ମଣିଷ ପାଇଁ ସତର୍କ ଘଣ୍ଟି

ସମାଜ ସର୍ବଦା ଏକ ସୁସ୍ଥ ପରିବେଶ ଉପରେ ନିର୍ଭର କରେ। ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ପ୍ରଦୂଷଣମୁକ୍ତ ପରିବେଶ ଏକାନ୍ତ ପ୍ରୟୋଜନ। ବିଶୁଦ୍ଧ ପରିବେଶ ସୁସ୍ଥ ଜୀବନଯାପନର ଏକ ମାନଦଣ୍ଡ। ପରିବେଶ ଆମର ରକ୍ଷାକବଚ, ଯାହା ଆମ ପାଇଁ ପ୍ରକୃତିର ବଡ଼ ଅବଦାନ ଏବଂ ଆମର ଜୀବନ ରକ୍ଷାକାରୀ। ଜୀବଜଗତ ବଞ୍ଚତ୍ବା ପାଇଁ ବାୟୁ ଏକ ଅପରିହାର୍ଯ୍ୟ ଉପାଦାନ। ନ ଖାଇ ଆମେ କିଛିଦିନ ବଞ୍ଚିଯିବା ମାତ୍ର ବାୟୁ ବିନା କିଛି କ୍ଷଣ ବଞ୍ଚତ୍ବା ଅସମ୍ଭବ। ଶିଳ୍ପାୟନ ଓ ନଗରୀକରଣ ଯୋଗୁ ପରିବେଶ ପ୍ରଦୂଷିତ ହେବା ସହ ଅନେକ ଧନଜୀବନ କ୍ଷତି ହେଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତଥ୍ୟ ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ବାର୍ଷିକ ୫ କୋଟି ୪୦ ଲକ୍ଷ ଏବଂ ଭାରତରେ ବର୍ଷକୁ ପ୍ରାୟ ୧୨ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଉଛି। ଯାନବାହନ ସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ଆଣବିକ ପରୀକ୍ଷଣ, ଖଣିଜ ପରିବହନ ଆଦି ଯୋଗୁ ପରିବେଶ ପ୍ରଦୂଷିତ ହେଉଛି। ଡିଜେଲ, କୋଇଲା ଓ ଅନ୍ୟ ଶିଳ୍ପ ଇନ୍ଧନ ଦହନରୁ ବାହାରୁଥିବା ବିଷାକ୍ତ ନାଇଟ୍ରୋଜେନ୍‌ ଅକ୍ସାଇଡ, କାର୍ବନ୍‌ ମନୋକ୍ସାଇଡ ଓ ଡାଇଅକ୍ସାଇଡ, ଓଜୋନ, ଆମୋନିଆ, ସଲ୍‌ଫର ଡାଇଅକ୍ସାଇଡ୍‌ ପରି ବିଷାକ୍ତ ବାଷ୍ପ ବାୟୁମଣ୍ଡଳକୁ ପ୍ରଦୂଷିତ କରିଥାଏ। ପରିବେଶ ପ୍ରଦୂଷଣ ଆମ ସ୍ବାସ୍ଥ୍ୟ ଉପରେ ବିଭିନ୍ନ ପ୍ରତିକୂଳ ପ୍ରଭାବ ପକାଇଥାଏ। ଶିଶୁ ମୃତ୍ୟୁ, ଶ୍ୱାସକ୍ରିୟାଜନିତ ସମସ୍ୟା, ଆଲର୍ଜି, ହୃଦ୍‌ରୋଗ, ମାନସିକ ବିକୃତି ଭଳି ରୋଗର ଏହା କାରଣ ହେବା ସହ ଅନ୍ୟାନ୍ୟ କ୍ଷତିକାରକ ପ୍ରଭାବ ରହିଛି। ବାୟୁ ପ୍ରଦୂଷଣର ବ୍ୟାପକ ପ୍ରଭାବ ଶିଶୁମାନଙ୍କ ଉପରେ ରହିଛି।
ଦିଲ୍ଲୀରେ ପ୍ରଦୂଷଣ ଉଦ୍‌ବେଗଜନକ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ଖରାପ ସ୍ଥିତିରେ ଦିଲ୍ଲୀର ବାୟୁ ଗୁଣବତ୍ତା। ଦିଲ୍ଲୀରେ ବାୟୁ ଗୁଣବତ୍ତା ଅଧିକ ଖରାପ ହେଉଥିବା ବେଳେ ଅଣନିଃଶ୍ୱାସୀ ହେଉଛନ୍ତି ସ୍ଥାନୀୟବାସୀ। ଲଗାତର ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ଅତି ଖରାପ ସ୍ଥିତିରେ ରହିଛି, ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି। ପବନର ଗତି, ଚାଷଜମିରେ ଅଗ୍ନିକାଣ୍ଡ ଯୋଗୁ ସ୍ଥିତି ଜଟିଳ ହୋଇଛି। ପଞ୍ଜାବ ଓ ହରିୟାଣାର ଚାଷୀ ନଡ଼ା ଜଳାଇବା ଯୋଗୁ ପ୍ରଦୂଷଣ ବଢୁଛି। ବାୟୁ ପ୍ରଦୂଷଣ ପାଇଁ କେବଳ ଚାଷୀ ନୁହନ୍ତି, ଏଥିପାଇଁ ସରକାର ମଧ୍ୟ ସମାନ ପ୍ରତିଶତ ଦାୟୀ। କ୍ଷେତରେ ଅମଳ ପରବର୍ତ୍ତୀ ସମୟରେ ଚାଷୀ ନଡ଼ା ଜଳାଇବା ଯୋଗୁ ବାୟୁ ପ୍ରଦୂଷଣ ବଢୁଛି। ଏହି ବିଷାକ୍ତ ବାୟୁ କେବଳ ପଞ୍ଜାବ, ହରିୟାଣା ନୁହେଁ ପୂରା ଉତ୍ତର ଭାରତରେ ବ୍ୟାପୁଛି। ଫଳରେ ଲୋକଙ୍କୁ ନିଃଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହେଉଛି। ଚଳିତ ବର୍ଷ ପଞ୍ଜାବରେ ଫସଲ ଅମଳ ବଢ଼ିଥିବାରୁ ନଡ଼ା ଜାଳିବା ମଧ୍ୟ ବଢ଼ିଛି। ଗତବର୍ଷ ଅପେକ୍ଷା ଚାଷୀଙ୍କ ନଡ଼ା ଜାଳିବା ୨୨ ପ୍ରତିଶତ ବଢ଼ିଛି। ଭାରତ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଏଜେନ୍ସି, ‘ସଫର’ ଅନୁଯାୟୀ, ଚାଷୀ ନଡ଼ା ଜାଳିବା ଯୋଗୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ୩୪ ପ୍ରତିଶତ ବାୟୁ ପ୍ରଦୂଷଣ ବଢ଼ିଛି। ଗତବର୍ଷ ଅପେକ୍ଷା ଏହା ୭ ପ୍ରତିଶତ ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଲଗାତର ପ୍ରଦୂଷିତ ବାୟୁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବାୟୁ ଗୁଣବତ୍ତା ସୂଚକାଙ୍କର ମାନଦଣ୍ଡ ପୂରଣ କରିବାରେ ସବୁ ଦେଶର ସହର ବିଫଳ ହୋଇଛନ୍ତି। ଭାରତର କୌଣସି ସହର ପ୍ରଦୂଷଣ ପ୍ରସଙ୍ଗରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡ ପୂରଣ କରୁନାହାନ୍ତି। ପ୍ରଦୂଷଣ ଯୋଗୁ ଭାରତର ବାର୍ଷିକ ୧୫୦ ବିଲିୟନ ଡଲାର ଆର୍ଥିକ କ୍ଷତି ଘଟୁଛି ଓ ସ୍ଥିତି ଏମିତି ହୋଇଛି ଯେ ପ୍ରଦୂଷଣ ପ୍ରତି ମିନିଟ୍‌ରେ ଭାରତରେ ୩ ଜଣଙ୍କର ପ୍ରାଣ ନେଉଛି। ଗତବର୍ଷ ତୁଳନାରେ ଦିଲ୍ଲୀ ସମେତ କୋଲ୍‌କାତା ଓ ମୁମ୍ବାଇ ଭଳି ମହାନଗରୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ବାୟୁ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ତାହା ଶରୀର ପକ୍ଷେ ଅତ୍ୟନ୍ତ ଭୟଙ୍କର। ସେହିଭଳି ଭୁବନେଶ୍ୱରର ଅବସ୍ଥା ମଧ୍ୟ ଶୋଚନୀୟ। ଦୈନିକ ପାଖାପାଖି ୧୦ ଲକ୍ଷରୁ ଅଧିକ ଗାଡ଼ି ଚଳାଚଳ କରୁଛି। ତା’ସହିତ ରାସ୍ତାଘାଟ, କୋଠାବାଡ଼ି ନିର୍ମାଣ ଦ୍ୱାରା ଧୂଳି ଉଡ଼ି ବାୟୁ ପ୍ରଦୂଷଣ କରୁଛି। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଚିହ୍ନଟ କରିଥିବା ୧୦୨ ସହର ମଧ୍ୟରେ ଭୁବନେଶ୍ୱର, କଟକ, ଅନୁଗୋଳ, ତାଳଚେର, ବାଲେଶ୍ବର ଓ ରାଉରକେଲା ସ୍ଥାନ ପାଇଛି। ପ୍ରଦୂଷଣର ମାତ୍ରା ଯେଉଁଭଳି ଭାବରେ ବୃଦ୍ଧି ପାଉଛି ଭବିଷ୍ୟତରେ ଦିଲ୍ଲୀ ସହର ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ପୂର୍ବର ସେହି ସୁସ୍ଥ ପରିବେଶକୁ ଫେରାଇ ଆଣିବାକୁ ସମଗ୍ର ମାନବ ଜାତି ଚେଷ୍ଟା କରିବା ଆବଶ୍ୟକ।

  • ଚିତ୍ତରଞ୍ଜନ ପୃଷ୍ଟି
    ନିମାପଡ଼ା, ପୁରୀ,
    ମୋ:୯୭୭୮୧୭୭୫୦୧

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?