ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଓ ଏବିଭିପିର ଜିଲା ପ୍ରମୁଖ ଶେଷସାଇ ସେନାପତି ଏହି ଅଖଣ୍ଡ ଭାରତ ଦିବସ ଓ ତ୍ରିରଙ୍ଗା ଯାତ୍ରାର ଉଦେଶ୍ୟ ଜ୍ଞାପନ କରି ଭାରତ ଗଠନରେ ଅନେକ ମହାପୁରୁଷମାନଙ୍କ ବଳିଦାନ ସମ୍ପର୍କରେ କହିଥିଲେ। ଆଜି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ହେଉଥିବା ଜନକଲ୍ୟାଣ ଯୋଜନା ସମ୍ପର୍କରେ ରାୟଗଡା ଜିଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ କେ. ନାରାୟଣ ରାଓ କହିଥିଲେ। ସକାଳଠାରୁ ଝିପିଝିପି ବର୍ଷା ଲାଗି ରହିଥିଲେ ମଧ୍ୟ ଗୁଣପୁର କଲେଜ, ଥାୟାରାମା ମହିଳା ମହାବିଦ୍ୟାଳୟ, ଜିଆଇଇଟି, ଶାନ୍ତିନିକେତନ ପ୍ରମୁଖ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରୀଛାତ୍ର ଏହି ତ୍ରିରଙ୍ଗା ପଦଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲା।

ଅନ୍ୟପକ୍ଷରେ ଗୁଣପୁର କଲେଜ ଛକଠାରୁ ଏକ ବିରାଟ ତ୍ରିରଙ୍ଗା ବାଇକ୍‌ ଶୋଭାଯାତ୍ରା ବାହାରିଥିଲା। ସମସ୍ତେ ପୁରୁଣା ବସ୍‌ଷ୍ଟାଣ୍ଡକୁ ପହଞ୍ଚି ସେଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଅଖଣ୍ଡଭାରତ ଦିବସ ପାଳନ ହୋଇଥିଲା। ଏବିଭିପିର ବିଭାଗ ପ୍ରମୁଖ ଉମାଶଙ୍କର ଦାସଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପୌରଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଗୁଣପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର, ନବ ନିର୍ମାଣ ସମିତିର ସଭାପତି ଅକ୍ଷୟ ଦାସ, ବରିଷ୍ଠ ଭାଜପା ନେତା ଓ୍ବାଇ ଗଣପତି, ଉଦୟ ପାଢ଼ୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର, ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମର ଗୁଣପୁର ନିର୍ବାଚନମଣ୍ଡଳୀ ସଂଯୋଜକ ରଂଜିତ ପାଢ଼ୀ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଜିଲା କାର୍ଯ୍ୟ ବାହକ ଦିଲ୍ଲୀପ ପଣ୍ଡା, ବାମଦେବ ପଟ୍ଟନାୟକ, ସାରଙ୍ଗ ନାଗବଂଶ, ଏବିଭିପିର ଦେବାଶିଷ ସେନାପତି, ସାଗର ପାଣିଗ୍ରାହୀ, ଲକ୍ଷ୍ମୀ ମହାଙ୍କୁଡ, ଇନ୍ଦ୍ରାକ୍ଷୀ ଦାଶ, ପୁଣ୍ୟଶ୍ଳୋକ ସାହୁ, ରାଜେଶ ପୃଷ୍ଟିଙ୍କ ସମେତ ଭାଜପାର ଜିଲା ସାଧାରଣ ସମ୍ପାଦକ ପୃଥିବୀରାଜ ଧନପତି, ଉପସଭାପତି ଚଗଲା ପଣ୍ଡା, ଶ୍ରୀନିବାସ ସ୍ବାଇଁ, ସମ୍ପାଦକ ଦେବାଶିଷ ପଣ୍ଡା, ହରେକୃଷ୍ଣ ପାଢ଼ୀ, ମଣ୍ଡଳ ସଭାପତି ସାମଲୁ ଗାଣ୍ଟା, ଶୁକ୍ଳା କଣ୍ଡାଗିରି, ଗୌରୀ ମାଣ୍ଡାଙ୍ଗୀ, ବୁଲୁ ପାଢ଼ୀ, ରାମ ପଣ୍ଡା, ସନ୍ତୁ ପଟ୍ଟନାୟକ, ଜଗଦୀଶ ପଣ୍ଡା, ଇପିଲି ସାବରିସ, ଚାନ୍ଦ ପାଳ, ନୀଳମାଧବ ପାଢ଼ୀ, ରାମ ପଟ୍ଟନାୟକ, ରାଜେନ୍ଦ୍ର ନାୟକ, ସୁରେଶ ପାଢ଼ୀ, ଟିଙ୍କୁ ପଣ୍ଡା, ସନ୍ତୋଷ ପଣ୍ଡା, ସଦାନନ୍ଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?