Posted inଫୁରସତ

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର ହୋଇଥିଲା ବିମାନ, ପରେ ଏହା ଇଞ୍ଜିନ୍‌ରୁ ତିଆରି ହେଲା କାର୍‌, ଦାମ୍‌ ଜାଣିଲେ…

ଯେତେବେଳେ ଜଣେ ବ୍ୟକ୍ତି କିଛି ଅଲଗା କରିବାକୁ ସ୍ଥିର କରନ୍ତି, ସେତେବେଳେ ବିନା ଭୟ ତଥା ଦ୍ୱିଧାରେ ପ୍ରତ୍ୟେକ କଷ୍ଟ କାମକୁ ପାର୍‌ କରି ଦେଇଥାନ୍ତି। ଜନ ଡୋଡ୍‌ ନାମକ ଜଣେ ଇଂରାଜୀ ଇଞ୍ଜିନିୟର ଏହାକୁ ପ୍ରମାଣ କରି ଦେଖାଇଛନ୍ତି।

ପଲ ଜେମସନ ‘ଦି ବିଷ୍ଟ’ ନାମକ ଏକ କାର୍‌ ନିର୍ମାଣ କରିଥିଲେ, ଯାହା ଏତେ ଶକ୍ତିଶାଳୀ କାର୍‌ ଭାବେ ପରିଗଣିତ ହୋଇଥିଲା ଯେ, ପରେ ଏହାର ନାମ ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଥିଲା। କିନ୍ତୁ ଏହି କାର୍‌ ତିଆରି କରିବା ଏତେ ସହଜ ନ ଥିଲା।

कार में पहले टैंक का इंजन लगाया गया था, पर बाद में प्लेन का इंजन लगा दिया गया. (फोटो: Car and Classic via Odditycentral)

କାର୍‌ରେ ଏକ ଟାଙ୍କିର ଇଞ୍ଜିନ ଲଗାଇଲେ କ’ଣ ହେବ ବୋଲି ପଲ ଦେଖିବାକୁ ଚାହୁଁଥିଲେ। ଏହା ଦେଖିବା ପାଇଁ ସେ କାର୍‌ ପାଇଁ ଏକ କଷ୍ଟମ ତିଆରି କରିଥିଲେ, ଯାହାକୁ କାର୍‌ର ଚେଚିସ୍‌ କୁହାଯାଏ। ଏହା ଉପରେ ଏକ ରୋଲ୍ସ ରୋଏସ ମେଟେର ଟ୍ୟାଙ୍କ ଇଞ୍ଜିନ ଲଗାଯାଇଥିଲା। ଏହା ପରେ ସେ ଟ୍ରାନ୍ସମିଶନ ଏକ୍ସପର୍ଟ ଜନ୍‌ ଡୋଡ୍ଡଙ୍କ ନିକଟକୁ ଯାଇ ତାଙ୍କ କାର୍‌ ପାଇଁ ଏକ ସ୍ବୟଂଚାଳିତ ଟ୍ରାନ୍ସମିଶନ କମିଶନ କରିବାକୁ କହିଥିଲେ।

ପ୍ରଥମେ କାର୍‌ ଭିତରେ ଟ୍ୟାଙ୍କରର ଇଞ୍ଜିନ ଲଗାଯାଇଥିଲା।
ଜନ୍‌ ଏହି ଆଇଡିଆକୁ ଏତେ ପସନ୍ଦ କଲେ ଯେ, ଯେତେବେଳେ ପଲ କିଛି ସମୟ ପାଇଁ ପରୀକ୍ଷଣ ବନ୍ଦ କଲେ, ସେତେବେଳେ ସେ ତାଙ୍କଠାରୁ ଏହି ପ୍ରୋଜେକ୍ଟ କିଣି କାର୍‌ ନିଜେ ଶେଷ କଲେ। ସେ ଯେଉଁ କାର୍‌ରେ ଇଞ୍ଜିନ ଫିଟ୍‌ କରିଥିଲେ, ସେହି କାର୍‌ ପାଇଁ ସେ ଏକ କଷ୍ଟମ ଫାଇବରଗ୍ଲାସ ବଡି ତିଆରି କରିଥିଲେ। ୧୯୭୨ରେ ଜନ୍‌ ଡୋଡ ‘ଦି ବିଷ୍ଟ’ ସଂପୂର୍ଣ୍ଣ କରିଥିଲେ। ଲୋକମାନେ କାର୍‌ର ଚେହେରା ଏବଂ ଏହାର ଫିଚରକୁ ଏତେ ପସନ୍ଦ କଲେ ଯେ, ଧିରେ ଧିରେ କାର୍‌ ମଧ୍ୟ ପ୍ରଦର୍ଶନୀକୁ ଯିବା ଆରମ୍ଭ କଲା। ଥରେ ସେ ୟୁରୋପ ଗସ୍ତରେ ଯାଇଥିଲେ। ୧୯୭୪ରେ ସେ ସ୍ବିଡେନରୁ ଫେରୁଥିବା ବେଳେ ହଠାତ୍‌ କାର୍‌ରେ ନିଆଁ ଲାଗି ଯାଇଥିଲା। ଉକ୍ତ କାର୍‌ଟିକୁ ଏକ ପରିବହନ ଟ୍ରକ୍‌ରେ ଅଣାଯାଇଥିଲା। କ୍ଷୟକ୍ଷତି ଏତେ ଭୟଙ୍କର ଥିଲା ଯେ, ଜନ କାର୍‌କୁ ପୁନଃ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।

କିନ୍ତୁ ଏଥର ସେ ଏକ ଭିନ୍ନ ଚମତ୍କାରିତା କରିଥିଲେ। ଆରମ୍ଭରୁ ନିର୍ମିତ ଏହି କାର୍‌ରେ ସେ ଏକ ବିମାନ ଇଞ୍ଜିନ ସ୍ଥାପନ କରିବେ ବୋଲି ସ୍ଥିର କରିଥିଲେ। ସେ ଏଥିପାଇଁ ରୋଲ୍ସ-ରୋଏସ ମର୍ଲିନଭି-୧୨ ଇଞ୍ଜିନ ବାଛିଥିଲେ। ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସ୍ପିଟ ଫାୟାର ଏବଂ ହରିକେନ ଯୁଦ୍ଧ ବିମାନରେ ବ୍ୟବହୃତ ହୋଇଥିଲା। ସେ ଫାଇବର ଗ୍ଲାସ ରିପାୟର୍ସ ନାମକ ଏକ କମ୍ପାନୀରୁ ଏହି ବୃହତ ଫାଇବରଗ୍ଲାସ ଚେସିସକୁ କମିଶନ କରିଥିଲେ। ଦ୍ୱିତୀୟ କାର୍‌ ଏତେ ଶକ୍ତିଶାଳୀ ହେଲା ଯେ, ଏହା ୧୯୭୭ରେ ଗିନିଜ ଓ୍ବାଲର୍‌ଡ ରେକର୍ଡ ମଧ୍ୟ ଜିତିଥିଲା। କାର୍‌ର ସର୍ବାଧିକ ବେଗ ଘଣ୍ଟାପ୍ରତି ୪୧୮କିଲୋମିଟର ହେବ ବୋଲି ମଧ୍ୟ ଗୁଜବ ଉଠିଥିଲା। ତଥାପି ଲୋକମାନେ ଏହାର ପ୍ରକୃତ ପ୍ରଦର୍ଶନ ବିଷୟରେ ଏପର୍ଯ୍ୟନ୍ତ ଜାଣି ନାହାନ୍ତି। ଡୋଡ କେବେ ବି ତାଙ୍କ କାର୍‌ ବିକ୍ରୟ କରି ନ ଥିଲେ କିନ୍ତୁ ଯେତେବେଳେ ଗତବର୍ଷ ତାଙ୍କର ମୃତ୍ୟୁ ଘଟିଲା, ସେତେବେଳେ ତାଙ୍କ ପରିବାର ଏହାକୁ ବିକ୍ରୟ କରିବାକୁ ଯୋଜନା କରିଥିଲେ। କାର୍‌ଟି ମାତ୍ର ୧୬ କିଲୋମିଟର ଗଡ଼ିଥିଲା। ବର୍ତ୍ତମାନ ‘ବିଷ୍ଟ’ ବିକ୍ରି କରାଯାଇଛି। ଏହାକୁ ୭୨ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ପ୍ରଭାବ: ସାଥିଙ୍କ କେଶ କାଟୁଛନ୍ତି ପୋଲିସ

ଯୋଧପୁର,୨୭।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଏହି ସମୟରେ...

ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଠକେଇ: ବର୍ତ୍ତିବେ କିପରି

କିଛି ବର୍ଷ ମଧ୍ୟରେ ଡିଜିଟାଲ ପେମେଣ୍ଟ ମୋଡ୍‌ର ବ୍ୟବହାର ବହୁଳ ଭାବେ ବୃଦ୍ଧି ପାଇଛି। ଏହାସାଙ୍ଗରେ ତାଳ ଦେଇ ବଢ଼ିଛି ଠକେଇ ମାମଲା। ବିଶେଷକରି ସାଧାରଣ...

ସର୍ତ୍ତ ପୂରା କରିବାକୁ ଯାଇ ଘଟିଲା ମୃତ୍ୟୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଣେ ବ୍ୟକ୍ତି ଏମିତି ସର୍ତ୍ତ କରିଥିଲେ ଯେ ଏହାକୁ ଜିତିବା ପାଇଁ ଶେଷରେ ତାଙ୍କର ମୃତ୍ୟୁ ଘଟିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଅଷ୍ଟ୍ରେଲିଆର ବ୍ରିସବେନ୍‌ଠାରେ ଏକ...

କାନ୍ଧରେ ଘୋଡ଼ା ଟେକି ଦୌଡ଼ନ୍ତି

ଘୋଡ଼ା ପିଠି ଉପରେ ବସି ଲୋକେ ଯାଆନ୍ତି। ଅନେକେ ସଉକରେ ବି ଘୋଡ଼ା ଚଢ଼ନ୍ତି। ତେବେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ଘୋଡ଼ା...

୮ ବର୍ଷୀୟା ମାଗାଜିନ୍‌ ସମ୍ପାଦିକା

ଅଷ୍ଟ୍ରେଲିଆର ଆଠ ବର୍ଷର କୁନି ଝିଅ ରୋକ୍ସେନ ଡାଉନ୍‌। ଏଇ ବୟସରେ ଯେଉଁଠି ପିଲାମାନେ ହୋମଓ୍ବାର୍କ କରନ୍ତି ଓ ଖେଳାଖେଳିରେ ବ୍ୟସ୍ତ ରୁହନ୍ତି, ସେ କିନ୍ତୁ...

ଆଇସ୍‌କ୍ରିମ୍‌ ଚାଟି ଖାଇ ଫ୍ରିଜ୍‌ରେ ରଖିବା ଯୁବକଙ୍କ ପାଇଁ ପଡ଼ିଲା ମହଙ୍ଗା, ମାସେ ଜେଲ୍‌ ସହ ୧ ଲକ୍ଷ ଟଙ୍କା ଜରିମାନା

ଓ୍ବାଶିଂଟନ୍‌: ଆମେରିକାର ଆଣ୍ଡର୍‌ସନ ନାମକ ଜଣେ ୨୪ ବର୍ଷୀୟ ଯୁବକ ଆଇସ୍‌କ୍ରିମ ଚାଟି ଖାଇ ଫ୍ରିଜ୍‌ରେ ରଖିଦେବାରୁ ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ...

ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍‌: କଏଦୀଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ଜେଲ୍‌ର ନାଁ ଶୁଣିଲେ ଆପଣା ଛାଏଁ ମନକୁ ଆସେ ସେଠାକାର ରହିବା ଓ ଖାଇବା କେମିତି ହୋଇଥିବ। ହେଲେ କ୍ୟୁବାରେ ଏମିତି ଏକ ଜେଲ୍‌ ଅଛି...

ବିଶ୍ୱ ଇତିହାସର ରହସ୍ୟମୟ ତାଲିକାରେ ସାଇତା ନିଖୋଜ ମଣିଷଙ୍କ କଥା: କୁଆଡ଼େ ଗଲେ ନେତାଜୀ, ହୋଫା…

ଏଇଟା ସେଇ ସମୟ ନୁହେଁ, ଯେତେବେଳେ ଜଣେ ଆଖିପିଛୁଳାରେ ଉଭାନ ହୋଇଯିବ। ତନ୍ତ୍ର ବା ମନ୍ତ୍ରବଳରେ ନିଜକୁ ଦିନଦିନ ଧରି ଲୁଚେଇ ଦେଇପାରିବ। ଅଥବା ପୁଣିଥରେ...

Advertisement
Archives

Model This Week