ପାଲଟା ଅଭିଯୋଗ ଆଣିଲେ ଅକ୍ଷୟ ପରିଜା

ଭୁବନେଶ୍ୱର,୧।୧୦( ବ୍ୟୁରୋ): କାଷ୍ଟିଂ କାଉଚ୍‌କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ଓଲିଉଡ୍‌ ଇଣ୍ଡଷ୍ଟ୍ରି। ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାମରେ ଜଣେ ଯୁବତୀ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଶୁକ୍ରବାର ଅକ୍ଷୟ ନୟାପଲ୍ଲୀ ଥାନାରେ ସମ୍ପୃକ୍ତ ଯୁବତୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, କେତେଜଣଙ୍କ ସହ ମିଶି ଯୁବତୀ ଜଣକ ତାଙ୍କୁ ନିର୍ଯାତନା ଦେବା ସହ ଟଙ୍କା ମାଗୁଛନ୍ତି। ଧମକ ଦେଇ ଭୟଭୀତ କରାଉଛନ୍ତି। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ଅକ୍ଷୟ ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ଆଇପିସି ଦଫା ୩୮୪, ୩୮୫, ୫୦୬, ୧୨୦(ବି)ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଥାନା ପକ୍ଷରୁ ମାମଲା ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ।
ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବତୀଙ୍କ ସହ ଅକ୍ଷୟଙ୍କର କିଛି ଆପତ୍ତିଜନକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ଓଲିଉଡ୍‌ ସହ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏଥିସହ ସମ୍ପୃକ୍ତ ଯୁବତୀଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଯୁବତୀଙ୍କ କହିବା ଅନୁଯାୟୀ, ‘ମୁଁ ହରିଜନ ଜାତିର ଝିଅ। ଦୀର୍ଘବର୍ଷ ହେଲା ପ୍ରଯୋଜକ ଅକ୍ଷୟ ପରିଜା ମୋ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି। ମୋର ନ୍ୟୁଡ୍‌ ଫଟୋ ରଖି ବ୍ଲାକ୍‌ମେଲ କରୁଛନ୍ତି। ପ୍ରତିବାଦ କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ମୋ ବାହାଘର ଠିକ୍‌ ହୋଇଛି। ସେ କହୁଛନ୍ତି, ଯଦି ତୁ ବାହାହେବୁ ତା’ହେଲେ ସେ ପୁଅ ସହ ରଖେଇ ଦେବିନି। ଆଉ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ମୁଁ ଏବେ ଆଶା ରଖୁଛି, ମୋତେ ଆପଣ ନ୍ୟାୟ ଦିଅନ୍ତୁ’। ହେଲେ ସମ୍ପୃକ୍ତ ଯୁବତୀଙ୍କ ପକ୍ଷରୁ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରାଯାଇଥିବା ଚର୍ଚ୍ଚା ହେଉଥିବାବେଳେ ସେପରି କୌଣସି ଅଭିଯୋଗ ହୋଇନାହିଁ ବୋଲି ଥାନାଧିକାରୀ ଓମ୍‌ ପ୍ରକାଶ ମହାନ୍ତି କହିଥିଲେ। ମିଳିଥିବା ସୂଚନାନୁସାରେ, ଯୁବତୀ ଜଣକ ଅଭିଯୋଗ ଲେଖି ଥାନାକୁ ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଅଭିଯୋଗ ନ କରି ଥାନାରୁ ପଳାଇ ଆସିଥିଲେ। ଏବେ ଯୁବତୀଙ୍କ ଭିଡିଓ ଓ ପ୍ରଯୋଜକ ଅକ୍ଷୟଙ୍କ ଅଭିଯୋଗକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯୁବତୀ ଜଣକ କାହିଁକି ଥାନାରେ ଅଭିଯୋଗ କଲେ ନାହିଁ, କାଷ୍ଟିଂ କାଉଚ ଘଟଣା ସତ ନା ମିଛ, ଭାଇରାଲ ହେଉଥିବା ଫଟୋର ସତ୍ୟତା କେତେ, ଏଭଳି ବିଭିନ୍ନ ଦିଗକୁ ନେଇ ଏକାଧିକ ପ୍ରଶ୍ନ ସୃଷ୍ଟି ହେଉଛି। ତେବେ ପୋଲିସ ଅକ୍ଷୟଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। ତେବେ ଘଟଣା ସଂକ୍ରାନ୍ତରେ ଅକ୍ଷୟଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?