ଟ୍ରେଲର ରିଲିଜ ପୂର୍ବରୁ ଅଜୟ ଦେବଗନଙ୍କ ଫାଷ୍ଟ୍‌ ଲୁକ୍‌

ମୁମ୍ବାଇ: ଚଳିତବର୍ଷ ସୁପରଷ୍ଟାର ଅଜୟ ଦେବଗନଙ୍କୁ ନୂଆ ରୂପରେ ଦର୍ଶକେ ଦେଖିବେ। ଏହି ବର୍ଷ ଅଜୟ ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଭାବରେ ଓଟିଟିରୁ ଆରମ୍ଭ କରି ପ୍ରେକ୍ଷାଳୟ ପର୍ଯ୍ୟନ୍ତ ଛାଇ ରହିବେ।

ଅଜୟ ଦେବଗନଙ୍କ ଫିଲ୍ମସ ବ୍ୟାନରରେ ଏକ ଓ୍ବେବ୍‌ ସିରିଜ ‘ଗ୍ରେଟ୍‌ ଇଣ୍ଡିଆନ ମର୍ଡର’ ଫେବୃୟାରୀ ୪ରେ ଡିଜ୍‌ନି ପ୍ଲସ ହଟଷ୍ଟାରକୁ ଆସୁଛି। ଆଲିଆ ଭଟ୍ଟଙ୍କ ଅଭିନୀତ ତଥା ସଞ୍ଜୟ ଲୀଲା ଭଁସାଲୀଙ୍କ ନିର୍ଦ୍ଦେଶିତ ‘ଗଙ୍ଗୁବାଇ କାଥିଆଓ୍ବାଡି’ରେ ଅଜୟ ଦେବଗନ ନଜର ଆସିବେ। ଏହି ଫିଲ୍ମରେ ତାଙ୍କୁ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। ୨୫ ଫେବୃୟାରୀରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାର ଟ୍ରେଲର ଫେବୃୟାରୀ ୪ରେ ରିଲିଜ ହେବ। ମାତ୍ର ଏହାପୂର୍ବରୁ ଅଜୟ ତାଙ୍କର ଫାଷ୍ଟ୍‌ ଲୁକ୍‌ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଏହି ଫିଲ୍ମରେ ସେ ଏକ ଦମ୍‌ଦାର ଭୂମିକାରେ ନଜର ଆସିବେ ବୋଲି ଜଣାପଡୁଛି। ଫିଲ୍ମରେ ମାତ୍ର ୨୦ ମିନିଟ୍‌ ପାଇଁ ସେ ଆସିବେ। ଅଜୟ ପୋଷ୍ଟର ଶେୟାର କରି କ୍ୟାପ୍‌ଶନରେ ଲେଖିଛନ୍ତି, ‘ନିଜର ପରିଚୟ ସହିତ ଚାର୍‌ଚାନ୍ଦ ଲଗାଇବାକୁ ମୁଁ ଆସୁଛି’। ଏଥିରେ ଅଭିନେତା ରଣବୀର ସିଂ ଲେଖିଛନ୍ତି, ପାଓ୍ବାର।

ଗତ ବର୍ଷ ନଭେମ୍ବରରେ ଆସିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଅଜୟ ଦେବଗନଙ୍କୁ ସିଂହମ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଥିଲା। ଯଦି ଆମେ ଅଜୟଙ୍କ ଫିଲ୍ମ ବିଷୟରେ କହିବା ତେବେ ତାଙ୍କର ଶେଷ ଫିଲ୍ମ ହେଉଛି ‘ତାନାଜୀ ଦ ଅନସଙ୍ଗ ଓ୍ବାରିୟର’। ଯାହା କରୋନା ମହାମାରୀ ଆରମ୍ଭ ପୂର୍ବରୁ ୨୦୨୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହା ପରେ ଅଜୟଙ୍କ ‘ଭୁଜ୍‌ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ଡିଜ୍‌ନି ପ୍ଲସ ହଟଷ୍ଟାରରେ ଆସିଥିଲା। ‘ଗଙ୍ଗୁବାଇ କାଠିଆଓ୍ବାଡି’ ପରେ ଅଜୟ ମାର୍ଚ୍ଚ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ‘ଆର୍‌ଆର୍‌ଆର୍‌’ରେ ନଜର ଆସିବେ। ଏହି ଫିଲ୍ମରେ ସେ ଅତିଥି କଳାକାର ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ହଟ୍‌ ଲୁକ୍‌ରେ ପଲକ

