍ସରିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ...

ଚାଷୀଙ୍କ ବୀମାଭୁକ୍ତ ଅବଧି ୫ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ୱର,୩।୮(ବ୍ୟୁରୋ): ଚଳିତ ଖରିଫ୍‌ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟସୀମା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ...

ରଥକାଠ ଚିରଟ ଅନୁକୂଳ ଲାଗି ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧିଙ୍କ କଟକ ଗସ୍ତ

ପୁରୀ ଅଫିସ,୨ା୪ : ଆସନ୍ତା ଜୁନ୍‌ ୨୩ରେ ମହାପ୍ରଭୁଙ୍କ ରଥଯାତ୍ର୍ରା ଅନୁଷ୍ଠିତ ହେବ। ଅକ୍ଷୟ ତୃତୀୟାରୁ ତିନିରଥ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ରଥକାଠ...

Advertisement
Archives

Model This Week