Posted inଜାତୀୟ

ଅଖିଳେଶ ଜାରି କଲେ ବଚନ ପତ୍ର, ୨ ଚକିଆ ଚାଳକଙ୍କୁ ୧ ଲିଟର ମାଗଣା ପେଟ୍ରୋଲ-ମୃତ ଚାଷୀଙ୍କୁ ୨୫ ଲକ୍ଷ…

ଲକ୍ଷ୍ନୌ, ୮।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଦଳର ଘୋଷଣା ପତ୍ର ଜାରି କରିଛନ୍ତି। ଏହାକୁ ବଚନ ପତ୍ର ଭାବେ ନାମିତ କରାଯାଇଛି।
ଏସ୍‌ପି ସରକାର ଗଠନ ହେଲେ ୧୫ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୨୦୨୫ ସୁଦ୍ଧା କୃଷକମାନଙ୍କୁ ଋଣମୁକ୍ତ କରାଯିବ।

ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍‌, କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ, ପ୍ରତ୍ୟେକ ଦୁଇ ଚକିଆ ଡ୍ରାଇଭରକୁ ୧ ଲିଟର ପେଟ୍ରୋଲ, ମହିଳାମାନଙ୍କୁ ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ, ଗରିବ ପରିବାର ପାଇଁ ବର୍ଷକୁ ଦୁଇଟି ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସେହିପରି ବାଳିକାମାନଙ୍କ ପାଇଁ ଶିକ୍ଷା କେଜି ଠାରୁ ପିଜି ପର୍ଯ୍ୟନ୍ତ ମାଗଣା , ୧ କୋଟି ଲୋକଙ୍କ ପାଇଁ ପେନସନ୍‌ ସୁବିଧା, ୧୦ ଟଙ୍କାରେ ଭୋଜନ ଥାଳି ଏବଂ ଗରିବ ଲୋକଙ୍କ ପାଇଁ ଶସ୍ତା ଗ୍ରୋସରୀ ଦୋକାନ ପାଇଁ ବଚନ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି।

ବଚନ ପତ୍ର ଅନୁଯାୟୀ, ଦ୍ୱାଦଶ ପାଶ ପାର ସମସ୍ତ ଛାତ୍ରୀଙ୍କୁ ଲାପଟପ ଦିଆଯିବ, ଶିଳ୍ପ ପାଇଁ ଗୋଟିଏ ଛାତ ତଳେ କ୍ଲିୟରାନ୍ସ ବ୍ୟବସ୍ଥା କରାଯିବ, ଘରୋଇ ଗ୍ରାହକଙ୍କୁ ୩୦୦ ୟୁନିଟ ବିଦ୍ୟୁତ୍‌ ମାଗଣାରେ ଯୋଗାଇ ଦିଆଯିବ, ସମସ୍ତ ଗ୍ରାମ ଏବଂ ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍‌ ଯୋଜନା ପୁଣି ଲାଗୁ ହେବ। ଉତ୍ତରପ୍ରଦେଶକୁ ଶତପ୍ରତିଶତ ସାକ୍ଷର ରାଜ୍ୟରେ ପରିଣତ କରାଯିବ। ପ୍ରତ୍ୟେକ ମଣ୍ଡଳରେ ସୈନିକ ସ୍କୁଲ ପ୍ରତିଷ୍ଠା ହେବ, ଜିଲା ଡାକ୍ତରଖାନାଗୁଡ଼ିକର ନବୀକରଣ କରାଯିବ, ଶିକ୍ଷା ବଜେଟ ତିନି ଗୁଣ ବୃଦ୍ଧି ହେବ, ଶିକ୍ଷା ସହର ସୃଷ୍ଟି ହେବ, ଜିଡିପିର ୬ ପ୍ରତିଶତ ଶିକ୍ଷା ପାଇଁ ଖର୍ଚ୍ଚ ହେବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଅଖିଳେଶ ଯାଦବ ତାଙ୍କ ପ୍ରତିଶ୍ରୁତି ପତ୍ରରେ କହିଛନ୍ତି ଯେ ଗୋଟିଏ ବର୍ଷ ମଧ୍ୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ହେବ। ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ଶେଷ ହେବ ଏବଂ ଶିକ୍ଷାମିତ୍ରମାନଙ୍କୁ ତାଲିମ ଦେଇ ନିୟମିତ କରାଯିବ। ମହିଳା ଶିକ୍ଷକମାନଙ୍କୁ ନିଜ ପସନ୍ଦର ଜିଲାରେ ଚାକିରିର ବିକଳ୍ପ ଦିଆଯିବ, ରାଜ୍ୟ ପୋଲିସ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ, ମହିଳାମାନଙ୍କ କ୍ଷେତ୍ରରେ ସମାନ କାମ ପାଇଁ ସମାନ ଦରମା ନିୟମ ଲାଘୁ ହେବ। ନିଜ ଘର ଜିଲା ନିକଟରେ ଥିବା ଅଞ୍ଚଳରେ ପୋଲିସ କର୍ମଚାରୀଙ୍କୁ ପୋଷ୍ଟିଂ କରାଯିବ, ସମସ୍ତ ପୋଲିସ କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ଦିଆଯିବ।

ଏହି ପ୍ରତିଶ୍ରୁତି ପତ୍ର ଅନୁଯାୟୀ ଅଟୋ ରିକ୍ସା ଡ୍ରାଇଭରମାନଙ୍କୁ ପ୍ରତି ମାସରେ ୨ ଲିଟର ପେଟ୍ରୋଲ ମାଗଣାରେ ଦିଆଯିବ। ସମସ୍ତ ତହସିଲ ଏବଂ ପୋଲିସ ଷ୍ଟେସନକୁ ଦୁର୍ନୀତିମୁକ୍ତ କରାଯିବ। ସମଗ୍ର ୟୁପିରେ ଏକ୍ସପ୍ରେସ-ୱେର ଏକ ନେଟୱାର୍କ ସ୍ଥାପିତ କରାଯିବ। ଯାହାଫଳରେ ସମସ୍ତ ଜିଲାର ଲୋକମାନେ ୫ ଘଣ୍ଟା ମଧ୍ୟରେ ଯେ କୌଣସି ସ୍ଥାନରୁ ଲକ୍ଷ୍ନୌକୁ ଆସିପାରିବେ। ସମସ୍ତ ଜିଲା ୪ ଲେନ୍‌ ରାସ୍ତା ସହିତ ସଂଯୋଗ ହେବ ବୋଲି ବଚନ ପତ୍ରରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?