Posted inଖେଳ

୪ର୍ଥ ରାଉଣ୍ଡରେ ଅଲକାରାଜ, ପେଗୁଲା

ନ୍ୟୁୟର୍କ,୪ା୯(ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଜେସିକା ପେଗୁଲା, ମାଡିସନ୍‌ କିସ୍‌ ଓ ଓନ୍ସ ଜାବେର୍‌। ଏହା ସହିତ ଚତୁର୍ଥ ରାଉଣ୍ଡରେ ଦୁଇ ଆମେରିକୀୟ ଖେଳାଳି ପେଗୁଲା ଓ କିସ୍‌ ପରସ୍ପର ମୁକାବିଲା କରିବେ। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ଥିବା ଜେସିକା ପେଗୁଲା ୬-୪, ୪-୬ ଓ ୬-୨ରେ ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିଥିଲେ। ୨୦୧୭ରେ ପ୍ରଥମ ଥର ୟୁଏସ୍‌ ଓପନରେ ରନର୍‌ ଅପ୍‌ ରହିଥିବା ଜେସିକା ଏହା ପରଠାରୁ ଗୋଟିଏ ବି ଗ୍ରାଣ୍ଡସ୍ଲାମର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇ ନାହାନ୍ତି। ଶନିବାର ଜେସିକା ପ୍ରଥମ ସେଟ୍‌ ଜିତିବା ପରେ ଏଲିନା ପରବର୍ତ୍ତୀ ସେଟ୍‌କୁ ବିଜୟୀ ହୋଇଥିଲେ। ନିର୍ଣ୍ଣାୟକ ସେଟ୍‌ରେ ଜେସିକା ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ମାଡିସନ୍‌ କିସ୍‌ ବିଶ୍ୱ ମାନ୍ୟତାର ୧୪ ନମ୍ବର ସ୍ଥାନରେ ଥିବା ଲିଡୁମିଲା ସାମସୋନୋଭାଙ୍କୁ ୫-୭, ୬-୨, ୬-୨ରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌ ପରାଜିତ ହୋଇଥିଲେ ପରବର୍ତ୍ତୀ ଦୁଇ ସେଟ୍‌ ଜିତି ନେଇଥିଲେ କିସ୍‌।

ବିଶ୍ୱ ମାନ୍ୟତାର ୫ ନମ୍ବର ସ୍ଥାନରେ ଥିବା ଓନ୍ସ ଜାବେର୍‌ ମଧ୍ୟ ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨ ଘଣ୍ଟା ୫୬ ମିନିଟ୍‌ର ସମୟ ନେଇ ସେ ବିଶ୍ୱ ମାନ୍ୟତାର ୩୧ ନମ୍ବର ସ୍ଥାନରେ ଥିବା ମେରୀ ବୋଜ୍‌କୋଭାଙ୍କୁ ୫-୭, ୭-୬(୫), ୬-୩ରେ ପରାସ୍ତ କରିଥିଲେ। ଅନ୍ୟ ଏକ ମ୍ୟାଚରେ ବିଶ୍ୱ ମାନ୍ୟତାର ୨୩ ନମ୍ବର ସ୍ଥାନରେ ଥିବା ଚାଇନାର ଝେଙ୍ଗ କ୍ୱିନ୍ବେନ୍‌ ୬-୩, ୪-୬, ୬-୪ ସେଟ୍‌ରେ ଲୁସିଆ ବୋରୋଞ୍ଜେଟ୍ଟିଙ୍କୁ ପରାସ୍ତ କରିଥିଲେ। ଜାବେର ନିଜ ୪ର୍ଥ ରାଉଣ୍ଡ ମ୍ୟାଚ୍‌ରେ ଝେଙ୍ଗ କ୍ୱିନ୍ବେନ୍‌ଙ୍କୁ ଭେଟିବେ। ଅନ୍ୟମାନଙ୍କ ମଧ୍ୟରେ ଆରିନା ସାବାଲେଙ୍କା ଓ ଦାରିଆ କାସାଟକିନା ମଧ୍ୟ ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସାବାଲେଙ୍କା ୬-୧, ୬-୧ର ସିଧାସଳଖ ସେଟ୍‌ରେ କ୍ଲାରା ବୁରେଲଙ୍କୁ ଓ କାସାଟକିନା ୬-୩, ୬-୪ ସେଟରେ ଗ୍ରିଟ୍‌ ମିନ୍ନେନଙ୍କୁ ପରାସ୍ତ କରିଥିଲେ।

ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା କାର୍ଲୋସ୍‌ ଅଲକାରାଜ। ଶନିବାର ସେ ବିଶ୍ୱ ମାନ୍ୟତାର ୨୬ ନମ୍ବର ସ୍ଥାନରେ ଥିବା ଡାନ୍‌ ଏଭାନ୍ସଙ୍କୁ ୬-୨, ୬-୩, ୪-୬, ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ଡିଫେଣ୍ଡିଂ ଚାମ୍ପିୟନ ଅଲକାରାଜ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଏଭାନ୍ସ ନିରାଶାରେ ଦୁଇ ଦୁଇ ଥର ର଼୍ୟାକେଟ୍‌ ଭାଙ୍ଗିଥିଲେ। ରୋଜର ଫେଡେରରଙ୍କ ପରେ ଦ୍ୱିତୀୟ ଖେଳାଳି ଭାବରେ କ୍ରମାଗତ ୟୁଏସ୍‌ ଓପନ ଚାମ୍ପିୟନ ହେବାର ଲକ୍ଷ୍ୟ ରଖିଛନ୍ତି ଅଲକାରାଜ। ଫେଡେରର ୨୦୦୪-୦୮ ମଧ୍ୟରେ କ୍ରମାଗତ ୫ ଥର ୟୁଏସ୍‌ ଓପନ ହାସଲ କରିଥିଲେ। ଅଲକାରାଜ ପରବର୍ତ୍ତୀ ରାଉଣ୍ଡରେ ଇଟାଲୀର ମାଟ୍ଟେଓ ଅର୍ନାଲ୍ଡିଙ୍କୁ ଭେଟିବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri