୩୦ ଜଣଙ୍କୁ ନିଜ ହାତରେ ଖାଦ୍ୟ ପରଷି ଥିଲେ ନୀଳନୟନା

ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କୁହାଯାଏ ଯେ ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ସରଳ। ନିକଟରେ ସଙ୍ଗୀତକାର ତଥା ଗାୟକ ବିଶାଲ ଡଡଲାନି ମଧ୍ୟ ଏହାର ପ୍ରମାଣ ଦେଇଛନ୍ତି। ଐଶ୍ୱର୍ଯ୍ୟା କେବଳ ଗୋଟିଏ କିମ୍ବା ଦୁଇଜଣ ନୁହେଁ, ୩୦ ଜଣଙ୍କ ପାଇଁ ଖାଦ୍ୟ ପରିବେଷଣ କରିଥିଲେ। ରିଅଲିଟି ଶୋ ‘ସା ରେ ଗା ମା ପା’ର ଏକ ସ୍ବତନ୍ତ୍ର ଏପିସୋଡ ସମୟରେ ବିଶାଲ ଏହା କହିଛନ୍ତି।
ନିକଟରେ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବବ ବିଶ୍ୱାସ’ର ପ୍ରମୋଶନ ପାଇଁ ରିଅଲିଟି ଶୋ’ ସରେଗାମାପା’ରେ ଆସିଥିଲେ। ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ ମଧ୍ୟ ତାଙ୍କ ସହ ଥିଲେ। ଏହି ସମୟରେ ଶୋ’ର ହୋଷ୍ଟ ଆଦିତ୍ୟ ନାରାୟଣ ଅଭିଷେକଙ୍କୁ ଐଶ୍ୱର୍ଯ୍ୟା ଘରେ କାମ କରନ୍ତି କି ବୋଲି ପ୍ରଶ୍ନ କରିଥିଲେ? ଅଭିଷେକ କିଛି କହିବା ପୂର୍ବରୁ ବିଶାଲ ପ୍ରକାଶ କରିଛନ୍ତି ଯେ ମୁଁ ଐଶ୍ୱର୍ଯ୍ୟା ଏବଂ ଅମିତାଭ ବଚ୍ଚନଙ୍କ ସହ ଏକ ଭ୍ରମଣରେ ଯାଇଥିଲି। ସେହି ଭ୍ରମଣରେ ପ୍ରାୟ ୩୦ ଜଣ ଲୋକ ଥିଲେ। ଦିନେ ପୁରା ଟିମ ଅମିତାଭଙ୍କ ସହ ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କଲେ। ଯେତେବେଳେ ସମସ୍ତେ ଖାଉଥିଲେ, ଏକ ଟିମ୍‌ ରାତ୍ରୀ ଭୋଜନ ପାଇଁ ସେଠାରେ ପହଞ୍ଚିଲେ। ସେହି ସମୟରେ, ୱେଟରମାନେ ଏକାସାଙ୍ଗରେ ଏତେ ସଂଖ୍ୟକ ଲୋକଙ୍କୁ ସେବା କରିବାରେ ସକ୍ଷମ ହୋଇ ନ ଥିଲେ। ଏଥିରେ ଐଶ୍ୱର୍ଯ୍ୟା ଆମ ସମସ୍ତଙ୍କୁ ଖାଦ୍ୟ ପରିବେଷଣ କରିଥିଲେ। ସବୁଠୁ ଖୁସିର କଥା ହେଉଛି ଐଶ୍ୱର୍ଯ୍ୟା ଖୁସି ସହକାରେ ଏହି କାମ କରିବାକୁ ଜିଦ୍‌ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri