ତାମିଲ ଫିଲ୍ମରେ ନଜର ଆସିବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ କିଛି ବର୍ଷ ପରେ ପୁଣିଥରେ ବଡ ପରଦାରେ ଦେଖାଦେବେ । ଅବଶ୍ୟ ବଲିଉଡ୍‌ରେ ନୁହେଁ ଟଲିଉଡରେ । ହଁ ନୀଳନୟନା ଐଶ୍ୱର୍ଯ୍ୟା ଏକ ତାମିଲ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାର ପ୍ରଥମ ପୋଷ୍ଟର ସେ ନିଜେ ସୋସିଆଲ ମିଡିଆରେ ରିଲିଜ୍ କରିଛନ୍ତି । ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇ ପଡିଛନ୍ତି । ପ୍ରଶ୍ନ ଆସୁଛି କେଉଁ ଚରିତ୍ରରେ ଐଶ ନଜର ଆସିବେ । ଖୁବଶୀଘ୍ର ଐଶ୍ୱର୍ଯ୍ୟା ‘ପୋନ୍ନିଇନ ସେଲଭମ’ ଫିଲ୍ମରେ ନଜର ଆସିବେ । ଏହା ଏକ ଐତିହାସିକ ଡ୍ରାମା ଫିଲ୍ମ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ମଣିରତ୍ନମ । ଏହା ତାଙ୍କର ଏକ ମହତ୍ୱାକାଂକ୍ଷି ପୋଜେକ୍ଟ ବୋଲି କୁହାଯାଉଛି । ଏହାର ବଜେଟ ରଖାଯାଇଛି ପ୍ରାୟ ୫୦୦କୋଟି । ଏହା ତାମିଲ ଇଣ୍ଡଷ୍ଟ୍ରିର ସବୁଠାରୁ ମହଙ୍ଗା ଫିଲ୍ମ ହେବ ବୋଲି କୁହାଯାଉଛି । ଫିଲ୍ମଟି ଦୁଇଟି ପାର୍ଟରେ ରିଲିଜ୍ କରାଯିବ । ଏହାର ପ୍ରଥମ ଭାଗ ୨୦୨୨ରେ ରିଲିଜ୍ ହେବ । ଏଥିରେ ଐଶ୍ୱର୍ଯ୍ୟା ରାୟଙ୍କ ସହ ବିକ୍ରମ, କାର୍ତ୍ତି, ଜୟମ ରବି, ତୃଷ୍ଣା କୃଷ୍ଣମ ଓ ମୋହନ ବାବୁ ନଜର ଆସିବେ । ଏବେ ଐଶ ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ କରିବା ସହ ଲେଖିଛନ୍ତି, ସ୍ୱର୍ଣ୍ଣିମ ଯୁଗ ଜିନ୍ଦା ହୋନେ ଯା ରହା ହୈ । ମଣିରତ୍ନମଙ୍କ ‘ପୋନ୍ନିଇନ ସେଲଭମ’କୁ ନେଇ ଐଶଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି । କମେଣ୍ଟ କରିବାକୁ ଯାଇ କେହି କେହି କହିଛନ୍ତି ଶୀଘ୍ର ବଲିଉଡକୁ ବି ଫେରନ୍ତୁ ଐଶ ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫିଲ୍ମରେ ସାଉଥ୍‌ର ଏହି ବଡ଼ ଷ୍ଟାରଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ସୁଲତାନ ସଲମାନ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲି’ର ଷ୍ଟାର କାଷ୍ଟ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି। ପ୍ରତିଦିନ ଫିଲ୍ମ ବିଷୟରେ...

ଡେବ୍ୟୁ ଫିଲ୍ମ ପରେ ଇଣ୍ଡଷ୍ଟ୍ରି ଛାଡିବାକୁ ଚାହୁଁଥିଲେ ‘ପୁଷ୍ପା’ ଅଭିନେତ୍ରୀ

ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ, କିନ୍ତୁ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ...

ଫିଲ୍ମରେ ନିଜ ଲୁକ୍‌କୁ ନେଇ ଟ୍ରୋଲ ହେଲେ ଅକ୍ଷୟ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତାଙ୍କର ଗୋଟିଏ ପରେ ଫିଲ୍ମ ଫ୍ଲପ୍‌ ହୋଇଯାଇଥିଲା। ହେଲେ ଅଭିନେତାଙ୍କ ଅପକମିଙ୍ଗ୍‌...

ସ୍ବତନ୍ତ୍ର ବିମାନରେ ଚିକିତ୍ସା ପାଇଁ ଆମେରିକା ଯିବେ ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତ ମେଡିକାଲ ଯାଞ୍ଚ ପାଇଁ ଆମେରିକା ଯିବେ। କରୋନା ମହାମାରୀ ହେତୁ ସେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ। କେନ୍ଦ୍ର ତାଙ୍କୁ ଯିବା...

ପୁଅର ଜନ୍ମଦିନରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କହିଲେ ଏମିତି

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିରେ ସାମିଲ ହୋଇଛନ୍ତି ଅଭିଷେକଙ୍କ...

ମା’ ହେବାକୁ ଯାଉଛନ୍ତି ବିପାଶା !

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲୋନ୍‌’ର ଶୁଟିଂ ସେଟ୍‌ରେ ପ୍ରେମ ଓ ତା’ ପରେ ୨୦୧୬ରେ କରନ୍‌ ସିଂ ଗ୍ରୋଭରଙ୍କୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ବିପାଶା...

ଦିନେ ଲୋକଙ୍କ ଘରଘର ବୁଲି ଲିପ୍‌ଷ୍ଟିକ୍‌, ନେଲ୍‌ପଲିସ ବିକ୍ରି କରୁଥିଲେ ଏହି ଅଭିନେତା, ଏବେ ସୁପରଷ୍ଟାର

ବଲିଉଡ୍‌ ଅଭିନେତା ଅର୍ଶଦ ୱାର୍ସି ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାପିତା ମାତ୍ର ୧୪ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ପରେ ଅର୍ଶଦଙ୍କୁ ଅନେକ...

ପରିବର୍ତ୍ତନ ହେବ ଶାହାରୁଖଙ୍କ ଫିଲ୍ମର ଟାଇଟଲ!

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ ୨୫ ଜାନୁୟାରୀରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇଗଲାଣି । ହେଲେ...

Advertisement
Archives

Model This Week