ମୁମ୍ବାଇ ଫେରିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଭାରତ ଫେରିଛନ୍ତି। ଶନିବାର ରାତିରେ ସ୍ବାମୀ ଅଭିଷେକ, ଝିଅ ଆରାଧ୍ୟାଙ୍କ ସହ ଐଶ୍ୱର୍ଯ୍ୟାଙ୍କୁ ଏକାଠି ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଐଶ୍ୱର୍ଯ୍ୟା ଏକ କଳା ରଙ୍ଗର ଟି-ଶର୍ଟ ଏବଂ ଡେନିମ ସହିତ ଲାଲ୍‌ ଜ୍ୟାକେଟ ପିନ୍ଧିଥିବାବେଳେ ଆରାଧ୍ୟା ମଧ୍ୟ ଏକ ଧଳା ଜ୍ୟାକେଟ ଏବଂ ନୀଳ ରଙ୍ଗର ଡେନିମ୍‌ ପିନ୍ଧିଥିଲେ।

ଫଟୋଗ୍ରାଫର ବୀର ଭୟାନୀ ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଐଶ୍‌ ଝିଅ ଆରାଧ୍ୟାଙ୍କ ହାତ ଧରିଥିବାର ନଜର ଆସିଛନ୍ତି। ଐଶ୍ୱର୍ଯ୍ୟା କିଛି ସମୟ ପାଇଁ ଅଟକି ରହି ଅଭିଷେକଙ୍କୁ କିଛି କହୁଛନ୍ତି। ପରେ ଅଭିଷେକ ତାଙ୍କ ମାସ୍କ କାଢୁଛନ୍ତି। ଏହା ପରେ ଅଭିଷେକ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କୁ ଏକ କାର୍‌କୁ ଆଣିଛନ୍ତି। ଐଶ୍ୱର୍ଯ୍ୟା କାର୍‌ରେ ବସିବା ପରେ ଡୋର୍‌ ବନ୍ଦ କରୁଛନ୍ତି। ଲୋକମାନେ ଅଭିଷେକଙ୍କ ଏହି ଆଚରଣକୁ ବହୁତ ପସନ୍ଦ କରିଛନ୍ତି। ୟୁଜରମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ମୋର ପ୍ରିୟ ପରିବାର। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ସୁନ୍ଦର ପରିବାର। ଅନେକ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରିଛନ୍ତି। କାରଣ ସେ ସବୁବେଳେ ଝିଅ ଆରାଧ୍ୟାଙ୍କ ହାତ ଧରିଥିବାର ଦେଖାଯାଏ । ଐଶ୍ୱର୍ଯ୍ୟା ସ୍ବାମୀ ଅଭିଷେକ ଏବଂ ଝିଅ ଆରାଧ୍ୟାଙ୍କ ସହ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ଯାଇଥିଲେ। ମୁମ୍ବାଇ ଫେରିବା ପରେ ସେ ଫଟୋଗ୍ରାଫରଙ୍କୁ ଦେଖି ହାତ ହଲାଇ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri