ତିନି ଥର ପ୍ରେମରେ ପଡ଼ିଥିଲେ, ତଥାପି ଏଯାଏ କାହିଁକି ବିବାହ କରିନାହାନ୍ତି ଅକ୍ଷୟ ଖନ୍ନା?

ମୁମ୍ବାଇ: ବଲିଉଡ୍‌ରେ ଅନ୍ୟ ଷ୍ଟାରଙ୍କ ଭଳି ଷ୍ଟାରକିଡ୍ସଙ୍କ ଭାଗ୍ୟ ପରୀକ୍ଷା ହୋଇଥାଏ। କିଛି ସଫଳତାର ଶିଖର ଛୁଇଁବାରେ ସଫଳ ହେଉଥିବା ବେଳେ କିଛି ମା’ବାପାଙ୍କ ନାମ ସହ ଦର୍ଶକଙ୍କ ପ୍ରଶଂସା ସତ୍ତ୍ୱେ ଫେଲ୍‌ ମାରିଥାନ୍ତି। ଆଜି ଆମେ ଯେଉଁ ଷ୍ଟାରଙ୍କ ବିଷୟରେ କହିବୁ, ତାଙ୍କ ଜୀବନ ବି କିଛି ସେଭଳି ରହିଆସିଛି। ସେ ହେଲେ ଅକ୍ଷୟ ଖନ୍ନା। ଅକ୍ଷୟଙ୍କ ବାପା ବିନୋଦ ଖନ୍ନା ବଡ଼ ଷ୍ଟାର ଥିଲେ। ହେଲେ ପୁଅଙ୍କ ଚମତ୍କାର ଅଭିନୟ ସତ୍ତ୍ୱେ ବି ସେ ସେତେଟା ଖ୍ୟାତି ପାଇ ନ ଥିଲେ। କେବଳ କ୍ୟାରିୟର ନୁହେଁ ବରଂ ପ୍ରେମରେ ମଧ୍ୟ ତାଙ୍କ ହୃଦୟ ଏକାଧିକ ଥର ଭାଙ୍ଗିଥିଲା।

ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ହିରୋ ବିନୋଦ ଖନ୍ନାଙ୍କ ଘରେ ଜନ୍ମ ନେଇଥିଲେ ଅକ୍ଷୟ। ପିଲାଟି ଦିନରୁ ସେ ସିନେମା ପ୍ରତି ଆକର୍ଷିତ ହେଉଥିଲେ। ବାପାଙ୍କ ବଡ଼ ନାମ ଯୋଗୁ ସେ ସିନେମାରେ ପାଦ ଥାପିଥିଲେ। ‘ହିମାଳୟ ପୁତ୍ର’ ଜରିଆରେ କ୍ୟାରିୟର ଆରମ୍ଭ କରିଥିବା ଅକ୍ଷୟ ‘ବର୍ଡର’, ‘ମୋହବତ’, ‘ତାଲ’, ‘ଦିଲ ଚାହତା ହେ’, ‘ହମରାଜ’, ‘ହଙ୍ଗାମା’, ‘ହଲଚଲ’, ‘ରେସ୍‌’ ଭଳି ଫିଲ୍ମରେ ନିଜର ଅଭିନୟ ଦକ୍ଷତା ଦେଖାଇଥିଲେ। ବିଶେଷକରି ବଡ଼ ପରଦାରେ ପ୍ରେମିକ ସାଜି ସମସ୍ତଙ୍କ ହୃଦୟ ଜିତିଥିଲେ ଅକ୍ଷୟ। ହେଲେ ବାସ୍ତବିକ ଜୀବନରେ ସେ ଯେତେଥର ପ୍ରେମରେ ପଡ଼ିଥିଲେ ବିଫଳ ହୋଇଥିଲେ। ଏକ ସମୟରେ ଅକ୍ଷୟ ନିଜଠାରୁ ୨୭ ବର୍ଷ ବଡ଼ ଜୟଲଳିତାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ଏହାପରେ ତାଙ୍କ ନାମ ତିନିଜଣ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥିଲା।

ଅକ୍ଷୟ ଖନ୍ନାଙ୍କ ଜୀବନରେ ତାରା ଶର୍ମା ଆସିଥିଲେ। ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଥିଲା। ତାରାଙ୍କ ସହ ତାଙ୍କର ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ‘ତାଲ’ ଫିଲ୍ମରେ କାମ କରିବା ସମୟରେ, ଐଶ୍ୱର୍ଯ୍ୟା ଏବଂ ଅକ୍ଷୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥିଲା। ଏହି ସମୟରେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ଏକ ସାକ୍ଷାତକାର ସମୟରେ ଅକ୍ଷୟ ନିଜେ କହିଥିଲେ ଯେ ସେ ଐଶ୍ୱର୍ଯ୍ୟାଙ୍କ ସୁନ୍ଦର ଚେହେରାରୁ ଆଖି ଫେରାଇ ପାରୁନାହାନ୍ତି। ହେଲେ ଏହି ସମ୍ପର୍କ ମଧ୍ୟ ଅଧିକ ଦିନ ତିଷ୍ଠି ପାରିଲା ନାହିଁ।

