ନୂଆବର୍ଷରେ ଏକାଠି ନଜର ଆସିବେ ଅକ୍ଷୟ-କ୍ରିତି

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଫିଲ୍ମ ‘ଲକ୍ଷ୍ମୀ’ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାପରେ ବି ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବେ ଟୁଇଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଏହାଏକ ଆକ୍ସନ ଓ କମେଡି ଫିଲ୍ମ ହୋଇଥିବା ବେଳେ ଆସନ୍ତା ବର୍ଷ ଜାନୁୟାରୀରେ ଅକ୍ଷୟ ଏହାର ଶୁଟିଂ ଆରମ୍ଭ କରିବାକୁ ଯାଉଥିବାରୁ ଏବେ ଏହା ଟୁଇଟରରେ ଟ୍ରେଣ୍ଡ କରୁଛି । ଫିଲ୍ମ ସମିକ୍ଷକ ତରଣ ଆଦର୍ଶ ଟୁଇଟ କରି କହିଛନ୍ତି, ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ଶୁଟି ଆସନ୍ତା ବର୍ଷ ଜାନୁୟାରୀରେ ଆରମ୍ଭ କରିବାକୁ ଯାଉଛି । ଜୈସଲମରରେ ଏହାର ଶୁଟିଂ କରାଯିବ । ଏଥିରେ କ୍ରିତି ସାନନଙ୍କ ବ୍ୟତୀତ ଆଉ ଜଣେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ହେଲେ ଏପର୍ଯ୍ୟନ୍ତ ତାଙ୍କ ନାଁ ଜଣାପଡି ନାହିଁ । ଏହାର ପ୍ରଯୋଜକ ରହିଛନ୍ତି ସାଜିଦ ନାଡିୟାଡୱାଲା । ସୂଚନାଯୋଗ୍ୟ, ଚଳିତ ବର୍ଷ ଦୀପାବଳିରେ ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ ବମ’କୁ ନେଇ ବିବାଦ ଉପୁଜିବାରୁ ଏବେ ଏହାର ନାଁ ପରିବର୍ତ୍ତନ କରି ‘ଲକ୍ଷ୍ମୀ’ ରଖାଯାଇଛି । କରୋନା ମହାମାରୀ କାରଣରୁ ଏହା ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ଡରନ୍ତି ପରିଣିତି

ପରିଣିତି ଚୋପ୍ରା କାହାକୁ ଡରନ୍ତି ? ତାଙ୍କୁ ସବୁ କଥା କୁହନ୍ତୁ, ହେଲେ ସାପ ବିଷୟରେ କଥା ହେଲେ କିମ୍ବା ଦେଖିଲେ ତାଙ୍କ ମନରେ ଛନକା...

ତନୁଶ୍ରୀ ଦତ୍ତଙ୍କୁ ପୂରିଲା ୩୬: ଇମରାନ୍‌ ହାସମୀଙ୍କ ସହିତ ଲିପ୍‌ଲକ୍‌ ନେଇ ବଲିଉଡ୍‌ରେ ହୋଇଥିଲା ଚର୍ଚ୍ଚା…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଗୁରୁବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍‌ସେଦ୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ଇମରାନ୍‌...

ଗାୟତ୍ରୀ ମନ୍ତ୍ର ଜପିଲେ କୁନି ଇନାୟା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ସୋହା ଅଲୀ ଖାନ୍‌ ଓ କୃଣାଲ ଖେମୁଙ୍କ ଝିଅ ଇନାୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇ ତୈମୁରଙ୍କ ଭଳି...

ନୁସରତ ଶେୟାର କଲେ ଫଟୋ, ପ୍ରଶଂସକଙ୍କ ନଜର ହଟୁନି

ମୁମ୍ବାଇ: ଟିଏମ୍‌ସି ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜାହାଁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଗୋଟିଏ ପରେ ଗୋଟିଏ ଫଟୋ ଶେୟାର କରି ଦର୍ଶକଙ୍କ...

ପ୍ରତିଦିନ ୪୧ ହଜାରୁ ଅଧିକ ଲୋକ ମାଗୁଛନ୍ତି ସହାୟତା: ସୋନୁ ସୁଦ କହିଲେ…

କରୋନା ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। ଚିକିତ୍ସା ସୁବିଧା ଅଭାବରୁ ନେଇ ସାରା ଦେଶରେ ଲୋକମାନେ ଅଭିଯୋଗ କରୁଛନ୍ତି। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ,...

ଗୋଟିଏ ଆଇଟମ୍‌ ନମ୍ବର ପାଇଁ କେତେ ଟଙ୍କା ନିଅନ୍ତି ମଲାଇକା

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ କିଏ ବା ନ ଜାଣେ। ତାଙ୍କ ଫିଟ୍‌ନେସ ଏବଂ ସୁନ୍ଦରତା ପାଇଁ ଚର୍ଚ୍ଚାରେ ରୁହନ୍ତି। ‘ଛେୟାଁ ଛେୟାଁ’ ଏବଂ ‘ମୁନ୍ନି...

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା:  କରନ, ସଲମାନଙ୍କ ସମେତ ୮ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ,୧୭।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି। ତାଙ୍କ ଭଳି ଭର୍ସାଟାଇଲ ଅଭିନେତା ଏଭଳି ପଦକ୍ଷେପ କାହିଁକି...

ୟୁଟ୍ୟୁବ୍‌ରେ ହିଟ୍‌ ‘ଓ୍ବାଲର୍‌ଡ ଫେମସ୍‌ ଲଭର’

ମୁମ୍ବାଇ, ୯ା୨: ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିବା ସାଉଥ ଫିଲ୍ମ ‘ଓ୍ବାଲର୍‌ଡ ଫେମସ୍‌ ଲଭର’ ୟୁଟ୍ୟୁବ୍‌ରେ ହିଟ୍‌ ହୋଇଛି। ସପ୍ତାହକ ପୂର୍ବରୁ ହିନ୍ଦୀ ଭାଷାରେ ଏହି...

Advertisement
Archives

Model This Week