ବଡ଼ ହୃଦୟ ଦେଖାଇଲେ ଅକ୍ଷୟ କୁମାର: ଏତିକି ଟଙ୍କା କଲେ ଦାନ

ଜଣେ ଭଲ ଅଭିନେତା ହେବା ବ୍ୟତୀତ ଅକ୍ଷୟ କୁମାର ତାଙ୍କର ଉଦାରତା ପାଇଁ ଜଣାଶୁଣା। ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ଅକ୍ଷୟ କୁମାର ମୁମ୍ବାଇର ହାଜିଅଲି ଦର୍‌ଘା ପରିଦର୍ଶନ କରିଥିଲେ। ଅକ୍ଷୟ କୁମାରଙ୍କ ଦରଘାରେ ପ୍ରାର୍ଥନା କରୁଥିବା ଅନେକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ସେ ଆଉ ଏକ ମହାନ କାର୍ଯ୍ୟ କରିଛନ୍ତି। ଅକ୍ଷୟ ଦରଘାର ଏକ ଅଂଶର ପୁନଃ ନିର୍ମାଣର ଦାୟିତ୍ୱ ନିଜ ହାତକୁ ନେଇଛନ୍ତି। ଏଥିପାଇଁ ଅସେ କୋଟି କୋଟି ଟଙ୍କା ଦାନ କରିଛନ୍ତି।
ହାଜି ଅଲି ଦରଘା ଟ୍ରଷ୍ଟ ଅନୁଯାୟୀ ଅକ୍ଷୟ କୁମାର ପ୍ରାୟ ୧ କୋଟି ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ପ୍ରଶଂସକ ଅକ୍ଷୟଙ୍କ ଏହି ଉଦାରତାକୁ ବହୁତ ପ୍ରଶଂସା କରୁଛନ୍ତି। ଅକ୍ଷୟ ନିକଟରେ ମୁମ୍ବାଇରେ ଥିବା ତାଙ୍କ ଘରେ ଲଙ୍ଗର ଆୟୋଜନ କରିଥିଲେ।
ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଖେଲ୍‌ ଖେଲ୍‌ ମେଁ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହା ହେଉଛି ଚଳିତ ବର୍ଷର ଅଭିନେତାଙ୍କର ତୃତୀୟ ଚଳଚ୍ଚିତ୍ର, ଯାହା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ ଲାଗୁ ହେବ ରାଷ୍ଟ୍ରପତି ଶାସନ! ବହୁ ଏଏପି ବିଧାୟକ ଯିବେ ଭାଜପା, କଂଗ୍ରେସ ଏମପିଙ୍କ ବଡ଼ ଦାବ

ଚଣ୍ଡିଗଡ଼,୩୦।୪: ଗୁରଦାସପୁରର କଂଗ୍ରେସ ଏମପି ଏବଂ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ଦାବି କରିଛନ୍ତି ଯେ ପଞ୍ଜାବ ସରକାର ସଙ୍କଟରେ ଅଛି ଏବଂ ନିକଟ…

ଖରାଦିନେ ଥଣ୍ଡା ପାନୀୟ ସହିତ ଚିପ୍ସ ଖାଉଛନ୍ତି କି? ସାବଧାନ! ଶରୀର ଉପରେ…

ଗ୍ରୀଷ୍ମ ଋତୁରେ ଲୋକମାନେ ପ୍ରକୃତରେ ଥଣ୍ଡା ପାନୀୟ ପିଇ ଉପଭୋଗ କରନ୍ତି । ଏହା କୌଣସି କାର୍ଯ୍ୟକ୍ରମ ହେଉ କିମ୍ବା ଘରେ ଅତିଥିମାନଙ୍କୁ ଆସିବାକୁ ହେଉ, ପ୍ରାୟତଃ…

୪୫ ବର୍ଷ ବୟସରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ବିବାହର ୧୦ ବର୍ଷ ପରେ ସେ ଗର୍ଭବତୀ ଅଛନ୍ତି। ୪୫ ବର୍ଷ ବୟସରେ ସେ ସରୋଗେସି…

ଶେଷ ସମୟରେ ଓଲଟିଯିବ ବାଜି: ହାରୁ ହାରୁ ଜିତିଯିବେ ମମତା! ଭାଜପାର ନିଦ ହଜାଇଲା ଏହି ସଙ୍କେତ

କୋଲକାତା,୩୦।୪: ରାଜନୀତିରେ ଆମ ଆଖି ଆଗରେ ବହୁତ କିଛି ଘଟେ, ଏବଂ ସମୟ ସହିତ ନୀରବରେ ବହୁତ କିଛି ନିଷ୍ପତ୍ତି ନିଆଯାଇଥାଏ। ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ଏକ…

ରାଜନୈତିକ ଆକ୍ରୋଶ ରଖି ନିର୍ମାଣ କାର୍ଯ୍ୟରେ ବାଧା, ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୪(ଦିଲ୍ଲୀପ ସାମଲ): ଛତ୍ରପୁର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପୌରପରିଷଦରେ ରାଜନୈତିକ ଆକ୍ରୋଶ ରଖି ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଥିବା ଅଭିଯୋଗ ନେଇ ଗଞ୍ଜାମ ଜିଲାପାଳଙ୍କୁ ଭେଟିଲେ…

ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣିବା ଘଟଣା, ରିୟାନ ପରାଗଙ୍କୁ ମିଳିଲା ଏହି ଦଣ୍ଡ

ନୂଆଦିଲ୍ଲୀ,୩୦।୪: ରାଜସ୍ଥାନ ରୟାଲ୍ସ ଅଧିନାୟକ ରିୟାନ ପରାଗଙ୍କ ପାଇଁ ଦଣ୍ଡ ଘୋଷଣା କରାଯାଇଛି । ଡ୍ରେସିଂ ରୁମ୍ ଭିତରେ ଇ-ସିଗାରେଟ୍ ଟାଣିବା ପାଇଁ ତାଙ୍କୁ ଦଣ୍ଡିତ କରାଯାଇଛି…

ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଛତ୍ରପୁର,୩୦ା୪(ଦିଲ୍ଲୀପ ସାମଲ): ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଗଞ୍ଜାମ ଜିଲାର ଛତ୍ରପୁର ସହର ଚଳଚଞ୍ଚଳ। ସହରର ନୀଳ କଣ୍ଠେଶ୍ୱର ସାହିରେ ଥିବା ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ…

ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯିବା ଘଟଣା: ତ୍ୱରିତ ନ୍ୟାୟିକ ତଦନ୍ତ ସହ ଏତେ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲା କଂଗ୍ରେସ

ପାଟଣା,୩୦।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ମୃତ ଭଉଣୀଙ୍କ କଙ୍କାଳ ଖୋଳି ମଲ୍ଲିପୋଷି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri