ବିଶ୍ୱକପ୍‌ ଫାଇନାଲ ଅହମ୍ମଦାବାଦ ବଦଳରେ ଲକ୍ଷ୍ନୌରେ ଖେଳାଯାଇଥିଲେ ଭାରତ ନିଶ୍ଚୟ ଜିତିଥାନ୍ତା: ଅଖିଳେଶ

ଲକ୍ଷ୍ନୌ,୨୨।୧୧: ଆଇସିସି ବିଶ୍ୱକପ୍‌ରେ ଭାରତର ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ହେଲେ ମ୍ୟାଚ୍‌ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିକୁ ନେଇ ଅନେକ ନେତା କଟାକ୍ଷ କରୁଥିବା ଦେଖାଯାଇଛି। ଏହି କ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ଯଦି ଫାଇନାଲ ଅହମ୍ମଦାବାଦ ବଦଳରେ ଲକ୍ଷ୍ନୌରେ ଖେଳାଯାଇଥାନ୍ତା ତେବେ ଟିମ୍‌ ଇଣ୍ଡିଆ ନିଶ୍ଚିତ ଜିତିଥାନ୍ତା ବୋଲି ସେ କହିଛନ୍ତି।

ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରେ ଏକ ସଭାରେ ଉଦ୍‌ବୋଧନ ଦେବା ବେଳେ ଅଖିଳେଶ କହିଛନ୍ତି, ଯେଉଁ ମ୍ୟାଚ୍‌ ଗୁଜରାଟରେ ହେଲା, ତାହା ଯଦି ଲକ୍ଷ୍ନୌରେ ହୋଇଥାନ୍ତା ତେବେ ଟିମ୍‌ ଇଣ୍ଡିଆକୁ ବହୁତ ଲୋକଙ୍କ ଆଶୀର୍ବାଦ ମିଳିଥାନ୍ତା। ଭଗବାନ ବିଷ୍ଣୁଙ୍କ ସହ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦ ପାଇ ଭାରତୀୟ ଟିମ୍‌ ବିଜେତା ହୋଇଥାନ୍ତା। ଅହମ୍ମଦାବାଦ ଷ୍ଟାଡିୟମରେ ପିଚ୍‌ ଠିକ୍‌ ନ ଥିଲା। ଫଳରେ ଖେଳାଳିଙ୍କ ପ୍ରସ୍ତୁତି ଅଧା ରହିଯାଇଥିଲା।

କହିରଖୁଛୁ, ସମାଜବାଦୀ ପାର୍ଟି ସରକାର ଲକ୍ଷ୍ନୌର କ୍ରିକେଟ ଷ୍ଟାଡିୟମର ନାମ ‘ଇକାନା ଷ୍ଟାଡିୟମ’ ରଖିଥିଲେ। ଇକାନା ଭଗବାନ ବିଷ୍ଣୁଙ୍କ ଅନେକ ନାମରୁ ଗୋଟିଏ। ତେବେ ପରେ ୨୦୧୮ରେ ପୂର୍ବ ପ୍ରଧାନମନ୍ତ୍ରୀ ଏବଂ ଭାଜପାର ବରିଷ୍ଠ ନେତାଙ୍କୁ ସମ୍ମାନୀତ କରିବାକୁ ଯାଇ ଯୋଗୀ ଆଦିତ୍ୟନାଥ ସରକାର ଏହାର ନାମକୁ ବଦଳାଇ ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମ’ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?