ରାତିରେ ଋଷିକୁଲ୍ୟାରେ ବନ୍ୟାପାଣି ପଶି ଆସିବା ଆଶଙ୍କା: ପୁରୁଷୋତ୍ତମପୁରବାସୀଙ୍କୁ ସତର୍କ କଲା ପ୍ରଶାସନ,ସୁରକ୍ଷିତ ସ୍ଥାନକୁ…

ପୁରୁଷୋତ୍ତମପୁର,୨୮।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ଘୋଡ଼ାହାଡ଼ ଓ ସୋରଡ଼ା ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଥିବାରୁ ପୁରୁଷୋତ୍ତମପୁର ନିକଟସ୍ଥ ଋଷିକୁଲ୍ୟା ନଦୀରେ ବୁଧବାର ରାତିରେ ପ୍ରବଳ ବନ୍ୟାପାଣି ଆସିବାର ଆଶଙ୍କା ସୃଷ୍ଟି ହୋଇଛି।

ଏହି ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ପୁରୁଷୋତ୍ତମପୁର ଏନ୍‌ଏସି (NAC) ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନ୍‌ଏସି ନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଡାକବାଜି ଯନ୍ତ୍ର (Loudspeaker) ମାଧ୍ୟମରେ ସହରସାରା ଲୋକଙ୍କୁ ସଚେତନ କରାଯାଉଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ଆହ୍ୱାନ ଦିଆଯାଉଛି।

ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ କନକା ପ୍ରାଥମିକ ବିଦ୍ୟାଳୟ ଏବଂ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟଠାରେ ଖୋଲାଯାଇଥିବା ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀକୁ ତୁରନ୍ତ ଚାଲିଯିବା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି। ସମସ୍ତ ନାଗରିକ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସୂଚନା ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ଏହି ସବୁ ଜିଲାରେ ପ୍ରବଳ ବର୍ଷା! ଜାରି ହେଲା ଆଲର୍ଟ, ପବନର ବେଗ ରହିବ…

ଭୁବନେଶ୍ୱର, ୨୮।୧୦ (ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’…

ନଦୀ ପାର ହୋଇ କୋଟିଆ ସୀମାନ୍ତ ଗ୍ରାମ ଝାଙ୍ଗରବାଲସାରେ ପହଞ୍ଚିଲେ ଉପଜିଲାପାଳ, ବାଣ୍ଟିଲେ ରିଲିଫ୍

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ରେ ଗତ ଦୁଇଦିନ ହେଲା ପ୍ରବଳ ଲଗାଣ ବର୍ଷା ଜାରି ରହିଛି। ବ୍ଲକ୍‌ରେ…

ବରଗଡ଼ ଧନୁଯାତ୍ରା: ନଭେମ୍ବର ୧ରୁ କଂସ ଚୟନ ପ୍ରକ୍ରିୟା ଆରମ୍ଭ, ଉଠିଲା ବୟସ କଟକଣା

ବରଗଡ଼, ୨୮।୧୦(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୧୧…

ଅତି ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଜିଲାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ଭବାନୀପାଟଣା, ୨୮।୧୦(ଉତ୍ତମ କୁମାର ଦାଶ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗର ଏହି ପୂର୍ବାନୁମାନକୁ ଦୃଷ୍ଟିରେ…

ବୁଡ଼ିଲା ଜଳ ଯୋଗାଣ ଗୃହ: ୮୦୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ଆକୁଳ, ଚିନ୍ତାରେ ମୋହନାବାସୀ

ମୋହନା, ୨୮।୧୦(ମନ୍ମଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରକୋପରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ଜାରି ରହିଥିବା ବେଳେ ଗଜପତି ଜିଲା ମୋହନା ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ…

ବୈଭବଙ୍କ ବ୍ୟାଟିଂ ଦେଖି ଗାଁରେ କ’ଣ ଚର୍ଚ୍ଚା? ଅଭିଷେକଙ୍କ ସହ କଥାବେଳେ କଲେ ଖୁଲାସା, କହିଲେ…

ନୂଆଦିଲ୍ଲୀ, ୨୮।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତୀୟ କ୍ରିକେଟ ଦଳ ସିରିଜରେ ଅପରାଜେୟ ଅଗ୍ରଣୀ…

ଡେରାବିଶ ବ୍ଲକ୍‌ରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସରକାରୀ ଅର୍ଥ ହଡ଼ପ: ସିନିୟର ଆସିଷ୍ଟାଣ୍ଟଙ୍କ ନାଁରେ ଅଭିଯୋଗ, ତଦନ୍ତ ପାଇଁ…

ଡେରାବିଶ, ୨୮।୧୦(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ରେ ଏକ ବଡ଼ଧରଣର ସରକାରୀ ଅର୍ଥ ହେରଫେର ଓ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ବ୍ଲକ୍‌ରେ କାର୍ଯ୍ୟରତ ସିନିୟର…

ଘୁଞ୍ଚିଲା ଆନ୍ଧ୍ର ନିର୍ବାଚନ: ପରିବର୍ତ୍ତନ ହେଲା ଭୋଟ୍-ଗଣନା ତାରିଖ, କୋଟିଆ ପଞ୍ଚାୟତରୁ ପ୍ରାର୍ଥୀ ହେଲେ ୨

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଜିଲ୍ଲା ପରିଷଦ (ZPTC) ଏବଂ ସମିତି ସଭ୍ୟ (MPTC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?