ଐଶ୍‌ଙ୍କ ପରେ କପୁର ପରିବାରର କରିସ୍ମା କପୁରଙ୍କ ଠାରୁ ଅକ୍ଷୟଙ୍କ ପାଇଁ ଏକ ପ୍ରସ୍ତାବ ଆସିଥିଲା। କରିସ୍ମାଙ୍କ ବାପା ରଣଧୀର କପୁର ନିଜେ ତାଙ୍କ ଝିଅର ପ୍ରସ୍ତାବ ବିନୋଦଙ୍କ ଘରକୁ ପଠାଇଥିଲେ, କିନ୍ତୁ ଏହି ପ୍ରେମକାହାଣୀରେ ଖଳନାୟକ ସାଜିଥିଲେ କରିସ୍ମାଙ୍କ ମା’ ବବିତା କପୁର। ସେହି ସମୟରେ କରିସ୍ମାଙ୍କ କ୍ୟାରିଅର ଶୀର୍ଷରେ ଥିଲା ଏବଂ ବବିତା ଚାହୁଁ ନଥିଲେ ଯେ କରିସ୍ମା ତାଙ୍କ କ୍ୟାରିଅରର ଏହି ପର୍ଯ୍ୟାୟରେ ବିବାହ କରନ୍ତୁ। ତେଣୁ ସେ ଏହି ସମ୍ପର୍କକୁ ମନା କରିଦେଇଥିଲେ। ଅନେକ ଥର ସମ୍ପର୍କରେ ବିଫଳ ହେବା ପରେ, ଅକ୍ଷୟ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏକ ସାକ୍ଷାତକାରରେ ଅକ୍ଷୟ କହିଥିଲେ, “ମୁଁ ଭାବୁନାହିଁ ଯେ ମୁଁ ଅଧିକ ଦିନ ପର୍ଯ୍ୟନ୍ତ ସମ୍ପର୍କରେ ରହିପାରିବି ଏବଂ ଦ୍ୱିତୀୟତଃ ମୁଁ ପିଲାଙ୍କୁ ପସନ୍ଦ କରେ ନାହିଁ, ତେଣୁ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ କେବେ ବିବାହ କରିବି ନାହିଁ, ମୁଁ ଏକା ରହିବି।”


Enter your email to get our daily news in your inbox.

All Right Reserved By Dharitri.Com

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

ଗାଁ ସାଥୀଙ୍କ ଦୁଇ ଦଫା ଦାବି ନେଇ ବିକ୍ଷୋଭ

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଗାଁ ସାଥୀ (ମେଟ୍‌)ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ଦୁଇ ଦଫା ଦାବି ପୂରଣ ଦାବିରେ…

ଦିନିକିଆ ଗଞ୍ଜାମ ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ: ପ୍ରାଣି ଚିକିତ୍ସାଳୟ ପୁନରୁଦ୍ଧାର ପାଇଁ…

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ )ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦିନିକିଆ ଗସ୍ତରେ ଗଞ୍ଜାମ ଆସିଥିଲେ। ଏହି ଅବସରରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା…

ପିଡିଏସ୍‌ ଚାଉଳ ହେଉଥିଲା ଚାଲାଣ: ଧରିଲେ ଏସ୍‌ପି

କୁଆଁରମୁଣ୍ଡା,୧୧।୯(ମହେନ୍ଦ୍ର କୁମାର ସାହୁ): ଚୋରା ଚାଲାଣ ହେଉଥିବା ୧୪୦ କୁଇଣ୍ଟାଲ ପିଡିଏସ୍‌ ଚାଉଳ ବୋଝେଇ ଏକ ଟ୍ରକକୁ ଶୁକ୍ରବାର କୁଆଁରମୁଣ୍ଡା ବ୍ଲକ ବିଜାବାହାଲ ଗ୍ରାମ ରାମପାଲ ଛକ…

ହଷ୍ଟେଲ ଛାଡ଼ିଥିଲେ ଶତାଧିକ ଛାତ୍ର: ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବନ ପରେ ଏବେ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଝରିଗାଁ,୧୧ା୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ଖାଦ୍ୟ ଯୋଗୁ…

ଟାଙ୍ଗିଆ ଚୋଟରେ ବାପା ମୃତ, ପୁଅ ଗୁରୁତର

ଖଜୁରୀପଡ଼ା,୧୧।୯(ବିଦୁର ବେହେରା): ଜମିଜମା ବିବାଦକୁ କେନ୍ଦ୍ର କରି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତ ସର୍କେସରୁ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ଟାଙ୍ଗିଆ ଆକ୍ରମଣରେ ବାପାଙ୍କ…

ପ୍ରଥମ ଟି-୨୦ ବଡ଼ ଓଲଟପାଲଟ! ସାମସନ OUT, ବୈଭବ IN: ଭାରତର ପ୍ଲେଇଂ ୧୧କୁ ନେଇ ହଇଚଇ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ସେପ୍ଟେମ୍ବର ୧୩ ତାରିଖ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଟିମ…

ପାର୍ବଣ ଋତୁରେ ସାବଧାନ! ଗୋଟିଏ ଭୁଲ୍‌ କ୍ଲିକ୍‌ ଖାଲି କରିଦେବ ପୂରା ଆକାଉଣ୍ଟ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଠକେଇକୁ ରୋକିବା ପାଇଁ ଖୋର୍ଦ୍ଧା ପୋଲିସ ଏବଂ ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ଜନସାଧାରଣଙ୍କୁ ସଚେତନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?