ପାଲଟା ଅଭିଯୋଗ ଆଣିଲେ ଅକ୍ଷୟ ପରିଜା

ଭୁବନେଶ୍ୱର,୧।୧୦( ବ୍ୟୁରୋ): କାଷ୍ଟିଂ କାଉଚ୍‌କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ଓଲିଉଡ୍‌ ଇଣ୍ଡଷ୍ଟ୍ରି। ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାମରେ ଜଣେ ଯୁବତୀ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଶୁକ୍ରବାର ଅକ୍ଷୟ ନୟାପଲ୍ଲୀ ଥାନାରେ ସମ୍ପୃକ୍ତ ଯୁବତୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, କେତେଜଣଙ୍କ ସହ ମିଶି ଯୁବତୀ ଜଣକ ତାଙ୍କୁ ନିର୍ଯାତନା ଦେବା ସହ ଟଙ୍କା ମାଗୁଛନ୍ତି। ଧମକ ଦେଇ ଭୟଭୀତ କରାଉଛନ୍ତି। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ଅକ୍ଷୟ ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ଆଇପିସି ଦଫା ୩୮୪, ୩୮୫, ୫୦୬, ୧୨୦(ବି)ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଥାନା ପକ୍ଷରୁ ମାମଲା ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ।
ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବତୀଙ୍କ ସହ ଅକ୍ଷୟଙ୍କର କିଛି ଆପତ୍ତିଜନକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ଓଲିଉଡ୍‌ ସହ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏଥିସହ ସମ୍ପୃକ୍ତ ଯୁବତୀଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଯୁବତୀଙ୍କ କହିବା ଅନୁଯାୟୀ, ‘ମୁଁ ହରିଜନ ଜାତିର ଝିଅ। ଦୀର୍ଘବର୍ଷ ହେଲା ପ୍ରଯୋଜକ ଅକ୍ଷୟ ପରିଜା ମୋ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି। ମୋର ନ୍ୟୁଡ୍‌ ଫଟୋ ରଖି ବ୍ଲାକ୍‌ମେଲ କରୁଛନ୍ତି। ପ୍ରତିବାଦ କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ମୋ ବାହାଘର ଠିକ୍‌ ହୋଇଛି। ସେ କହୁଛନ୍ତି, ଯଦି ତୁ ବାହାହେବୁ ତା’ହେଲେ ସେ ପୁଅ ସହ ରଖେଇ ଦେବିନି। ଆଉ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ମୁଁ ଏବେ ଆଶା ରଖୁଛି, ମୋତେ ଆପଣ ନ୍ୟାୟ ଦିଅନ୍ତୁ’। ହେଲେ ସମ୍ପୃକ୍ତ ଯୁବତୀଙ୍କ ପକ୍ଷରୁ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରାଯାଇଥିବା ଚର୍ଚ୍ଚା ହେଉଥିବାବେଳେ ସେପରି କୌଣସି ଅଭିଯୋଗ ହୋଇନାହିଁ ବୋଲି ଥାନାଧିକାରୀ ଓମ୍‌ ପ୍ରକାଶ ମହାନ୍ତି କହିଥିଲେ। ମିଳିଥିବା ସୂଚନାନୁସାରେ, ଯୁବତୀ ଜଣକ ଅଭିଯୋଗ ଲେଖି ଥାନାକୁ ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଅଭିଯୋଗ ନ କରି ଥାନାରୁ ପଳାଇ ଆସିଥିଲେ। ଏବେ ଯୁବତୀଙ୍କ ଭିଡିଓ ଓ ପ୍ରଯୋଜକ ଅକ୍ଷୟଙ୍କ ଅଭିଯୋଗକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯୁବତୀ ଜଣକ କାହିଁକି ଥାନାରେ ଅଭିଯୋଗ କଲେ ନାହିଁ, କାଷ୍ଟିଂ କାଉଚ ଘଟଣା ସତ ନା ମିଛ, ଭାଇରାଲ ହେଉଥିବା ଫଟୋର ସତ୍ୟତା କେତେ, ଏଭଳି ବିଭିନ୍ନ ଦିଗକୁ ନେଇ ଏକାଧିକ ପ୍ରଶ୍ନ ସୃଷ୍ଟି ହେଉଛି। ତେବେ ପୋଲିସ ଅକ୍ଷୟଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। ତେବେ ଘଟଣା ସଂକ୍ରାନ୍ତରେ ଅକ୍ଷୟଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ, ଶ୍ରୀସେତୁ ନିର୍ମାଣ କାର୍ଯ୍ୟର କଲେ ଅନୁଧ୍ୟାନ

ପୁରୀ ଅଫିସ,୧୨।୧୧: ୫-ଟି ସଚିବ ଭିକେ ପାଣ୍ଡିଆନ ଶନିବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହା ସହ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ...

ଯାଜପୁରରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ତତ୍ପର

ଯାଜପୁର ଟାଉନ,୪।୪: (ଡି.ଏନ.ଏ)- ଯାଜପୁର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ଶୁକ୍ରବାର ରାତିରୁ ବ୍ରହ୍ମବରଦା ଅଞ୍ଚଳକୁ...

ସରକାରୀ ଡାକ୍ତରଖାନାରେ ଏମିତି ଚାଲିଛି ରୋଗୀସେବା: ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ଘରୋଇ କ୍ଲିନିକ୍‌ ଯିବା ଲାଗି କହିଲେ ଡାକ୍ତର

ପୁରୀ ଅଫିସ,୧୫।୧୦ : ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ମଙ୍ଗଳବାର ଜଣେ ଗର୍ଭବତୀ ମହିଳାଙ୍କୁ ଜନୈକ ଡାକ୍ତର ଘରୋଇ କ୍ଲିନିକ୍‌ରେ ଚିକିତ୍ସା...

ଖୁବ୍‌ଶୀଘ୍ର ଉତ୍‌କେଲା, ଜୟପୁରରୁ ବିମାନ ଉଡ଼ିବ

ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟର ଆଉ ୨ଟି ଏୟାରଷ୍ଟ୍ରିପ୍‌ ଭବାନୀପାଟଣା ନିକଟସ୍ଥ ଉତ୍‌କେଲା ଓ ଜୟପୁରରୁ ଖୁବ୍‌ଶୀଘ୍ର ବିମାନ ଉଡ଼ାଣ ହେବ। ଏହି ଦୁଇଟି ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ...

ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଲଗାଣ ବର୍ଷା ଯୋଗୁ ରାଜ୍ୟରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଅର୍ଥାତ୍‌ ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ...

ବନ୍ୟପ୍ରାଣୀ ସୁରକ୍ଷା ପାଇଁ କର୍ମଚାରୀ ଅଭାବ

ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟରେ ଏବେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ବନ୍ୟପ୍ରାଣୀଙ୍କୁ ଶିକାର ଖବର ହେଉ କିମ୍ବା ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାର...

ଆଜି ରାଜ୍ୟରେ ୫୨୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୭୫ ଜଣ...

କାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍‌ ଲାଇନ୍‌ ପାଇପ୍‌: ୨ ଶ୍ରମିକ ମୃତ, ୩ ଆହତ

ନୟାଗଡ଼ ଅଫିସ,୪।୨: ନୟାଗଡ଼ ଜିଲା ସୁନାନଟି ବ୍ରିଜ ନିକଟରେ ଶନିବାର ଗ୍ୟାସ ଲାଇନ୍‌ ପାଇପ୍‌ ଫାଟିଛି। ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩...

Advertisement
Archives

Model This Week