ପୃଥିବୀକୁ ଏମିତି ଭାବେ ନଷ୍ଟ କରିଦେବେ ଏଲିଅନ୍‌, ଜାଣନ୍ତୁ କ’ଣ କହିଛନ୍ତି ୟୁଏଫ୍‌ଓ ବିଶେଷଜ୍ଞ

ପୃଥିବୀ ଉପରେ ଅଲଗା ଗ୍ରହର ଜୀବ ଅର୍ଥାତ୍‌ ଏଲିଅନ୍‌ଙ୍କୁ ଦେଖିବାକୁ ମିଳୁଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଅନେକ କାହାଣୀ ବି ଶୁଣିବାକୁ ମିଳୁଛି। ଏହିସବୁ ଦାବି ମଧ୍ୟରେ ପ୍ରସିଦ୍ଧ ୟୁଏଫ୍‌ଓ ବିଶେଷଜ୍ଞ ନିକ୍‌ ପୋପ୍‌ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ କଥା କହିଛନ୍ତି।

ନିକ୍‌ କୁହନ୍ତି, ଯଦି ଅଲଗା ଗ୍ରହର ଲୋକେ କେବେ ବି ପୃଥିବୀକୁ କବ୍‌ଜା କରିବାକୁ ପହଞ୍ଚନ୍ତି ତେବେ ମନୁଷ୍ୟ ଜାତି ନିକଟରେ ବଞ୍ଚିବାର ଆଉ ରାହା ମିଳିବନି। ଏହି ଗ୍ରହକୁ ସେମାନେ ଅଖରୋଟ ପରି ଖାଇଦେବେ।

ସୁରକ୍ଷା ମନ୍ତ୍ରଣାଳୟ ପାଇଁ ୟୁଏଫ୍‌ଓର ଯାଞ୍ଚକାରୀ ନିକ୍‌ କୁହନ୍ତି, ଏଲିଅନ୍ସମାନେ ଯଦି ପୃଥିବୀ ଉପରେ ଆକ୍ରମଣ କରନ୍ତି ତେବେ ମଣିଷ ଜାତି ଏମାନଙ୍କୁ ମୁକାବିଲା କରିବା କାଠିକର ପାଠ ହେବ। କାରଣ ସେମାନଙ୍କ ହାତ ହତିଆର ‘ଯାଦୁ’ପରି। ତେଣୁ ମଣିଷମାନେ ସେମାନଙ୍କ ସହ ମୁକାବିଲା କରିପାରିବେ ନାହିଁ।

ଉଲ୍ଲେଖନୀୟ କଥା ହେଉଛି, ୟୁଏସ୍‌ ସ୍ପୁକ୍ସ ଗତ ମାସରେ ୟୁଏଫ୍‌ଓ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ କୁହାଯାଇଛି, ୨୦୦୪ ପରଠାରୁ ଆମେରିକୀୟ ସୈନ୍ୟ ପାଇଲଟଙ୍କ ଦ୍ୱାରା ୧୪୩ ଥର ବାୟୁରେ ଅଜ୍ଞାତ ଜିନିଷ ଦେଖିଥିଲେ। ଯାହା ଏଲିଅନ୍ସ ଆକ୍ରମଣ ଭୟକୁ ବଢ଼ାଇ ଦେଇଥିଲା। ଏହା ଆମେରିକାର ବାୟୁସେନା ପାଇଁ ବିପଦ ହୋଇପାରେ।

ନିକ୍‌ କୁହନ୍ତି, ବିଶ୍ୱ ପ୍ରାୟ ୧୪ ବିଲିୟନ ବର୍ଷ ପୁରୁଣା। ଏଥିରେ ମାନବ ଜାତି ବ୍ୟତୀତ ଅନ୍ୟାନ୍ୟ ସଭ୍ୟତା ଥାଇପାରେ। ଯାହା ଆମଠାରୁ ଆହୁରି ପୁରୁଣା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଘରର PNG ଓ ଗାଡ଼ିର CNGରେ ହେବ ବଡ଼ ପରିବର୍ତ୍ତନ! କେନ୍ଦ୍ର ସରକାର ମିଶାଇବେ…

ନୂଆଦିଲ୍ଲୀ,୬।୮: ଦେଶରେ ପରିବେଶ ଅନୁକୂଳ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ଦିନରେ ଘରୋଇ ରୋଷେଇ ଗ୍ୟାସ…

‘ଡିସେମ୍ବର କାହିଁକି? ସେମାନେ ଏବେ ଆସିବା ଉଚିତ’- ଶେଖ ହାସିନାଙ୍କୁ ଚ୍ୟାଲେଞ୍ଜ କଲେ ତାରିକ ରହମାନଙ୍କ ଜଣେ ସହଯୋଗୀ

ଢାକା/ନୂଆଦିଲ୍ଲୀ,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ ୨୦୨୪ରେ କ୍ଷମତା ଛାଡିବା ପରେ ତାଙ୍କର ପ୍ରଥମ ଭର୍ଚୁଆଲ ପ୍ରେସ କନଫରେନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ।…

DSP-୧.୨ କୋଟି, BDO-୯୦ ଲକ୍ଷ… ବିକ୍ରି ହେଉଛି ଚାକିରି, ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ରାଞ୍ଚି,୬।୮: ଝାଡ଼ଖଣ୍ଡର ରାଞ୍ଚିରେ ଛାତ୍ର ପ୍ରତିବାଦ କ୍ରମାଗତ ଭାବରେ ତୀବ୍ର ହେବାରେ ଲାଗିଛି। JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିବା ପାଇଁ ଅନେକ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଟ୍ୱିଷ୍ଟ! ଅମିତ ଶାହାଙ୍କ ସହ ଏହି ଏମପିଙ୍କ ବୈଠକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ନୂଆ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ତୃଣମୂଳ କଂଗ୍ରେସ (TMC) ଛାଡ଼ିଥିବା ତିନିଜଣ ମୁସଲିମ ଏମପି ଆଜି ସଂସଦ…

କେଜରିୱାଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ! ଏଏପି ମୁଖ୍ୟ କହିଛନ୍ତି – ‘ମେଟା ମୋଦି ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇବା ଉଚିତ ନୁହେଁ’

ନୂଆଦିଲ୍ଲୀ,୬।୮: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଭିଡିଓ ଶେୟାର କରି ପ୍ରକାଶ କରିଛନ୍ତି ଯେ…

ହଷ୍ଟେଲ ଛାଡ଼ିଲେ ଶତାଧିକ ଛାତ୍ର, ହାତରେ ବ୍ୟାଗ୍‌ ଧରି ୧୦ କିଲୋମିଟର ଚାଲିଲେ

ଝରିଗାଁ,୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ସରକାର କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ବଳାତ୍କାର ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ

ମୁମ୍ବାଇ,୬।୮: ବମ୍ବେ ହାଇକୋର୍ଟ ତେହେଲକା ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଳାତ୍କାର ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ନିମ୍ନ ଅଦାଲତର ରାୟକୁ ପ୍ରତ୍ୟାଖ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri