ଜିମ୍ ଯିବାକୁ ପସନ୍ଦ କରନ୍ତିନି ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ନାୟିକାଙ୍କ କଥା ଯଦି ଆଲୋଚନାକୁ ଆସେ ତେବେ ପ୍ରଥମେ ସମସ୍ତଙ୍କ ନଜର ଆସେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉପରକୁ । ଐଶ୍ୱର୍ଯ୍ୟା ଏବେ ୪୭ ବର୍ଷରେ ପଦାର୍ପଣ କରିଥିଲେ ବି ତାଙ୍କ ସୁନ୍ଦରତା ଓ ଫିଟନେସ୍ ଅନ୍ୟମାନଙ୍କଠାରୁ ଯଥେଷ୍ଟ ଅଧିକ । ଅଧିକାଂଶ ସେଲିବ୍ରିଟି ନିଜକୁ ଫିଟ୍ ରଖିବାକୁ ଜିମ୍ ଯାଉଥିବା ବେଳେ ଐଶ୍ୱର୍ଯ୍ୟା କିନ୍ତୁ ଜିମ୍ ଯିବାକୁ ପସନ୍ଦ କରନ୍ତି ନାହିଁ । ହେଲେ ସେ ତାଙ୍କ ଡାଏଟ ଉପରେ ଖୁବ୍ ଧ୍ୟାନ ଦିଅନ୍ତି । ଅଭିନେତ୍ରୀ ୪୫ ମିନିଟ୍ ପର୍ଯ୍ୟନ୍ତ ଘରେ ଜଗିଙ୍ଗ ଓ ବ୍ରିସ୍କ ୱାକ୍ କରନ୍ତି । ଏହାପରେ ଆରମ୍ଭ ହୁଏ ତାଙ୍କର ଯୋଗ ସେସନ୍ । ସପ୍ତାହକୁ ମାତ ୨ ଥର ସେ ଜିମ୍ ଯାଇଥାଆନ୍ତି । ସକାଳୁ ଉଠିଲେ ନୀଳନୟନା ଗୋଟିଏ ଗ୍ଲାସ ଉଷୁମ ପାଣି ମହୁ ଓ ଲେମ୍ବୁ ସହ ନିଅନ୍ତି । ସକାଳ ଜଳଖିଆରେ ସେ ପ୍ରୋଟିନ ଓ ଫାଇବର ଫୁଡସ୍ ନେଇଥାଆନ୍ତି । ଫାଷ୍ଟ ଫୁଡ, ଜଙ୍କ ଫୁଡ, ଡିପ୍ ଫ୍ରାଏଡ୍ ଫୁଡଠାରୁ ଦୂରେଇ ରହୁନ୍ତି ଐଶ । ହେଲେ ସେ ଛୋଟ ଛୋଟ ମିଲ୍ ନେଇଥାଆନ୍ତି । ନିଜକୁ ଫିଟ୍ ରଖିବା ପାଇଁ ସେ ଦିନସାରା ପାଣି ପିଉଥିବା ବେଳେ ଲଞ୍ଚରେ ସାଲଡ, ସିଝା ପରିବା ଖାଇବାକୁ ପସନ୍ଦ କରନ୍ତି । ସେହିପରି ଡିନରରେ ସିଝା ପରିବା ଖାଇବାକୁ ଭଲ ପାଆନ୍ତି ଓ ୮ ପୂର୍ବରୁ ସେ ଡିନର କରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ ଲାଗି ନେଉଛନ୍ତି ମୋଟା ପାଉଣା 

ବମ୍ବେ: ବିଗ୍‌ବସ୍‌ରୁ ଲୋକପ୍ରିୟତା ବୃଦ୍ଧି ପାଇବା ପରେ ଏବେ ପାଉଣା ବଢ଼ାଇଛନ୍ତି ଟେଲି ଅଭିନେତା କରନ୍‌ କୁନ୍ଦ୍ରା। କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଥିବା ଧାରାବାହିକ...

ସତ ହେବ କି ଶାହରୁଖଙ୍କ ଭବିଷ୍ୟବାଣୀ

ବଲିଉଡ ଅଭିନେତା ରଣବୀର ସିଂ ଜବରଦସ୍ତ ଅଭିନୟ ବ୍ୟତୀତ ଚମତ୍କାର ଫ୍ୟାଶନ ପାଇଁ ଜଣାଶୁଣା। ଅନେକ ଥର ତାଙ୍କୁ ଭିନ୍ନ ଫ୍ୟାଶନ ପାଇଁ ଟ୍ରୋଲ ମଧ୍ୟ...

ଏହି ମାମଲାରେ ସୁପରମଡେଲ ଗିଗି-ଜୈନଙ୍କୁ କାଟିଲେ ବିରୁଷ୍କା: ରଚିଲେ ନୂଆ ରେକର୍ଡ

ବମ୍ବେ: ଭାରତୀୟ କ୍ରିକେଟର ବିରାଟ କୋହଲୀ ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ଶେୟାର...

ଇଂଲଣ୍ଡର ବିଜୟକୁ ନେଇ ଟୁଇଟ୍‌ କରି ଫସିଲେ ଅଦ୍‌ନାନ: ପାକିସ୍ତାନ କ୍ରିକେଟ ପ୍ରଶଂସକଙ୍କ ଟ୍ରୋଲିଂ ପରେ ନେଲେ ଏହି ବଡ଼ ନିଷ୍ପତ୍ତି

ବମ୍ବେ: ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡର ବିଜୟକୁ ନେଇ ଏକ ଟୁଇଟ୍‌ କରି ଫସିଛନ୍ତି ଜଣାଶୁଣା ଗାୟକ ତଥା ମ୍ୟୁଜିକ୍‌ କମ୍ପୋଜର ଅଦନାନ ସାମି। ଏହାକୁ ନେଇ...

ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ସପ୍ତାହକରେ ‘ସାହୋ’ କରିଛି ୧୧୫ କୋଟି ବ୍ୟବସାୟ

ନିର୍ଦ୍ଦେଶକ ସୁଜିତ୍‌ ରେଡ୍ଡୀଙ୍କ ଫିଲ୍ମ ‘ସାହୋ’ ରିଲିଜ୍‌ ହେବାର ଗୋଟିଏ ସପ୍ତାହ ପୂରିଛି। ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ବେଶ୍‌ ଭଲ...

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଫିଲ୍ମ ନିର୍ଦ୍ଦେଶକଙ୍କୁ ସମନ ଜାରି କଲା ବାନ୍ଦ୍ରା ପୋଲିସ

ମୁମ୍ବାଇ,୨।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ, ସମ୍ପର୍କୀୟ ଓ ପ୍ରଶଂସକ ଏହାକୁ ଗ୍ରହଣ...

ଟ୍ୟାକ୍ସ ଚୋରି ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ, କହିଲେ..

ରିଲ୍‌ରୁ ରିଅଲ ହିରୋ ସାଜିଥିବା ସୋନୁ ସୁଦ ନିକଟରେ ଆୟକର ରାଡାର୍‌ରେ ଆସିଥିଲେ। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ହୋଇଛି ଖୁଲାସା। ପାଖାପାଖି ୨୦ କୋଟିରୁ...

ସମ୍ପୂର୍ଣ୍ଣ ନୂଆ ଚରିତ୍ର ସହ ଫେରୁଛନ୍ତି ଐଶ୍ୱର୍ଯ୍ୟା

ମୁମ୍ବାଇ: ବିଶ୍ୱ ସୁନ୍ଦରି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ବେଶ୍‌ କିଛିଦିନ ହେବ ବଡ ପରଦାରେ ଦେଖାଯାଉ ନାହାନ୍ତି କହିଲେ ଚଳେ। ଏବେ କିନ୍ତୁ ସେ ସମ୍ପୁର୍ଣ୍ଣ...

Advertisement
Archives

Model This Week