ବ୍ୟସ୍ତ ରହିଲେ ବି ମା’ଙ୍କ ସହ ସମୟ ବିତାଇବାକୁ ଭୁଲନ୍ତିନି ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ବୁଧବାର ନିଧନ ହୋଇଛି। ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଖିଲାଡି ବୟ। ଅକ୍ଷୟ ତାଙ୍କ ମାଙ୍କୁ ବହୁତ ଭଲ ପାଆନ୍ତି। ଅକ୍ଷୟ ଜଣେ ଆଦର୍ଶ ପୁଅ। ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ଅକ୍ଷୟ ନିଜ ମା’ଙ୍କ ସହ ସମୟ ବିତାଇବାକୁ ଆଦୌ ଭୁଲନ୍ତିନି।

ଅକ୍ଷୟ କୁମାର ୨୦୧୯ରେ ମାଙ୍କୁ ଲଣ୍ଡନ ସହରରେ ବୁଲାଉଥିବାର ଏକ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓରେ କ୍ୟାପଶନ ଲେଖିଥିଲେ, ମାଙ୍କ ସହ କିଛି ସମୟ ବିତାଇବା ପାଇଁ ଶୁଟିଂ ଆଡଜଷ୍ଟ କରିବାକୁ ପଡ଼ିଥିଲା। ଆପଣ ନିଜ ଜୀବନରେ ଯେତେ ବ୍ୟସ୍ତ ରୁହନ୍ତୁନା କାହିଁକି କେବେ ବି ମାଙ୍କୁ ଭୁଲନ୍ତୁ ନାହିଁ। ସବୁବେଳେ ତାଙ୍କ ସହ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ।

ଅକ୍ଷୟ କୁହନ୍ତି, ତାଙ୍କ ମା’ ତାଙ୍କର ବହୁତ ନିକଟତର। ମା’ଙ୍କ ଦେହାନ୍ତ ପରେ ଅକ୍ଷୟ ସୋସିଆଲ ମିଡିଆରେ ଟୁଇଟ୍‌ କରି କହିଛନ୍ତି, ଆଜି ସକାଳେ ମୋ’ ମା ଆମକୁ ଛାଡ଼ି ଚାଲିଗଲେ। ସେ ମୋର ଏକ ଅଂଶ ଥିଲେ। ଆଜି ମୋତେ ବହୁତ କଷ୍ଟ ହେଉଛି। ମା ତୁମେ ଯିବା ପରେ ଆମ ପରିବାର କଠିନ ସମୟ ଦେଇ ଗତି କରୁଛି। ସେ ଅଲଗା ଏକ ଦୁନିଆକୁ ଚାଲିଗଲେ। ଯେଉଁଠି ମୋ ପିତାଙ୍କ ସହ ଭେଟ ହେବ। ଓମ୍‌ ଶାନ୍ତି।

ଅକ୍ଷୟଙ୍କ ଏହି ଟୁଇଟ୍‌ ପରେ ପ୍ରଶଂସକମାନଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାରମାନେ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଶବ୍ଦକୁ ଘୃଣା କରନ୍ତି ଶାହିଦ

ଅଭିନେତା ଶାହିଦ କପୁର ଆଜିକାଲି ତାଙ୍କ ୱେବ ସିରିଜ ‘ଫର୍ଜି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିବା ଶାହିଦ ବଲିଉଡ୍‌କୁ ହିଟ୍‌...

କମେଡିଆନ ନ ହୋଇଥିଲେ ଡକାୟତ ହୋଇଥାଆନ୍ତେ କପିଲ ଶର୍ମା !

ମୁମ୍ବାଇ: କମେଡିଆନ୍ କପିଲ ଶର୍ମାଙ୍କର ବଲିଉଡରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେଉଥିବା ତାଙ୍କ କମେଡି ଶୋ’ରେ ଆସୁଥିବା...

ସୁଶାନ୍ତଙ୍କ ମୃତ୍ୟୁର ଦୁଇ ମାସ ପରେ ସୋସିଆଲ ମିଡିଆକୁ ପୁଣି ଫେରିଲେ ଏହି ନିର୍ଦ୍ଦେଶକ, ଶେୟାର କଲେ ଏଭଳି ପୋଷ୍ଟ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସରୁ ଅଧିକ ସମୟ ବିତିସାରିଛି। ଜୁନ୍‌ ୧୪ରେ ମୁମ୍ବାଇସ୍ଥିତ ନିଜ ଆପାର୍ଟମେଣ୍ଟରେ ସେ ଆତ୍ମହତ୍ୟା...

ହାତକୁ ଦି’ହାତ ହେବେ ମୌନୀ ରାୟ!

ମୁମ୍ବାଇ : ବଲିଉଡ୍‌ରେ ବିବାହ ଋୁତୁ ଆରମ୍ଭ ହୋଇ ଯାଇଛି । କିଛି ସେଲିବ୍ରିଟି ଏହାରି ମଧ୍ୟରେ ହାତକୁ ଦି’ହାତ ହୋଇ ସାରି ଥିବା ବେଳେ...

ବଲିଉଡ୍‌ ଏଣ୍ଟ୍ରି ପାଇଁ ନିଜ ନାଁ ବଦଳାଇ ଦେଇଥିଲେ ମିନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦାମିନୀ ମିନାକ୍ଷୀ ଶେଷାଦ୍ରୀ ଆଜିବି ଦର୍ଶକଙ୍କ ମନରେ ବସାବାନ୍ଧି ରହିଛନ୍ତି। ଏହି ଅଭିନେତ୍ରୀ ୯୦ ଦଶକରେ ବଲିଉଡ୍‌ ଦୁନିଆରେ ଜଣେ ଆଗଧାଡିର ନାୟିକା...

ବାପା ହେଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ବାପା ହେଲେ ବଲିଉଡ୍‌ ଅଭିନେତା ତଥା ହୋଷ୍ଟ ଅପାରଶକ୍ତି ଖୁରାନ୍ନା। ଅଭିନେତାଙ୍କ ସ୍ତ୍ରୀ ଆକୃତି ଆହୁଜା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ...

୨ ପୁଅଙ୍କୁ ଫିଲ୍ମ ଷ୍ଟାର କରିବାକୁ ଚାହୁଁନାହାନ୍ତି କରୀନା, କାରଣ…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବେ ସାନ ପୁଅ ଜାହାଙ୍ଗୀର ଅର୍ଥାତ୍‌ ଜେହକୁ ନେଇ ଚର୍ଚ୍ଚାରେ ଅନ୍ତି। ବେବୋ ଏବଂ ସ୍ବାମୀ ସୈଫ ଏବଂ...

ସୈଫ୍‌-କରିନାଙ୍କ ବିବାହ ବେଳର ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ବିବାହ ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ...

Advertisement
Archives

Model This Week