ଦକ୍ଷିଣ କୋରିଆ ପାଇଁ ସତର୍କ ଘଣ୍ଟି: ଜନ୍ମଠାରୁ ମୃତ୍ୟୁ ହାର ଅଧିକ

ସିଓଲ,୪।୧: ଦକ୍ଷିଣ କୋରିଆରେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଜନ୍ମ ତୁଳନାରେ ମୃତ୍ୟୁ ହାର ଅଧିକ ହେବାରେ ଲାଗିଛି। ୨୦୨୦ରେ ଦେଶରେ ୨୭୫,୮୦୦ ଶିଶୁ ଜନ୍ମ ନେଇଛନ୍ତି। ଏହା ୨୦୧୯ ତୁଳନାରେ ୧୦ ପ୍ରତିଶତ କମ୍‌ ରହିଛି। ସେହିପରି ୨୦୨୦ରେ ଦେଶରେ ୩୦୭,୭୬୪ ଲୋକଙ୍କ ମୃତ୍ୟୁ ଘଟିଛି। ପୃଥିବୀର କମ୍‌ ଜନ୍ମ ହାର ଦେଶ ଭାବେ ଦକ୍ଷିଣ କୋରିଆ ଜଣାଶୁଣା। ଏପରିସ୍ଥଳେ ଦେଶରେ ମୃତ୍ୟୁ ହାର ବଢୁଥିବାରୁ ମାନବ ସମ୍ବଳ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ଦେଖାଦେଇଛି। ଦେଶରେ ବୟସ୍କଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ସେବା ଲାଗି ଅଧିକ ରାଜସ୍ବ ଖର୍ଚ୍ଚ ହେଉଛି। ଏହା ଦେଶର ଆର୍ଥିକ ସ୍ଥିତିି ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି। ତେଣୁ ସରକାର ୨୦୨୨ଠାରୁ ଶିଶୁ ଜନ୍ମ ହେଲେ ମାତାପିତାଙ୍କୁ ୨୦ ଲକ୍ଷ ଓ୍ବନ୍‌ ପୁରସ୍କାର ଘୋଷଣା କରିଛନ୍ତି। ସେହିପରି ୧ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଖର୍ଚ୍ଚ ପାଇଁ ମାତାପିତାଙ୍କୁ ୩ ଲକ୍ଷ ଓ୍ବନ୍‌ ପ୍ରଦାନ କରାଯାଉଥିବାବେଳେ ୨୦୨୫ଠାରୁ ଏହାକୁ ବଢ଼ାଇ ୫ ଲକ୍ଷ ଓ୍ବନ୍‌୍‌ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଦେଶର ଜନସଂଖ୍ୟା ବଢ଼ିବାର ଆଶା ରହିଛି। ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ଦେଶର ଜନସଂଖ୍ୟା ୫୧,୮୨୯,୦୨୩ ଥିଲା। ୨୦୧୯ ତୁଳନାରେ ଏହା ୨୦,୮୩୮ କମ୍‌ ରହିଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଡିଟିଭି: ଚିନ୍ତାରେ ବିଦେଶୀ ଗଣମାଧ୍ୟମ

ଓ୍ବାଶିଂଟନ: ଏସିଆର ଧନିକ ବ୍ୟବସାୟୀ ଗୌତମ ଆଦାନୀ ଏନ୍‌ଡିଟିଭି (ନ୍ୟୁ ଦିଲ୍ଲୀ ଟେଲିଭିଜନ୍‌)ର ୨୯ ପ୍ରତିଶତ ଅଂଶଧନ କିଣିବାକୁ ଯାଉଥିବା ଖବର ବର୍ତ୍ତମାନ ଅନ୍ତର୍ଜାତୀୟ ଗଣମାଧ୍ୟମର...

ଜେଲେନସ୍କି ହିରୋ ନା ଅସଫଳ ରାଷ୍ଟ୍ରପତି ?…

କ୍ୱିଭ୍‌, ୫।୩ : ରୁଷିଆ ଆକ୍ରମଣ ପରେ ଧ୍ୱଂସସ୍ତୁପ ପାଲଟିଥିବା ୟୁକ୍ରେନ୍‌ ହାର୍‌ ମାନିବାକୁ ନାରାଜ। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନେଇ ପ୍ରଶ୍ନ...

ପାକିସ୍ତାନ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌, ଗୋଟିଏ ଦିନ ତଳେ ବିଦେଶ ଗସ୍ତରୁ ଫେରିଥିଲେ…

ଇସଲାମାବାଦ,୧୫।୧୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହେବାଜ ସରିଫ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାକୁ ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ଟୁଇଟ କରି ସୂଚନା...

୨୯ବର୍ଷ ପରେ ଏହି ଦେଶରେ ଦେଖିବାକୁ ମିଳିଲା ବିରଳ ଧଳା ହ୍ବେଲ

କାନବେରା,୧୯।୬: ଦକ୍ଷିଣ ଅଷ୍ଟ୍ରେଲିଆର ଏକ ସମୁଦ୍ରରେ ୨୯ବର୍ଷ ପରେ ଏକ ବିରଳ ଧଳା ହମ୍ପବେକ ହ୍ବେଲ ଦେଖିବାକୁ ମିଳିଛି। ଏହା ପୂର୍ବରୁ ୧୯୯୧ରେ ଏହି ହ୍ବେଲକୁ...

ବାଂଲାଦେଶରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ, ମନ୍ଦିରରେ ଭଙ୍ଗାରୁଜା, ଫେସବୁକ୍‌ ପୋଷ୍ଟକୁ ନେଇ ଉତ୍ତେଜନା…

ଢାକା,୧୭।୭ : ବାଂଲାଦେଶରେ ପୁଣିଥରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇଛି। ଏଠାରେ ନରାଇଲର ଲୋହାଗରା ଅଞ୍ଚଳରେ ହିନ୍ଦୁଙ୍କ ଘର ଉପରେ ଆକ୍ରମଣ ହୋଇଥିବାବେଳେ ଗୋଟିଏ ଘରେ ମଧ୍ୟ...

ସରକାରରେ ରହିବେ ମହିଳା

କାବୁଲ,୨।୯: ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ତାଲିବାନ୍‌ ଅପେକ୍ଷା କରିଥିଲା ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନକୁ। ୩୧ ଡେଡ୍‌ଲାଇନ ସୁଦ୍ଧା ବିଦେଶୀ ସାମରିକ ମେଣ୍ଟ ଆଫଗାନିସ୍ତାନରୁ...

୭.୩% ଭାରତୀୟ ରଖିଛନ୍ତି ଡିଜିଟାଲ ମୁଦ୍ରା

ଜାତିସଂଘ, ୧୨ା୮:ଭାରତରେ ୨୦୨୧ରେ ମୋଟ ଜନସଂଖ୍ୟାର ୭.୩% ସେମାନଙ୍କ ନିକଟରେ ଡିଜିଟାଲ ମୁଦ୍ରା ରଖିଥିବା ଜାତିସଂଘ ଟ୍ରେଡ୍‌ ଆଣ୍ଡ୍‌ ଡେଭେଲପମେଣ୍ଟ ସଂସ୍ଥା ୟୁଏନ୍‌ସିଟିଏଡି କହିଛି। ଏହି...

କରୋନା ମହାମାରୀର ଭୟଙ୍କର ରୂପ ଆସିବ, ବିଲ୍‌ ଗେଟ୍‌ସଙ୍କ ଚେତାବନୀ…

ଓ୍ବାଶିଂଟନ୍‌, ୨।୫ : ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ତଥା ଭେଟେରାନ ବିଲିୟନେୟାର ବିଲ ଗେଟ୍‌ସ ଚେତାବନୀ ଦେଇଛନ୍ତି ଯେ କରୋନା ମହାମାରୀର ପ୍ରକୃତ ରୂପକୁ ପୃଥିବୀ...

Advertisement
Archives

Model This Week