ମୁମ୍ବାଇ: ଅଭିନେତ୍ରୀ ପଲକ ତିଓ୍ବାରୀ ଇନ୍‌ଷ୍ଟାଗ୍ରାମରେ ନିଜର ବୋଲ୍ଡ ଫଟୋ ଶୁଟ୍‌ର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଥାଇର ହାଇ ସ୍ଲିଟ ଡ୍ରେସ୍‌...

ପୁଅ ସହ ସ୍କ୍ରିନ ଶେୟାର କରିବେ ଅନିଲ

ମୁମ୍ବାଇ: ବଲିଉଡର ଏଭର ଗ୍ରୀନ୍ ହିରୋ ଅନିଲ କପୁର ଏବେବି ସେମିତି ହ୍ୟାଣ୍ଡସମ ଅଛନ୍ତି ଯେମିତି ସେ ୮୦ ଦଶକରେ ଥିଲେ । ଅର୍ଥାତ୍ ୬୫...

ଜନ୍‌-ବିପାଶାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା ଗୋଟିଏ ଭୁଲ୍‌ ଟୁଇଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ହ୍ୟାଣ୍ଡସମ୍‌ ହଙ୍କ୍‌ ଜନ ଆବ୍ରାହମ୍‌ ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମରେ...

ରାଧେ ଶ୍ୟାମ’ ରିଲିଜର ପ୍ରଥମ ଦିନରେ ମିଳିଲା ଏଭିଳି ପ୍ରତିକ୍ରିୟା, ୟୁଜର୍ସ କହିଲେ ଡିଜାଷ୍ଟର…

ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ’ ଆଜି ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା...

ରୋମାଣ୍ଟିକ ହେଲେ ରଣବୀର-ବାଣୀ

ମୁମ୍ବାଇ: ବଲିଉଡ ନାୟକ ରଣବୀର କପୁର ଓ ନାୟିକା ବାଣୀ କପୁରଙ୍କୁ ଖୂବଶୀଘ୍ର ମୁଭି ‘ଶମଶେରା’ରେ ଦେଖିବାକୁ ମିଳବ । ଗୁରୁବାର ଏହାର ଦ୍ୱିତୀୟ ଗୀତ...

ରିୟଲ ଲାଇଫ୍‌ରେ ମୋଦିଙ୍କୁ ରାମ ବୋଲି ଭାବନ୍ତି ଅଭିନେତ୍ରୀ, ଜାଣନ୍ତୁ କାରଣ…

ରମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ତାଙ୍କ ଭୂମିକା ପାଇଁ ବେଶ୍‌ ପ୍ରଶଂସନୀୟ। ତାଙ୍କ ସହ ଅରୁନ ଗୋଭିଲ ରାମଙ୍କ...

ଯେତେବେଳେ କାଟ୍ରିନାଙ୍କୁ କରୀନା କହିଥିଲେ ଭାଉଜ, ଏମିତି ଥିଲା ରଣବୀରଙ୍କ ଚେହେରା

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାଟ୍ରିନାଙ୍କ ନାମ ଭିକି କୌଶଲଙ୍କ ସହ ଦୀର୍ଘ ସମୟ ଧରି...

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ପୁଣି ଗୁରୁତର

ନୂଆଦିଲ୍ଲୀ,୧୮।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୨ ଦିନ...

Advertisement
Archives

Model This Week