କ୍ଷମା ମାଗିଲେ ଅକ୍ଷୟ

ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ଏବେ ଚର୍ଚ୍ଚାରେ । ଅଭିନୟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଅକ୍ଷୟଙ୍କର ରହିଛନ୍ତି ଅନେକ ଫ୍ୟାନ ଫଲୋଇଂସ୍ । ଆଉ ଅକ୍ଷୟ ବି ସବୁବେଳେ ତାଙ୍କ ପ୍ରଶଂସକଙ୍କ ନିକଟତର ହୋଇ ରହିବାକୁ ଚେଷ୍ଟା କରିଥାଆନ୍ତି । ସେ କେବେହେଲେ ପ୍ରଶଂସକଙ୍କୁ ଧୋକା ଦେବାକୁ ଚାହାନ୍ତି ନାହିଁ ଯାହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ନିକଟରେ ଅକ୍ଷୟ କୁମାର ଅଭିନେତା ଅଜୟ ଦେବଗନ ଓ ଶାହାରୁଖ ଖାଁଙ୍କ ସହ ମିଶି ବିମଲ ଇଲାଇଚି ସହ ଜଡିତ ଉତ୍ପାଦନର ବିଜ୍ଞାପନରେ ନଜର ଆସିଥିଲେ । ବିମଲ ଇଲାଇଚି ଏମିତି ଏକ ବ୍ରାଣ୍ଡ ଯିଏ ତମାଖୁ ଉତ୍ପାଦନ ବି ବିକ୍ରି କରିଥାଏ । ଏହି ବିଜ୍ଞାପନକୁ ଦେଖିବା ପରେ ଅକ୍ଷୟଙ୍କ ପ୍ରଶଂସକମାନେ ତାଙ୍କର କଡା ସମାଲୋଚନା କରିଥିଲେ । ଏବେ ଏହି ଏଣ୍ଡୋର୍ସମେଣ୍ଟକୁ ନେଇ ଅକ୍ଷୟ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ।
ବିମଲ ବ୍ରାଣ୍ଡର ପ୍ରଚାରକୁ ନେଇ ସେ ଏକ ପୋଷ୍ଟରେ ଲେଖିଛନ୍ତି, ମୋର ସମସ୍ତ ପ୍ରଶଂସକ ଓ ଶୁଭଚିନ୍ତକଙ୍କ ନିକଟରେ ମୁଁ କ୍ଷମା ମାଗୁଛି କାରଣ ଗତ କିଛିଦିନ ହେବ ଆପଣମାନଙ୍କ ପ୍ରତିକ୍ରିୟା ମୋରେ ପ୍ରଭାବିତ କରିଛି । ମୁଁ ତମାଖୁର ସମର୍ଥନ କରି ନାହିଁ ବା କରିବି ନାହିଁ । ବିମଲ ଇଲାଇଚି ସହ ମୋର ସମ୍ପର୍କକୁ ନେଇ ଆପଣମାନଙ୍କ ଭାବନାକୁ ସମ୍ମାନ କରୁଛି । ଏହାସହ ବିଜ୍ଞାପନ ପାଇଁ ନେଇଥିବା ପାରିଶ୍ରମିକକୁ ମୁଁ ଭଲ କାମ ପାଇଁ ଦାନ କରିବି । ହେଲେ ଆଗକୁ ଏହି ବିଜ୍ଞାପନ ଏୟାର ହେବ, ଯେପର୍ଯ୍ୟନ୍ତ ମୋ କଣ୍ଟ୍ରାକ୍ଟର ଲିଗାଲ ସୀମା ପୂରଣ ନ ହୋଇଛି । ହେଲେ ମୁଁ ଆପଣଙ୍କୁ କଥା ଦେଉଛି ଏଥର ବୁଝି ବିଚାରି ମୋର ଆଗାମୀ ବିକଳ୍ପକୁ ବାଛିବି । ଏହା ବଦଳରେ ଆପଣମାନଙ୍କ ଭଲ ପାଇବା ଓ ଶୁଭକାମନା ଚାହୁଁଛି । ସୋସିଆଲ ମିଡିଆରେ ଏବେ ଅକ୍ଷୟଙ୍କର ଏହି ପୋଷ୍ଟ ଭାଇରାଲ ହେଉଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri