Posted inUncategorized

୮୩୧୨ କୋଟି ଟଙ୍କା ପୈଠକଲା ଏୟାରଟେଲ୍‌

ନୂଆଦିଲ୍ଲୀ,୧୮।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ୫ଜି ସ୍ପେକ୍ଟ୍ରମ ଦେୟ ବାବଦରେ ବୁଧବାର ଭାରତ ସରକାରଙ୍କ ଟେଲିକମ୍‌ ବିଭାଗକୁ ୮୩୧୨.୪ କୋଟି ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି। ନିକଟରେ ହୋଇଥିବା ୫ଜି ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ ଦେୟ ବାବଦକୁ ଉପରୋକ୍ତ ଅର୍ଥରାଶି ପୈଠ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏୟାରଟେଲ ୨୦୨୨ସ୍ପେକ୍ଟ୍ରମର ୪ବର୍ଷର ଅଗ୍ରିମ ଦେୟ ପ୍ରଦାନ କରିଛି। ଏହି ଅଗ୍ରିମ ଦେୟ ସହ ଆସନ୍ତା ୪ବର୍ଷ ପାଇଁ ସ୍ପେକ୍ଟ୍ରମ ଦେୟ ଏବଂ ଏଜିଆର୍‌ ସମ୍ବନ୍ଧିତ ପେମେଣ୍ଟଗୁଡ଼ିକ ଉପରେ ରୋକ ରହିବ। ଫଳରେ ଏହା ଭବିଷ୍ୟତ ନଗଦ ପ୍ରବାହକୁ ମୁକ୍ତ କରିବ ଏବଂ ଏୟାରଟେଲକୁ କେବଳ ୫ଜି ଆଣିବା ଉପରେ ଧ୍ୟାନକେନ୍ଦ୍ରିତ କରିବା ଦିଗରେ ସମ୍ବଳ ଉସତ୍ର୍ଗ କରିବାକୁ ଅନୁମତି ଦେବ। ଗତ ଏକ ବର୍ଷ ମଧ୍ୟରେ ଏୟାରଟେଲ ମଧ୍ୟ ଧାର୍ଯ୍ୟ ସମୟସୀମାଠାରୁ ବହୁ ପୂର୍ବରୁ ଏହାର ବିଳମ୍ବିତ ସ୍ପେକ୍ଟ୍ରମ ଦାୟିତ୍ୱର ୨୪,୩୩୩.୭କୋଟି ଟଙ୍କା ପରିଶୋଧ କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri