ଆଲିଆଙ୍କ ସମ୍ପତ୍ତି କେତେ ଜାଣନ୍ତି…

ବମ୍ବେ: ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ଜଣେ ଆଗଧାଡ଼ିର ନାୟିକା। ୨୦୧୨ରୁ ଏବେ ମଧ୍ୟରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ସେ। ପ୍ରତିଟି ଚରିତ୍ରକୁ ପରଦାରେ ନିଖୁଣ ଭାବେ ପରିପ୍ରକାଶ କରୁଥିବାରୁ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ସେ।

ଫିଲ୍ମ ସହ ସୋସିଆଲ ମିଡିଆରେ ଆଲିଆଙ୍କ କ୍ରେଜ କାହିଁରେ କେତେ। ଇନଷ୍ଟାଗ୍ରାମରେ ତାଙ୍କର ୬୧.୪ ମିଲିୟନ ଫଲୋଅର୍ସ। ରୋଜଗାରରେ ମଧ୍ୟ ସେ ବହୁତ ଆଗରେ। ବଲିଉଡ୍‌ର ଶ୍ରେଷ୍ଠ ୧୦ ଧନୀ କଳାକାରଙ୍କ ମଧ୍ୟରୁ ସେ ଜଣେ। କେବଳ ଚଳଚ୍ଚିତ୍ରରୁ ନୁହେଁ ବିଜ୍ଞାପନ ସହ ଅନ୍ୟାନ୍ୟ କ୍ଷେତ୍ରରୁ ଆଲିଆ ରୋଜଗାର କରୁଛନ୍ତି। ବହୁତ କମ୍‌ ବୟସରେ ସେ କୋଟିପତି ନାୟିକା ପାଲଟିଛନ୍ତି।

ଆଲିଆଙ୍କ ପାଖରେ ରହିଛି ୭୪ କୋଟିର ସମ୍ପତ୍ତି। ଫିଲ୍ମ ପିଛା ୯-୧୦ କୋଟି ଟଙ୍କା ସେ ଚାର୍ଜ କରିଥାନ୍ତି। ବିଗତ କିଛି ବର୍ଷ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ବୃଦ୍ଧି ଘଟିଛି। ବମ୍ବେରେ ଭବ୍ୟ ବଙ୍ଗଳା ସାଙ୍ଗକୁ ଗୋଟିଏରୁ ବଳି ଆରେକ ଦାମୀ ଗାଡ଼ି ରହିଛି ତାଙ୍କର। ବିଏମଡବ୍ଲୁ, ଅଡି, ରେଞ୍ଜ ରୋଭର ତାଙ୍କ ଗ୍ୟାରେଜର ଶୋଭା ବଢ଼ାଉଛି।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ରଣବୀର କପୁରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହି ଆସିଛି। ନିକଟ ଭବିଷ୍ୟତରେ ଉଭୟେ ବିବାହ କରିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ସହିତ ଫଟୋ ଶେୟାର କରି ନିକ୍‌ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରଂଶସକମାନେ ବେଶ୍‌ ପସନ୍ଦ କରିଥାନ୍ତି। ବିବାହପରଠାରୁ ଖାଲି ପ୍ରିୟଙ୍କାଙ୍କୁ ନୁହେଁ, ତାଙ୍କ ସ୍ବାମୀ ନିକ୍‌ ଜୋନାସଙ୍କୁ ମଧ୍ୟ ଦର୍ଶକେ...

ପାକ୍‌ରେ ମିଆଙ୍କ ଟିକ୍‌ଟକ୍‌ ବ୍ୟାନ୍‌

ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫାଙ୍କ ଟିକ୍‌ଟକ୍‌ ଆକାଉଣ୍ଟ ପାକିସ୍ତାନରେ ବ୍ୟାନ୍‌ କରିଦିଆଯାଇଛି। ଏ ନେଇ ମିଆ ଟୁଇଟ୍‌ ଯୋଗେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି। ଟୁଇଟର ମାଧ୍ୟମରେ...

କରଣ ଜୋହରଙ୍କ ଫିଲ୍ମରେ ନଜର ଆସିବେ ଏହି ସବୁ ଅଭିନେତ୍ରୀ

କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ଙ୍କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହି ଫିଲ୍ମରେ ରଣଭୀର ସିଂ ଏବଂ...

ଶ୍ରେଷ୍ଠ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ବିବେକ୍‌ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ଶ୍ରେଷ୍ଠ ଫିଲ୍ମ କାଟାଗୋରିରେ ଦାଦାସାହେବ ଫାଲ୍‌କେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆଓ୍ବାର୍ଡରେ ସମ୍ମାନିତ ହୋଇଛି।...

ଆୟର ୧୦ ପ୍ରତିଶତ ଭୂକମ୍ପ ପ୍ରଭାବିତଙ୍କ ପାଇଁ ଦାନ କରିବେ ସନ୍ନି…

ମୁମ୍ବାଇ,୧୯।୨ : ନିକଟରେ ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପ ପରେ ସେଠାରେ ଥିବା ଲୋକଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଫେବୃଆରୀ ୬ ରେ ତୁର୍କୀରେ ୭.୮...

ଏମାନେ ହେଉଛନ୍ତି ବଲିଉଡ୍‌ର ସବୁଠୁ ପ୍ରଭାବଶାଳୀ କଳାକାର

ଫୋର୍ବସ ଏସିଆ ପେସିଫିକ୍‌ ୧୦୦ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକା ସୋସିଆଲ ମିଡିଆରେ ପ୍ରକାଶ କରିଛି। ଏହି ତାଲିକାରେ ରାଜନେତା, ଗାୟକ, ବ୍ୟବସାୟୀ ଏବଂ ଫିଲ୍ମ କଳାକାର...

ଜଣେ ଝିଅ ପାଇଁ ଅଭିନେତା ହୋଇଥିଲେ କପିଲ ଶର୍ମା

କମେଡି କିଙ୍ଗ କପିଲ ଶର୍ମାଙ୍କ ପ୍ରସିଦ୍ଧ ଶୋ ‘ଦି କପିଲ ଶର୍ମା ଶୋ’ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କପିଲ ଆଜି ଜଣେ ସଫଳ...

ଟେନସନ୍‌ ଅନ୍ତରାଳେ..

ପ୍ରେମରେ ପଡିବା ପୁଣି ସେଥିରେ ସଫଳ ହେବା-ଏହି ଦୁଇଟି ଭିନ୍ନ ବିଷୟ। ତେବେ ପ୍ରେମର ମଧୁରେଣ ସମାପୟେତ ପାଇଁ ହୃଦୟଟି ସେମିତି ସଚ୍ଚା ହେବା ଦରକାର।...

Advertisement
Archives

Model This Week