Posted inଫୁରସତ

ମଝି ଆକାଶରେ ଖରାପ ହେଲା ବିମାନର ଶୌଚାଳୟ, ଯାତ୍ରୀଙ୍କୁ ଏମିତି କାମ କରିବାକୁ କରାଯାଇଥିଲା ବାଧ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଟ୍ରେନରେ ଟଏଲେଟ୍‌ ବା ଶୌଚାଳୟ ଖରାପ ହେବା ସାଧାରଣ କଥା। ଯଦି କୌଣସି ଟ୍ରେନର ଶୌଚାଳୟ ଖରାପ ହୁଏ ତେବେ ଯାତ୍ରୀମାନେ ଅନ୍ୟ ବଗିରେ ଥିବା ଶୌଚାଳୟକୁ ଯାଆନ୍ତି। କିନ୍ତୁ ଥରେ ଭାବିଲେ ମଝି ଆକାଶରେ ଯଦି ବିମାନର ଶୌଚାଳୟ ଖରାପ ହୁଏ ତେବେ ଯାତ୍ରୀମାନେ କ’ଣ କରିବା ଉଚିତ୍‌, ସେମାନେ କେଉଁଠିକି ଯିବା ଉଚିତ? ଆଜିକାଲି ଏପରି ଏକ ଘଟଣା ଚର୍ଚ୍ଚାରେ ରହିଛି। ବାସ୍ତବରେ ବାଲିରୁ ବ୍ରିସବେନ ଯାଉଥିବା ଏକ ଭର୍ଜିନ ଅଷ୍ଟ୍ରେଲିଆ ବିମାନରେ, ଶୌଚାଳୟ ଖରାପ ହେବାରୁ ଯାତ୍ରୀମାନଙ୍କୁ ବୋତଲରେ ପରିସ୍ରା କରିବାକୁ ବାଧ୍ୟ କରାଯାଇଥିଲା। ଏହି ଘଟଣା ଗତ ସପ୍ତାହରେ ଘଟିଥିଲା, ଯାହା ଏବେ ଚର୍ଚ୍ଚାକୁ ଆସିଛି।

ଏକ ରିପୋର୍ଟ ଅନୁଯାୟୀ, ବୋଇଂ ୭୩୭ ମ୍ୟାକ୍ସ-୮ ରେ ପରିଚାଳିତ ଏହି ବିମାନ ଅପରାହ୍ନରେ ଡେନ୍‌ପାସରରୁ ବ୍ରିସବେନ ପାଇଁ ଛାଡ଼ିଥିଲା, କିନ୍ତୁ ଉଡ଼ାଣର ଶେଷ ତିନି ଘଣ୍ଟା ଯାତ୍ରୀମାନଙ୍କ ପାଇଁ ଏକ ଦୁଃସ୍ବପ୍ନରେ ପରିଣତ ହୋଇଥିଲା ଯେତେବେଳେ ସେମାନଙ୍କୁ ବୋତଲରେ ପରିସ୍ରା କରିବାକୁ ବାଧ୍ୟ କରାଯାଇଥିଲା। ପରିସ୍ରାର ଗନ୍ଧ ଯୋଗୁ ପରିସ୍ଥିତି ଅସହ୍ୟ ହୋଇଯାଇଥିଲା। ଯାତ୍ରୀମାନେ ଏହି ଅଭିଜ୍ଞତାକୁ ଅପମାନଜନକ ଏବଂ ଦୁଃଖଦ ବୋଲି ବର୍ଣ୍ଣନା କରିଥିଲେ।

ରିପୋର୍ଟ ଅନୁଯାୟୀ, ରକ୍ଷଣାବେକ୍ଷଣ ସମସ୍ୟା ଯୋଗୁ ଉଡ଼ାଣ ପୂର୍ବରୁ ପଛ ପାର୍ଶ୍ୱରେ ଥିବା ଏକ ଶୌଚାଳୟ ବନ୍ଦ ହୋଇଯାଇଥିଲା ଏବଂ ୬ ଘଣ୍ଟାର ଯାତ୍ରା ସମୟରେ ବାକି ଶୌଚାଳୟଗୁଡ଼ିକ ମଧ୍ୟ ଭାଙ୍ଗି ଯାଇଥିଲା, ଯାହା ଯାତ୍ରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଜଣେ ଯାତ୍ରୀ କହିଛନ୍ତି, ଜଣେ ବୟସ୍କ ମହିଳା ନିଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ ଏବଂ ଏକ ସାର୍ବଜନୀନ ସ୍ଥାନରେ ପରିସ୍ରା କରି ଅପମାନିତ ହୋଇଥିଲେ, କାରଣ ଉଡ଼ାଣ ମଝିରେ ସମସ୍ତ ଶୌଚାଳୟ ଫେଲ୍‌ ହୋଇଥିଲା। ଯାତ୍ରାର ଶେଷ ତିନି ଘଣ୍ଟାରେ କ୍ୟାବିନ କ୍ରୁ ଆମକୁ କହିଥିଲେ ଯେ, ଆମକୁ ବୋତଲ କିମ୍ବା କୌଣସି ଜିନିଷରେ ପରିସ୍ରା କରିବାକୁ ପଡ଼ିବ।

ଭର୍ଜିନ ଅଷ୍ଟ୍ରେଲିଆ ଉଡ଼ାଣ ମଧ୍ୟରେ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ କ୍ଷମା ମାଗିଛି ଏବଂ ଏହି ଚ୍ୟାଲେଞ୍ଜିଂ ପରିସ୍ଥିତିର ମୁକାବିଲା କରିବା ପାଇଁ କ୍ରୁଙ୍କୁ ମଧ୍ୟ ପ୍ରଶଂସା କରିଛି। ସେହି ସମୟରେ ଏୟାରଲାଇନ ପ୍ରଭାବିତ ଯାତ୍ରୀମାନଙ୍କୁ ଉଡ଼ାଣ କ୍ରେଡିଟ ଦେବାକୁ ପ୍ରତିଶ୍ରୁତି ଦେଇଛି। ଭର୍ଜିନ ଅଷ୍ଟ୍ରେଲିଆ ଏକ ବିବୃତ୍ତିରେ କହିଛି, ଗୁରୁବାର ସନ୍ଧ୍ୟରେ ଡେନପାସରରୁ ବ୍ରିସବେନ ଯାଉଥିବା ଭର୍ଜିନ ଅଷ୍ଟ୍ରେଲିଆର ଉଡ଼ାଣ ସମୟରେ ଏକ ସମସ୍ୟା ଦେଖାଦେଇଥିଲା, ଯାହା ଶୌଚାଳୟଗୁଡ଼ିକର ସେବାକୁ ପ୍ରଭାବିତ କରିଥିଲା। ଆମେ ଆମର ଅତିଥିମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ ଏବଂ ବିମାନରେ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିବା ପାଇଁ ଆମର କର୍ମଚାରୀଙ୍କୁ ଧନ୍ୟବାଦ ଦେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?