ଶୈବାଳ ଚାଷ : ଜଟାଧାର ମୁହାଣରେ ସଫଳ

ପାରାଦୀପ,୧୨।୪(ସ୍ବ.ପ୍ର.): ଉପକୂଳ ଓଡିଶାର ଗଞ୍ଜାମ, ପୁରୀ, ବାଲେଶ୍ବର ଓ ଜଗତସିଂହପୁର ଜିଲାର ୮ଟି ସ୍ଥାନରେ ପ୍ରଥମ ଥର ପାଇଁ ପେବୃୟାରୀ ଶେଷ ସପ୍ତାହରେ ଶୈବାଳ ଚାଷ ହୋଇଥିଲା। ସେଥରୁ ଜଗତସିଂହପୁର ଜିଲା ଏରସମା ବ୍ଲକ ଅଧୀନ ନୋଳିଆସାହି ପାଖ ଜଟାଧାରମୁହାଣ ଅଞ୍ଚଳରେ ଏହି ଚାଷ ସଫଳ ଭାବେ ଉତ୍ପାଦିତ ହୋଇଛି। ଏଠାରେ ୧୦ରୁ ୧୫ ଗ୍ରାମ୍‌ ଶୈବାଳ ଚାରା ବନ୍ଧା ଯାଇଥିଲା ବେଳେ ୪୫ ଦିନ ମଧ୍ୟରେ ଏକ କିଲୋରୁ ଦେଢ କିଲୋଗ୍ରାମ ହୋଇଯାଇଛି। ବାଲେଶ୍ବର ଜିଲାର ଗୋଟିଏ ସ୍ଥାନରେ ଏହିଭଳି ଶୈବାଳ ବୃଦ୍ଧି ପାଉଛି ବୋଲି ସିଏମଏଫଆରଆଇ(ସେଣ୍ଟ୍ରାଲ ମେରାଇନ ଫିଶରିଜ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌)ର ନୋଡାଲ ଅଫିସର ଡା.ରୀତା ଜୟଶଙ୍କର କହିଛନ୍ତି। ତେବେ ଅନ୍ୟସ୍ଥାନଗୁଡିକରେ କିଛି ତ୍ରୁଟି ଯୋଗୁ ଶୈବାଳ ବୃଦ୍ଧି ପାଇବାରେ ପ୍ରତିବନ୍ଧକ ହୋଇଛି। ଏହି ଚାଷ ଓଡିଶାରେ ସଫଳ ହୋଇଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ରୋଜଗାରର ନୂତନ ଆଶା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ସାମୁଦ୍ରିକ ଶୈବାଳ ଚାଷ ୧୦ ବର୍ଷ ତଳେ ତାମିଲନାଡୁର ରାମେଶ୍ବର ନିକଟ ମଣ୍ଡପମ ନାମକ ଜାଗାରେ ଆରମ୍ଭ ହୋଇଥିଲା। ସେଠାରେ ଏହି ଚାଷ ସଫଳ ହୋଇଛି। ଏବେ ସେଠାରୁ ପ୍ରଚୁର ପରିମାଣରେ ଶୈବାଳ ଉତ୍ପାଦନ ହେଉଛି। ତାକୁ ବିକ୍ରିକରି ମତ୍ସ୍ୟଜୀବୀମାନେ ମାସକୁ ୧୫ ରୁ ୨୫ ହଜାର ଟଙ୍କା ରୋଜଗାର କରୁଛନ୍ତି। ଉକ୍ତ ଶୈବାଳ ଚାଷପାଇଁ ଓଡିଶା ଉପକୂଳରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ଜଣାପଡିବା ପରେ ସିଏମ୍‌ଏଫ୍‌ଆରଆଇ ଓ ମତ୍ସ୍ୟବିଭାଗ ପକ୍ଷରୁ ଏହି ଚାଷ ଆରମ୍ଭ ହୋଇଥିଲା। ଜଗତ୍‌ସିଂହପୁର ଜିଲାର ନୋଳିଆସାହି ପାଖ ଜଟାଧାର ମୁହାଣ ଏବଂ ପାରାଦୀପ ମାଛଧରା ବନ୍ଦର ସଂଲଗ୍ନ ମହାନଦୀ ମୁହାଣ ଅଞ୍ଚଳରେ ପ୍ରୟୋଗାତ୍ମକ ଭାବେ ଏହି ଚାଷ କରାଯାଇଥିଲା। ପାରୀଦୀପରେ କିନ୍ତୁ ଶୈବାଳ ବୃଦ୍ଧି ପାଇ ନ ଥିଲା। ଏସମ୍ପର୍କରେ ନୋଡାଲ ଅଫିସର ରୀତା କୁହନ୍ତି, ପାରାଦୀପରେ ସାମୁଦ୍ରିକ କରେଣ୍ଟ(ଅନ୍ତଃସ୍ରୋତ)ଅଧିକ ରହିଛି । ତା ଛଡା ସେହି ସ୍ଥାନରେ ମାଛଧରା ଟ୍ରଲର ଅଧିକ ଯାତାୟାତ କରୁଛି। ଏଥିଯୋଗୁ ଶୈବାଳ ବୃଦ୍ଧି ପାଇବାରେ ବାଧକ ହୋଇଛି। ନୋଳିଆସାହିରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ବୃଦ୍ଧି ପାଇଛି।
ଟୁଥ୍‌ପେଷ୍ଟଠାରୁ ଆରମ୍ଭ କରି ଆଇସକ୍ରିମ ଓ ପ୍ରସାଧନ ସାମଗ୍ରୀ ଆଦି ଉତ୍ପାଦନରେ ଏହି ଶୈବାଳକୁ ବ୍ୟବହାର କରାଯାଏ। ଏଥିପାଇଁ ଭାରତ ସରକାର ବିଦେଶରୁ ଏହାକୁ ଆମଦାନୀ କରିଥାନ୍ତି। ଏଥିରେ ସଙ୍କରା ଜାତୀୟ ଔଷଧୀୟ ସାମଗ୍ରୀ କାରାଜିନମ ମିଳିଥାଏ। ଶୈବାଳକୁ ୪୫ ଦିନପରେ କଟାଯାଇ ଲୁଣିପାଣିରେ ଧୋଇ ଶୁଖିଯାଏ। ୩୫ପ୍ରତିଶତ ଆର୍ଦ୍ରତାକୁ ଆସିଲେ ତାକୁ ପୁଣି ମଧୁର ପାଣିରେ ଧୋଇ କଟାଯାଇ ପ୍ୟାକିଂ କରାଯାଏ। ଏହାର ବଜାର ମୂଲ୍ୟ କିଲୋ ପିଛା ୫୦ ଟଙ୍କା ରହିଛି। ଏହି ଚାଷକରି ମତ୍ସ୍ୟଜୀବୀମାନେ ରୋଜଗାର କରିବା ପାଇଁ ସୁଯୋଗ ପାଇବେ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri