କରୋନା ଟିକା ନେବାପରେ ପିଅନ୍ତୁ ନାହିଁ ମଦ!

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଯେଉଁମାନେ କୋଭିଡ-୧୯ ଭ୍ୟାକ୍ସିନ ବା ଟିକା ନେଉଛନ୍ତି ସେମାନେ ମଦ ପିଇବା ଉଚିତ ନୁହେଁ । କାରଣ ମଦ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ କମ କରିବା ସହ ଟିକାର ପ୍ରଭାବରେ ବାଧା ସୃଷ୍ଟି କରିପାରେ । ତେଣୁ କୁହାଯାଏ ଯେ କୌଣସି ଟିକାର ପ୍ରବାଭକୁ ମଦ, ଧୁମ୍ରପାନ ଆଦି କମ୍ କରି ଦେଇଥାଏ । ତେଣୁ ଟିକା ନେବା ସମୟରେ ଏହାକୁ ଗ୍ରହଣ କରିବା ଅନୁଚିତ । ତା’ ସହ ଅତ୍ୟଧିକ ମଦ୍ୟାପନ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ କରିଥାଏ । ସତୀଶ କୁମାର କୌଲ, ଏଚଓଡି ତଥା ନିର୍ଦ୍ଦେଶକ, ଇଣ୍ଟରନାଲ ମେଡିସିନ ନାରାୟଣ ହସ୍ପିଟାଲ ଗୁରୁଗ୍ରାମ, କୁହନ୍ତି ଟିକା ନେବା ସମୟରେ ମଦ୍ୟପାନ କ୍ଷତିକାରକ । ସେହିପରି ଜଣେ ରୁଷିୟ ବିଶେଷଜ୍ଞ ମଧ୍ୟ ସ୍ପୁଟନିକ-ବି ଭ୍ୟାକ୍ସିନ ନେବା ପରେ ୨ ମାସ ପର୍ଯ୍ୟନ୍ତ ମଦଠାରୁୁ ଦୂରେଇ ରହିବାକୁ ଲୋକମାନଙ୍କୁ କହିଥିଲେ । ଅନ୍ୟପଟେ ଟିକା ପ୍ରସ୍ତୁତକାରୀ କମ୍ପାନୀ ମଧ୍ୟ ଟିକା ନେବା ପରେ ମଦଠାରୁ ଦୂରେଇ ରହିବାକୁ ସୂଚନା ଦେଇଛି । ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ ନେବା ପର୍ଯ୍ୟନ୍ତ ଓ ଏହାପରେ ଆଉ କିଛିଦିନ ପର୍ଯ୍ୟନ୍ତ ମଦ ପିଇବା ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ରୋଗରୁ ଦୂରେଇ ରଖେ ଏହି ରସ…

ବ୍ରାହ୍ମୀ ଏକ ପ୍ରକାର ଔଷଧୀୟ ଗୁଳ୍ମ। ଏହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ସକାଳେ ଅଭ୍ୟାସ କରି ଚାମଚେ ବ୍ରାହ୍ମୀ...

ଫାଇଲେରିଆ: କିଛି କଥା

ଫାଇଲେରିଆ ସବୁ ରୋଗ ତୁଳନାରେ ଯନ୍ତ୍ରଣାଦାୟକ, ବିକୃତ ଓ ଦୁର୍ବଳ କରୁଥିବା ରୋଗ। ଏହା ବିଶ୍ୱର ଦ୍ୱିତୀୟ ରୋଗ, ଯାହା ରୋଗୀକୁ ଅସାମର୍ଥ୍ୟ କରିଦିଏ। ପୃଥିବୀର...

ଖଳ ପ୍ରକୃତିର ବ୍ୟକ୍ତିଙ୍କୁ ନେଇ ଏପରି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟ ପ୍ରକୃତି ବିଷୟରେ ଅନେକ କଥା କହିଛନ୍ତି। ଏହାକୁ ପ୍ରତ୍ୟେକ ବ୍ୟକ୍ତି ଅନୁସରଣ କଲେ କଠିନରୁ କଠିନ ପରିସ୍ଥିତି...

ଆଜବେଷ୍ଟସକୁ ସାବଧାନ…

ଆଜବେଷ୍ଟସ ସଂସ୍ପର୍ଶରେ ଆସିଲେ ମଣିଷର ଫୁସଫୁସରେ ଦୀର୍ଘଦିନ ଧରି ସଂକ୍ରମଣ ହୋଇ ଏଥିରୁ କ୍ଷତ ହୋଇ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ ସମସ୍ୟାକୁ ଡାକ୍ତରୀ...

ନିଜ ଭିତରେ ଏହି ପରିବର୍ତ୍ତନ ଦେଖୁଥିଲେ ପୁରଷମାନେ ଶୀଘ୍ର କରନ୍ତୁ ବିବାହ

ପ୍ରାୟ ଯୁବକମାନଙ୍କୁ ସେମାନଙ୍କ ଅବିବାହିତ ଜୀବନ ବେଶି ପସନ୍ଦ ଆସିଥାଏ। ସେମାନେ ତାଙ୍କ ଏହି ଜୀବନକୁ ନେଇ ଖୁସିରେ ରହିବାକୁ ଚାହିଁଥାନ୍ତି। ମାତ୍ର ପରବର୍ତ୍ତୀ ସମୟରେ...

କୋକୋନଟ୍‌ କୁକିଜ୍‌

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ମଇଦା, ୧/୨ ଟି ସ୍ପୁନ୍‌ ବେକିଂ ପାଉଡ଼ର, ୧/୨ କପ୍‌ ଚିନି ଗୁଣ୍ଡ, ୧/୨ କପ୍‌ ବଟର, ୨-୩ ବୁନ୍ଦା...

ମହିଳାଙ୍କ ଭିତରେ ଏହି ୪ ଗୁଣ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ଏସବୁ ରୋଗରୁ ମୁକ୍ତି ଲାଗି ଖାଦ୍ୟରେ ସାମିଲ କରନ୍ତୁ ମାଛ

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ପ୍ରତିଦିନ ଖାଦ୍ୟରେ ମାଛ ସାମିଲ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଅନେକ ପୌଷ୍ଟିକ ତତ୍ତ୍ୱ...

Advertisement
Archives

Model This Week