ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଭୋଟ୍‌ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ମଦ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏପରିକି ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନଗୁଡ଼ିକରେ ମଧ୍ୟ ସମାନ କଟକଣା ଜାରି କରାଯାଇଛି। ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଯେଉଁଠି ଭୋଟ୍‌ଗ୍ରହଣ ହେବ ସେଠାରେ ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରୟ ଓ ବଣ୍ଟନକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଭୋଟ୍‌ ପରଦିନ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସେହିପରି ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟ ଅସ୍ତ୍ରଶସ୍ତ୍ର ସହ ବୁଥ୍‌ ନିକଟରେ ବୁଲିବାକୁ ମନା କରାଯାଇଛି। ଫେବୃୟାରୀ ୧୪ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଅନଧିକୃତ ଲୋକେ ବୁଥ୍‌ ଆସିପାରିବେ ନାହିଁ।

ସୂଚନାଯୋଗ୍ୟ, ୫ଟି ପର୍ଯ୍ୟାୟରେ ଫେବୃୟାରୀ ୧୬,୧୮, ୨୦, ୨୨ ଓ ୨୪ରେ ଭୋଟ୍‌ ଗ୍ରହଣ କରାଯିବ। ସେହିପରି ୨୬, ୨୭ ଓ ୨୮ରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲା ପରିଷଦ ଜୋନ୍‌ ଅନୁଯାୟୀ ହେବ। ଭୋଟଗଣତି ଶେଷ ପରେ ୨୮ରେ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହୃତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କିଟ୍‌ ବିଶ୍ୱବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା

ଭୁବନେଶ୍ୱର, ୮।୯(ବ୍ୟୁରୋ): କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କିଟ୍‌ ବିଶ୍ୱବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା ପ୍ରଦାନ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ ଦେଶର ୫ଟି...

୩୦ ଜିଲା ପରିଷଦରେ ୨୧ ମହିଳା ସଭାପତି

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଗତ ଜିଲା ପରିଷଦ ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ସଫଳତା ମିଳିଛି। ୩୦ ଜିଲା ପରିଷଦରେ ୨୧ ଜଣ ମହିଳା ସଭାପତି ଭାବେ...

ହାତ ଗୋଡ଼ ନ ଥିବା ମିଳିଲା ନାବାଳକଙ୍କ ମୃତଦେହ: ବଳି ସନ୍ଦେହ

ଅନୁଗୋଳ,୨୮ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳକଙ୍କ ଗୋଡ଼, ହାତ ନ...

ନନ୍ଦନକାନନରେ ଦୁଇ ହାତୀ ଅସୁସ୍ଥ

ବାରଙ୍ଗ, ୧୫।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଥିବା ଦନ୍ତାହାତୀ ଚନ୍ଦନ ଶୁକ୍ରବାରଠାରୁ ଅସୁସ୍ଥ ହୋଇଥିବା ଜଣାପଡିଛି। ଚନ୍ଦନକୁ ଜ୍ୱର ହେଉଥିବାବେଳେ ଶନିବାର ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଛନ୍ତି। ଚନ୍ଦନ...

ଘନକୁହୁଡ଼ି: ଆଜି ୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ କିଛିଦିନ ଧରି ଉଭାନ ହୋଇଥିବା ଶୀତ ଲେଉଟିବା ପରେ ଥଣ୍ଡା ଅନୁଭୂତ ହେଉଛି। ଏଥିସହ ଭୋର୍‌ ସମୟରୁ ଘନକୁହୁଡ଼ି ମାଡ଼ି ଆସିବା ସହ...

ପାଣି ପାଇଲେ ପିଢ଼ପୋଖରୀ ବନବାସୀ

କେନ୍ଦୁଝର, ୧୯ା୨(ସ୍ବ.ପ୍ର.)-ପାହାଡ ଜଙ୍ଗଲ ଘେରା କେନ୍ଦୁଝର ଜିଲାର ଅନେକ ଅଗମ୍ୟ ଅଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁବିଧା ନ ଥିଲେ ହେଁ ପ୍ରଶାସନର...

‘ଡିଜିନ୍‌’ ମାଗାଜିନ୍‌ରେ ଓଡ଼ିଶା କୃଷିଭବନ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ସାଉଣ୍ଟିଥିବା ଓଡ଼ିଶାର କଳା ଏବେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି। ବିଶ୍ୱସ୍ତରୀୟ ସ୍ଥାପତ୍ୟ କଳା ମାଗାଜିନ ‘ଡିଜିନ୍‌’ରେ...

‘ଆମକୁ ଆମ ସ୍କୁଲ ଫେରାଇ ଦିଅ’

ମହାକାଳପଡ଼ା,୨୨ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତର ଗୟସପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହ୍ରାସ ଯୋଗୁ ବ୍ଲକ ଶିକ୍ଷାଧିକାରୀଙ୍କ...

Advertisement
Archives

Model This Week