ସ୍ୱାମୀ ପ୍ରସାଦ ମୌର୍ଯ୍ୟ-ଅଖିଳେଶଙ୍କ ଭର୍ଚୁଆଲ ରାଲିରେ ଲୋକେ ମାନିଲେନି କରୋନା ନିୟମ: ଡିଏମ୍‌ଙ୍କ ଯାଞ୍ଚ ନିର୍ଦ୍ଦେଶ

ଲକ୍ଷ୍ନୌ,୧୪ ।୧: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନକୁ ନେଇ ଏବେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । କାରଣ ଗୋଟିଏପଟେ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଅନ୍ୟପଟେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ର କେତେଜଣ ଅସନ୍ତୁଷ୍ଟ ନେତା ଦଳ ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଉଛନ୍ତି । ଭାଜପାର ପୂର୍ବତନ ବରିଷ୍ଠ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ୩ ଦିନ ପୂର୍ବେ ଭାଜପାରୁ ଇସ୍ତଫା ଦେବା ପରେ ଶୁକ୍ରବାର ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ତାଙ୍କସହ ଅନ୍ୟ କେତେଜଣ ଅସନ୍ତୁଷ୍ଟ ବିଧାୟକ ବି ସାଇକେଲ ଚଢିବାକୁ ମନ ବଳାଇ ଅଖିଳେଶଙ୍କ ସହ ହାତ ମିଳାଇଛନ୍ତି । ତେବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ଅଖିଳେଶ ଯାଦବ ପ୍ରଥମେ ଏହାକୁ ଭୁର୍ଚଆଲ ରାଲି ବୋଲି ଘୋଷଣା କରିଥିଲେ । ପରେ କିନ୍ତୁ ଦଳୀୟ କାର୍ଯ୍ୟାଳୟ ବାହାରେ ସମର୍ଥକଙ୍କ ଭିଡ ଲାଗିଯାଇଥିଲା । ଏହା ଏତେ ପରିମାଣରେ ବଢି ଯାଇଥିଲା ଯେ ଲୋକେ କରୋନା ମହାମାରୀକୁ ଏକବାର ପାସୋରୀ ପକାଇଥିଲେ । ଏବେ ଏହାକୁ ଦେଖି ଲକ୍ଷ୍ନøର ଡିଏମ୍ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଶୁଣିବାକୁ ମିଳିଛି ଯେ ଅଖିଳେଶ ଭର୍ଚୁଆଲ ରାଲି କରିବେ ବୋଲି କୁହାଯାଉଥିଲା । ହେଲେ ଅସଲରେ ଲୋକେ ଦଳୀୟ ଅଫିସ ସାମ୍ନରେ ରୁଣ୍ଡ ହୋଇଯାଇଥିଲେ । ଆଉ ସମର୍ଥକଙ୍କ ଭିଡ ଏମିତି ଥିଲା ଯେ ଲୋକେ ଯେମିତି ଭାବୁଥିଲେ କରୋନା ବୋଲି କିଛି ନାହିଁ । ଏଥିପାଇଁ ଅଖିଳେଶ କୌଣସି ଅନୁମତି ନ ଆଣିଥିବାରୁ ସେ ଫସି ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ଡିଏମ୍ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଏସିରେ ୧୮ ମୁହାଁମୁହିଁ ସ୍ଥିତି ସ୍ଥାନ ଚିହ୍ନଟ…

ନୂଆଦିଲ୍ଲୀ,୨।୧୦: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଲ୍‌ଏସିରେ ଦୁଇପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଥିବା ୧୮ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ସୀମା...

କୃଷକ ସଂଗଠନର ଚେତାବନୀ: ନିଆଁ ସହ ନ ଖେଳନ୍ତୁ ସରକାର

ନୂଆଦିଲ୍ଲୀ,୨୩।୧୨: କୃଷକ ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୨୮ତମ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାର ପୁଣି ଥରେ ବୁଝାମଣା ପାଇଁ...

କୋଭିଡ-୧୯: ପୂର୍ବତନ ଇଂଲଣ୍ଡ ଫୁଟ୍‌ବଲର ହଣ୍ଟର ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୦।୪ (ଏଏଫ୍‌ପି)- ପୂର୍ବତନ ଇଂଲଣ୍ଡ ଫୁଟବଲର ତଥା ଲିଡ୍ସ ଡିଫେଣ୍ଡର ନର୍ମାନ ହଣ୍ଟର କରୋନା ଭାଇରସ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କର...

ସଟ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ୯ ଗିରଫ

ଭଦ୍ରକ ଅଫିସ,୪।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା...

ବିହାରର ରୁବି ରାୟଙ୍କ ଭଳି ଭୁଲ କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା,୧୮ ।୨: କିଛି ବର୍ଷ ପୂବରୁ ବିହାର ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଦ୍ୱାଦଶରେ ଟପର ହୋଇଥିବା ରୁବି ରାୟଙ୍କ ଜ୍ଞାନ ସମସ୍ତଙ୍କୁ...

ଗଞ୍ଜାମ ଜିଲାରେ ଆଉ ୧୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଲା

ଗଞ୍ଜାମ,୧୧ା୫(ଡି.ଏନ୍‌.ଏ.): ସୋମବାର ଗଞ୍ଜାମରୁ ପୁଣି ୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ୧୩୭ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

ଆଇଇଡିଠାରୁ ଶକ୍ତିଶାଳୀ ଭୋଟର ଆଇଡି: ମୋଦି

ଅହମ୍ମଦାବାଦ,୨୩।୪: ଭୋକ ସଭା ନିର୍ବାଚନ ୨୦୧୯ର ତୃତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମକୁ ନେଇ ସାରା ଦେଶ ଚଳଚଞ୍ଚଳ। ଏହି ପର୍ଯ୍ୟାୟରେ ଅନେକ ହେଭିଓ୍ବେଟ ନେତାଙ୍କ ଭାଗ୍ୟ...

ସୋସିଆଲ୍‌ ମିଡ଼ିଆରେ ଆଧାର ସଂଯୋଗ ମାମଲା: କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍‌କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୦।୮: ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ୍‌ ସହିତ ଆଧାର କାର୍ଡ ସଂଯୋଗ ମାମଲାରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍‌କୁ...

Advertisement


Archives

Model This Week