୩୦ ଜଣଙ୍କୁ ନିଜ ହାତରେ ଖାଦ୍ୟ ପରଷି ଥିଲେ ନୀଳନୟନା

ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କୁହାଯାଏ ଯେ ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ସରଳ। ନିକଟରେ ସଙ୍ଗୀତକାର ତଥା ଗାୟକ ବିଶାଲ ଡଡଲାନି ମଧ୍ୟ ଏହାର ପ୍ରମାଣ ଦେଇଛନ୍ତି। ଐଶ୍ୱର୍ଯ୍ୟା କେବଳ ଗୋଟିଏ କିମ୍ବା ଦୁଇଜଣ ନୁହେଁ, ୩୦ ଜଣଙ୍କ ପାଇଁ ଖାଦ୍ୟ ପରିବେଷଣ କରିଥିଲେ। ରିଅଲିଟି ଶୋ ‘ସା ରେ ଗା ମା ପା’ର ଏକ ସ୍ବତନ୍ତ୍ର ଏପିସୋଡ ସମୟରେ ବିଶାଲ ଏହା କହିଛନ୍ତି।
ନିକଟରେ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବବ ବିଶ୍ୱାସ’ର ପ୍ରମୋଶନ ପାଇଁ ରିଅଲିଟି ଶୋ’ ସରେଗାମାପା’ରେ ଆସିଥିଲେ। ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ ମଧ୍ୟ ତାଙ୍କ ସହ ଥିଲେ। ଏହି ସମୟରେ ଶୋ’ର ହୋଷ୍ଟ ଆଦିତ୍ୟ ନାରାୟଣ ଅଭିଷେକଙ୍କୁ ଐଶ୍ୱର୍ଯ୍ୟା ଘରେ କାମ କରନ୍ତି କି ବୋଲି ପ୍ରଶ୍ନ କରିଥିଲେ? ଅଭିଷେକ କିଛି କହିବା ପୂର୍ବରୁ ବିଶାଲ ପ୍ରକାଶ କରିଛନ୍ତି ଯେ ମୁଁ ଐଶ୍ୱର୍ଯ୍ୟା ଏବଂ ଅମିତାଭ ବଚ୍ଚନଙ୍କ ସହ ଏକ ଭ୍ରମଣରେ ଯାଇଥିଲି। ସେହି ଭ୍ରମଣରେ ପ୍ରାୟ ୩୦ ଜଣ ଲୋକ ଥିଲେ। ଦିନେ ପୁରା ଟିମ ଅମିତାଭଙ୍କ ସହ ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କଲେ। ଯେତେବେଳେ ସମସ୍ତେ ଖାଉଥିଲେ, ଏକ ଟିମ୍‌ ରାତ୍ରୀ ଭୋଜନ ପାଇଁ ସେଠାରେ ପହଞ୍ଚିଲେ। ସେହି ସମୟରେ, ୱେଟରମାନେ ଏକାସାଙ୍ଗରେ ଏତେ ସଂଖ୍ୟକ ଲୋକଙ୍କୁ ସେବା କରିବାରେ ସକ୍ଷମ ହୋଇ ନ ଥିଲେ। ଏଥିରେ ଐଶ୍ୱର୍ଯ୍ୟା ଆମ ସମସ୍ତଙ୍କୁ ଖାଦ୍ୟ ପରିବେଷଣ କରିଥିଲେ। ସବୁଠୁ ଖୁସିର କଥା ହେଉଛି ଐଶ୍ୱର୍ଯ୍ୟା ଖୁସି ସହକାରେ ଏହି କାମ କରିବାକୁ ଜିଦ୍‌ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri