Posted inଜାତୀୟ

ବର୍ଷକୁ ୩ ଦିନ କାଉଣ୍ଟର ବନ୍ଦ

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀ ସରକାରଙ୍କ ନୂଆ ଏକ୍ସାଇଜ ଆଇନ ଅନୁଯାୟୀ ୨୦୨୨ରେ ମାତ୍ର ୩ ଦିନ ପାଇଁ ଲାଇସେନ୍ସ ପ୍ରାପ୍ତ ମଦ କାଉଣ୍ଟର ବନ୍ଦ ରହିବ। ଏ ନେଇ ସୋମବାର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପୂର୍ବରୁ ବିଭିନ୍ନ ଜାତୀୟ ଛୁଟିଦିନ ବାବଦକୁ ବର୍ଷକୁ ୨୧ ଦିନ ମଦ ବିକ୍ରି ଉପରେ କଟକଣା ଲଗା ଯାଉଥିଲା।

ଲାଇସେନ୍ସ ପ୍ରାପ୍ତ ମଦ ଓ ଅଫିମ ଦୋକାନ ସାଧାରଣତନ୍ତ୍ର ଦିବସ (ଜାନୁୟାରୀ ୨୬), ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ଓ ଗାନ୍ଧୀ ଜୟନ୍ତୀ (ଅକ୍ଟୋବର ୨)ରେ ବନ୍ଦ ରହିବ ବୋଲି ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି।

“ଦିଲ୍ଲୀର ଏକ୍ସାଇଜ ଆଇନର ୫୨ ଅଧିନିୟମ ଅନୁଯାୟୀ, ପ୍ରଦତ୍ତ ଦିନକୁ ଜାତୀୟ ରାଜଧାନୀରେ ‘ଡ୍ରାଏ ଡେ’ ଭାବେ ସମସ୍ତ ଲାଇସେନ୍ସ ପ୍ରାପ୍ତ ମଦ ଓ ଅଫିମ ଦୋକାନ ଦ୍ୱାରା ପାଳନ କରାଯିବ” ବୋଲି ନିର୍ଦ୍ଦେଶରେ କୁହାଯାଇଛି। ପୂର୍ବରୁ ଦେଶର ମହାନ ନେତା ଓ ଧାର୍ମିକ ଉତ୍ସବକୁ ମିଶାଇ ବର୍ଷକୁ ୨୧ ଦିନ ମଦ ବିକ୍ରି ଉପରେ କଟକଣା ଜାରି କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାମୋଲିରେ ହିମସ୍ଖଳନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ଲକ୍ଷ୍ନୌ,୭।୨: ଉତ୍ତରାଖଣ୍ଡର ଚାମୋଲିରେ ହୋଇଥିବା ହିମସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରାୟ ୧୫୦ ଲୋକ ନିଖୋଜ ଥିବା କୁହାଯାଉଛି। ପ୍ରଭାବିତ ଅଞ୍ଚଳରେ ସେନାକୁ ନିୟୋଜିତ କରାଯାଇଛି।...

୭ରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରୟାନ-୨: ୧୧ ବର୍ଷ ତଳର କାମ ସମ୍ପୂର୍ଣ୍ଣ କରିବ

ନୂଆଦିଲ୍ଲୀ,୬-୯(ପି.ଟି.): ୨୦୦୮-୦୯ରେ ଚନ୍ଦ୍ରକୁ ପଠାଯାଇଥିବା ଚନ୍ଦ୍ରୟାନ-୧ର ଅଧୁରା କାର୍ଯ୍ୟକୁ ୧୧ ବର୍ଷ ପରେ ପୂରା କରିବା ଲାଗି ଚନ୍ଦ୍ରୟାନ-୨ର ଅଭିଯାନ ଜାରି ରହିଛି। ଚନ୍ଦ୍ରରେ ଲୋକଙ୍କ...

ବେସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେବ କରୋନା ଟିକା, ଦାମ୍‌ ରହିବ…

ନୂଆଦିଲ୍ଲୀ,୨୭।୨: ଭାରତରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମ ୧୬ ଜାନୁୟାରୀରେ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ।...

ଭାରତ ଆସିବେନି ଇସ୍ରାଏଲ ପ୍ରଧାନମନ୍ତ୍ରୀ: ୫ ଦିନ ପୂର୍ବରୁ ବାତିଲ କଲେ ଯାତ୍ରା

ନୂଆଦିଲ୍ଲୀ,୩।୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନୋତାନେହୁଙ୍କ ଭାରତ ଗସ୍ତ ବାତିଲ ହୋଇଛି। ଯାତ୍ରାର ୫ ଦିନ ପୂର୍ବରୁ ଏହାକୁ ବାତିଲ କରାଯାଇଥିବା ନେଇ ଜଣାପଡ଼ିଛି। ମଙ୍ଗଳବାର...

କଂଗ୍ରେସ ଛାଡିଲେ ଉର୍ମିଳା

ମୁମ୍ବାଇ,୧୦।୯: କଂଗ୍ରେସକୁ ଲାଗିଛି ବଡ ଝଟ୍‌କା। ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର...

ବିହାରରେ ପ୍ରବଳ ବନ୍ୟା, ୧୦ ମୃତ୍ୟୁ, ୧୩ ଟ୍ରେନ ବାତିଲ

ପାଟନା,୨୯।୯: ବିହାରରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ...

ଜବତ ହୋଇଥିବା ଚୋରି ସାମଗ୍ରୀ ବିକି ଦେଉଥିଲେ ମହିଳା ପୋଲିସ

ପାଲଘର,୫।୯: ଚୋରି ମାମଲାରେ ଜବତ ହୋଇଥିବା ସାମଗ୍ରୀକୁ ବିକ୍ରି କରିବା ଅଭିଯୋଗରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର...

୪ ଗର୍ଲଫ୍ରେଣ୍ଡଙ୍କୁ ଘର ଆଗରେ ଏକାଠି ଦେଖି ଯୁବକ ନେଲେ ଏମିତି ନିଷ୍ପତ୍ତି

ଜଲପାଇଗୁଡି,୧୨।୧୧:ପଶ୍ଚିମବଙ୍ଗର କୁଚ ବେହାରରେ ଏକ ରୋଚକ ଘଟଣା ଘଟିଛି। ଜଣେ ଯୁବକ ୪ ଯୁବତୀଙ୍କୁ ପ୍ରେମ କରି ଧରାପଡିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହା...

Advertisement
Archives

Model This Week