ଭାରତୀୟ ନୁହେଁ ଆଲିଆ

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ଗୋଟିଏ ପଟେ ତାଙ୍କ ଅଭିନିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ଧମାଲ କରଉଥିବା ବେଳେ ଅନ୍ୟପଟେ ବହୁ ପ୍ରତିକ୍ଷା ପରେ ଏବେ ସେ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଅର୍ଥାତ୍ ଚଳିତ ମାସରେ ଅର୍ଥାତ୍ ଆସନ୍ତା ସପ୍ତାହରେ ଆଲିଆ କପୁର ପରିବାରର ବୋହୂ ହେବାକୁ ଯାଉଛନ୍ତି । କିଛିଦିନ ମଧ୍ୟରେ ସେ ରଣବୀର କପୁରଙ୍କ ଜୀବନସାଥୀ ପାଲଟିଯିବେ । ନିଜ ପରିଶ୍ରମ ଓ ସାଧାନା ବଳରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଲିଆ ଖୁବ୍ କମ ଦିନର କ୍ୟାରିୟର ମଧ୍ୟରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି କିଛି ହିଟ୍ ମୁଭି । ଯେଉଁଥିପାଇଁ ସେ ଜଣେ ସଫଳ ଅଭିନେତ୍ରୀ ବୋଲି କୁହାଯାଏ । ତେବେ ଆଲିଆ ଭାରତୀୟ ନୁହେଁ । କିନ୍ତୁ ସେ ବିବାହ ପରେ ଭାରତୀୟ ହେବେ କି ନା ତାକୁ ନେଇ ଏବେ ପ୍ରଶ୍ନ ଉଙ୍କିମାରିଛି । କଥାହେଲା ଆଲିଆଙ୍କ ପାଖରେ ରହିଛି ବ୍ରିଟିଶ ନାଗରିକତା । ତେଣୁ ସେ ଭାରତରେ କେବେ ଭୋଟ ଦେଇପାରନ୍ତି ନାହିଁ । ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ନାୟିକା ଜ୍ୟାକଲିନଙ୍କ ପାଖରେ ବି ଭାରତୀୟ ନାଗରିକତା ନାହିଁ । ତେଣୁ ଏବେ କୁହାଯାଉଛି କି ଆଲିଆ ବୋଧହୁଏ ବିବାହ ପରେ ଭାରତୀୟ ନାଗରିକତା ନେଇପାରନ୍ତି । ସୂଚନଯୋଗ୍ୟ, କିଛିବର୍ଷ ପୂର୍ବେ ଆଲିଆଙ୍କ ପିତା ତଥା ବଲିଉଡର ନାମୀ ନିର୍ଦ୍ଦେଶକ ମହେଶ ଭଟ୍ଟ କହିଥିଲେ ଆଲିଆ ଭାରତୀୟ ନୁହେଁ । କାରଣ ତା’ପାଖରେ ରହିଛି ବ୍ରିଟିଶ ପାସପୋର୍ଟ ।
ମହେଶ ଭଟ୍ଟ କୁହନ୍ତି ଆଲିଆଙ୍କ ମାଆ ସୋନି ରାଜଦାନ ବ୍ରିଟିଶ ମୂଳ ବାସିନ୍ଦା । ଆଲିଆଙ୍କ ଜନ୍ମ ବର୍ମିହାମରେ ହୋଇଛି ତେଣୁ ସେବ୍ରିଟିଶ ନାଗରିକ । ସେଥିପାଇଁ ଆଲିଆ କେବେ ଭୋଟ ଦେଇ ପାରନ୍ତି ନାହଁ । ଅତିତରେ ଏକ ସାକ୍ଷାତ୍‌କାରରେ ଦୁଃଖ ପ୍ରକାଶ କରିକହିଥିଲେ  କି ସେ ତାଙ୍କ ମୂଲ୍ୟବାନ ଭୋଟଟିକୁ ଦେଇପାରୁନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri