ଅକ୍ଷୟଙ୍କୁ ମିଳିଲା ଅନୁମତି, ଅଯୋଧ୍ୟାର ପ୍ରକୃତ ଲୋକେଶନରେ ହେବ ‘ରାମ ସେତୁ’ର ଶୁଟିଂ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ରହୁଥିବା ଦେଖାଯାଇଛି । କିଛିଦିନ ତଳେ ସେ ତାଙ୍କ ଅଗାମୀ ପ୍ରୋଜେକ୍ଟ ‘ରାମ ସେତୁ’ କଥା ଆଲୋଚନା କରିଥିବା ଜଣାପଡିଥିଲା । କିଛିଦିନ ତଳେ ଏହାର ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ଏହାକୁ ନେଇ ଆସିଛି ଆଉ ଏକ ଖବର । ରାମ ସେତୁର ଶୁଟିଂ ଏବେ ଅଯୋଧ୍ୟାର ରିୟଲ ଲୋକେଶନରେ କରାଯିବ । ଏଥିପାଇଁ ଅକ୍ଷୟ ଚେଷ୍ଟା ଜାରି ରଖିଥିବା ବେଳେ ଶେଷରେ ଏଥିରେ ସଫଳ ହୋଇଛନ୍ତି । ଏହାକୁ ନେଇ ସେ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କ୍‌ଥା ହୋଇଥିବା ବେଳେ ଏବେ କିନ୍ତୁ ଏହାକୁ ଅନୁମତି ମିଳିଯାଇଛି । ନିକଟରେ ଯୋଗୀ ଆଦିତ୍ୟନାଥ ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ଉତ୍ତରପ୍ରଦେଶରେ ନିର୍ମାଣ ହେବାକୁ ଥିବା ଫଲ୍ମ ସିଟି ବିଷୟରେ କେତେଜଣ କଳାକାରଙ୍କ ସହ କଥା ହୋଇଥିଲେ । ଏହି ସମୟରେ ଅକ୍ଷୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ରାମ ସେତୁ ଶୁଟିଂ କଥା ଉଠାଇଥିବା ବେଳେ ଏଥିପାଇଁ ତାଙ୍କୁ ଅନୁମତି ମିଳିଥିବା ଜଣାପଡିଛି । ତେବେ ୨୦୨୧ ମଧ୍ୟ ଭାଗରେ ଏହାର ଶୁଟିଂ ଅଯୋଧ୍ୟାର ରିୟଲ ଲୋକେଶନରେ ହେବ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ରିଲିଜ୍‌ ପୂର୍ବରୁ ବୟକଟ

ଅଭିନେତା ଆମିର ଖାନ୍‌ ଏବଂ କରୀନା କପୁରଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି।...

ଖୁବ୍‌ କମ ବୟସରେ କୋଟି କୋଟି ସମ୍ପତିର ମାଲିକାଣୀ ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଲଗାତର ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଛନ୍ତି। ତାଙ୍କ ଅଭିନୀତ ଗାଙ୍ଗୁବାଇ କାଠିଆୱାଡି ସୁପରହିଟ୍‌ ହେବାପରେ ଏବେ ‘ଆର୍‌ଆର୍‌ଆର୍‌’...

ମଲାଇକାଙ୍କ ସହ ଛୁଟି କଟାଉଛନ୍ତି ଅର୍ଜୁନ, ଇନ୍‌ଷ୍ଟା ଷ୍ଟୋରୀରେ ଲେଖିଲେ ଏଭଳି କିଛି..

ମୁମ୍ବାଇ: ବଲିଉଡ୍‌ର ନୂଆ ଲର୍ଭବର୍ଡ କହିଲେ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କୁ ଅନେକେ ବୁଝନ୍ତି। କଥାଟି ଅନେକାଂଶରେ ସତ ମଧ୍ୟ। ଉଭୟଙ୍କୁ ବିଭିନ୍ନ ସମୟରେ...

ପୁଅର ଫଟୋ ଶେୟାର କଲେ ଦିୟା ମିର୍ଜା, ସମୟ ପୂର୍ବରୁ ହୋଇଥିଲା ପ୍ରସବ…

ମୁମ୍ବାଇ,୧୪।୭: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ମା’ ହୋଇଛନ୍ତି। ସମୟ ପୂର୍ବରୁ ସେ ମେ‘ ୧୪ରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ଶିଶୁଟି...

କଥା ଥିଲା ସାତ ଜନ୍ମର, ହେଲେ କେଇ ମାସ ବି ଚାଲିଲାନି; ଅଲଗା ହୋଇଗଲେ ଏସବୁ କଳାକାର ଦମ୍ପତି

ବମ୍ବେ: କଥା ଥିଲା ସାତ ଜନ୍ମର। ହେଲେ କିଛି ଦିନରେ ହିଁ ଭାଙ୍ଗିଗଲା ସମ୍ପର୍କ। ବୋଲ୍ଡ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ମାତ୍ର ଚଉଦ ଦିନ ପରେ...

ସଲମାନ୍‌ଙ୍କ ସାମ୍ନାରେ ଆଣ୍ଠେଇ ଭୋ ଭୋ ହୋଇ କାନ୍ଦିଥିଲେ କରଣ

କରଣ ଜୋହରଙ୍କ ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ୧୯୯୮ରେ ରିଲିଜ୍‌ ହୋଇଥିଲା। ଏଥିରେ ପ୍ରମୁଖ ଚରିତ୍ରରେ ଶାହାରୁଖ ଖାନ୍‌, କାଜଲ ଏବଂ ରାଣୀ...

ଋଷି କପୁର-ନୀତୁଙ୍କ ବିବାହରେ ପ୍ରଥମଥର ପାଇଁ ଧଳା ଶାଢ଼ୀ ସହ ମଥାରେ ସିନ୍ଦୁର ଭରି ପହଞ୍ଚିଥିଲେ ରେଖା: ଆଖି ଖୋଜୁଥିଲା ଅମିତାଭଙ୍କୁ, ହେଲେ…

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ ଡିଭା କହିଲେ ରେଖାଙ୍କୁ ବୁଝାଯାଏ। ନିଜର ଅଭିନୟ ସାଙ୍ଗକୁ ସୁନ୍ଦରତାକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। କୌଣସି ପାର୍ଟି ଅଥବା...

ରଣବୀରଙ୍କ ଫିଲ୍ମ ‘୮୩’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ର ସିମ୍ବା ଷ୍ଟାର ଶନିବାର ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ବତନ୍ତ୍ର ଦିବସରେ ରଣବୀର ସିଂହ ତାଙ୍କର ଅପ୍‌କମିଂ ଫିଲ୍ମ ‘୮୩’ର...

Advertisement
Archives

Model This Week