ତାମିଲ ଫିଲ୍ମରେ ନଜର ଆସିବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ କିଛି ବର୍ଷ ପରେ ପୁଣିଥରେ ବଡ ପରଦାରେ ଦେଖାଦେବେ । ଅବଶ୍ୟ ବଲିଉଡ୍‌ରେ ନୁହେଁ ଟଲିଉଡରେ । ହଁ ନୀଳନୟନା ଐଶ୍ୱର୍ଯ୍ୟା ଏକ ତାମିଲ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାର ପ୍ରଥମ ପୋଷ୍ଟର ସେ ନିଜେ ସୋସିଆଲ ମିଡିଆରେ ରିଲିଜ୍ କରିଛନ୍ତି । ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇ ପଡିଛନ୍ତି । ପ୍ରଶ୍ନ ଆସୁଛି କେଉଁ ଚରିତ୍ରରେ ଐଶ ନଜର ଆସିବେ । ଖୁବଶୀଘ୍ର ଐଶ୍ୱର୍ଯ୍ୟା ‘ପୋନ୍ନିଇନ ସେଲଭମ’ ଫିଲ୍ମରେ ନଜର ଆସିବେ । ଏହା ଏକ ଐତିହାସିକ ଡ୍ରାମା ଫିଲ୍ମ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ମଣିରତ୍ନମ । ଏହା ତାଙ୍କର ଏକ ମହତ୍ୱାକାଂକ୍ଷି ପୋଜେକ୍ଟ ବୋଲି କୁହାଯାଉଛି । ଏହାର ବଜେଟ ରଖାଯାଇଛି ପ୍ରାୟ ୫୦୦କୋଟି । ଏହା ତାମିଲ ଇଣ୍ଡଷ୍ଟ୍ରିର ସବୁଠାରୁ ମହଙ୍ଗା ଫିଲ୍ମ ହେବ ବୋଲି କୁହାଯାଉଛି । ଫିଲ୍ମଟି ଦୁଇଟି ପାର୍ଟରେ ରିଲିଜ୍ କରାଯିବ । ଏହାର ପ୍ରଥମ ଭାଗ ୨୦୨୨ରେ ରିଲିଜ୍ ହେବ । ଏଥିରେ ଐଶ୍ୱର୍ଯ୍ୟା ରାୟଙ୍କ ସହ ବିକ୍ରମ, କାର୍ତ୍ତି, ଜୟମ ରବି, ତୃଷ୍ଣା କୃଷ୍ଣମ ଓ ମୋହନ ବାବୁ ନଜର ଆସିବେ । ଏବେ ଐଶ ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ କରିବା ସହ ଲେଖିଛନ୍ତି, ସ୍ୱର୍ଣ୍ଣିମ ଯୁଗ ଜିନ୍ଦା ହୋନେ ଯା ରହା ହୈ । ମଣିରତ୍ନମଙ୍କ ‘ପୋନ୍ନିଇନ ସେଲଭମ’କୁ ନେଇ ଐଶଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି । କମେଣ୍ଟ କରିବାକୁ ଯାଇ କେହି କେହି କହିଛନ୍ତି ଶୀଘ୍ର ବଲିଉଡକୁ ବି ଫେରନ୍ତୁ ଐଶ ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?