Advertisement

ଭୀମ ପୃଷ୍ଟିଙ୍କୁ ଅକ୍ଷୟ ସାହିତ୍ୟ, ବିଚିତ୍ରାନନ୍ଦ ଦେଓଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଥିଲେ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି। ସାହିତ୍ୟ କ୍ଷେତ୍ରକୁ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ। ସ୍ବର୍ଗତ ମହାନ୍ତିଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ଅବସରରେ ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି, ଓଡ଼ିଶା ସିନେକ୍ରିଏଟିକ୍‌ ଆଶୋସିଏଶନ୍‌ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁବାର ଅକ୍ଷୟ ସଙ୍ଗୀତ ଓ ସମ୍ମାନ ଉତ୍ସବ-୨୦୨୨ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ, ସମ୍ମାନିତ ଅତିଥି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇଥିଲେ। ଉତ୍ସବରେ ଗାଳ୍ପିକ ଭୀମ ପୃଷ୍ଟିଙ୍କୁ ଅକ୍ଷୟ ସାହିତ୍ୟ ସମ୍ମାନ ଓ ଇଞ୍ଜିନିୟର ବିଚିତ୍ରାନନ୍ଦ ଦେଓଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାଦମ୍ବିନୀ ମିଡିଆ ପକ୍ଷରୁ ଡ. ଇତି ସାମନ୍ତଙ୍କ ସମ୍ପାଦନରେ ପ୍ରକାଶିତ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଆଧାରିତ ସଂକଳନ ଅମର ଅକ୍ଷୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସାମ୍ବାଦିକ ପ୍ରଦୋଷ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଦିଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ। ସାରେ କଣ୍ଠଶିଳ୍ପୀ ବିଚିତ୍ରାନନ୍ଦ ଦେଓ, ସୌରଭ ନାୟକ, ଛନ୍ଦା ମିଶ୍ର, ଶୈଳଭାମା ମିଶ୍ର, ପ୍ରୀତିନନ୍ଦା ରାଉତରାୟ, ଯଶସ୍ବିନୀ, ସଞ୍ଜୟ ମିଶ୍ର ପ୍ରମୁଖଙ୍କ ସଙ୍ଗୀତରେ ଶ୍ରୋତାମାନେ ଝୁମି ଉଠିଥିଲେ। କାର୍ଯ୍ୟକ୍ରମକୁ ଅବନ୍ତୀକାନ୍ତ ଦାସ ପରିଚଳାନା କରିଥିବା ବେଳେ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ। ରବି ବିଶ୍ୱାଳ, ଲିଟୁ ମହାନ୍ତି, ଶ୍ରୀଧର ମାର୍ଥା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦରବୃଦ୍ଧିକୁ ବିଜେଡିର ବିରୋଧ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଘଟିଛି। ଏହା ବିରୋଧରେ ବିଜୁ ଜନତା ଦଳ ଯୁଦ୍ଧଂ ଦେହି...

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ବସିବ । ଗୃହରେ ୧୦ ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ। ୧୪ରୁ ୨୯...

ଭୁବନେଶ୍ୱରରେ ଲାଗିବ ୫୦୦ ୱାଇ-ଫାଇ ହଟ୍‌ସ୍ପଟ୍‌

ଭୁବନେଶ୍ୱର,୮।୭(ବ୍ୟୁରୋ) : ଭୁବନେଶ୍ୱର ସହର ଅଳ୍ପ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓ୍ବାଇ-ଫାଇ ସହର ହେବ। ସହରର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ଓ୍ବାଇ-ଫାଇ ହଟ୍‌ସ୍ପଟ...

ହାଇଓ୍ବା ସହିତ ଜଳିଗଲେ ଡ୍ରାଇଭର

ବଣାଇଁ,୨୦।୮(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ନିକଟ ଗୀତାରାଣୀ ମାଇନ୍ସରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଝିପିଝିପି ବର୍ଷାରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

ଦୁଇ ସପ୍ତାହରେ ଓଡ଼ିଶାରେ ତିଆରି ହେଲା ଅତ୍ୟାଧୁନିକ ହସ୍ପିଟାଲ

ଚିତ୍ରକୋଣ୍ଡା,୩୦ା୧୧(ଡି.ଏନ.ଏ.): ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବଦଳି ଯାଇଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ମାନଚିତ୍ର। ଦ୍ରୁତ ଗତିରେ ଏଠାରେ ହେଉଛି ବିକାଶମୂଳକ...

କୁଲଡ଼ିହା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୧୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ଦୀର୍ଘ ଏକ ସପ୍ତାହରୁ ଊର୍ଦ୍ଧ୍ୱ ହେବ ନିଆଁ ଲାଗି ବୃକ୍ଷଲତା ପୋଡି ପାଉଁଶ ହୋଇଯାଇଛି।...

ଗୋପରେ ପ୍ରାକୃତିକ ଗ୍ୟାସ୍‌, ପେଟ୍ରୋଲର ସନ୍ଧାନ: ୧୬ ଏକର ଜମିରେ ଆରମ୍ଭ ହେବ କାମ

ଗୋପ, ୧୧ା୪(ଡି.ଏନ୍‌.ଏ): ପୁରୀ ଜିଲା ଗୋପ ବ୍ଲକ ଅଧୀନ ଗୋପ ପଞ୍ଚାୟତର କୁଶୁପୁର ଏବଂ ମହଲପଡ଼ା ପଞ୍ଚାୟତର ଚିତ୍ରା ଗାଁରେ ପ୍ରାକୃତିକ ଗ୍ୟାସ୍‌ ଓ ତୈଳର...

ମାନସ ସ୍ବାଇଁ ହତ୍ୟା ଘଟଣା: ୪ ଅଭିଯୁକ୍ତଙ୍କ ସରୁଛି ରିମାଣ୍ଡ ଅବଧି

ଭୁବନେଶ୍ୱର,୨।୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରୁଛି । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ସହିତ...

Advertisement
Archives

Model This Week