ରାଉରକେଲାରୁ ବିମାନ ଚଳାଚଳ ଉପରେ ସଙ୍କଟ ଘନେଇଲା

ରାଉରକେଲା ଅଫିସ,୩ା୬: ଶିଳ୍ପ ରାଜଧାନୀ ତଥା ସ୍ମାର୍ଟ ସିଟି ରାଉରକେଲା ସହ ବିମାନ ଚଳାଚଳ ନେଇ ବହୁ ଦିନରୁ ଦାବି ହୋଇଆସୁଥିଲା। ବିମାନ ସେବା ନ ଥିବା ଯୋଗୁ ଏକ୍ସଆଇଏମଏବି, ମେଡ଼ିକାଲ କଲେଜ ଓ ୨୦ ରୁ ଊର୍ଦ୍ଧ୍ୱ ବହୁମୁଖୀ ଯୋଜନା ବାଟ କାଟି ଅନ୍ୟ ସ୍ଥାନକୁ ଚାଲି ଯାଇଥିଲା। ଦୀର୍ଘ ଦିନର ଦାବି ପରେ ବହୁ ପ୍ରତିକ୍ଷୀତ ବିମାନ ସେବା ଉଡ଼ାଣ ଯୋଜନା ଆରମ୍ଭ ହେଲା ରାଉରକେଲାରେ। ଏଫ୍‌ଆଇଏଚ୍‌ ଓ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ପୁରୁଷ ବିଶ୍ୱ କପ ସମୟରେ ବିମାନ ଚଳାଚଳ ଆରମ୍ଭ ହେଲା। ଚଳିତବର୍ଷ ଜାନୁଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ସେବା ଉପରେ ସମ୍ପ୍ରତି ସଙ୍କଟ ଘନେଇଛି। ପ୍ରାୟ ୬ ମାସ ଚଳାଚଳ ମଧ୍ୟରେ ୮ଥର ବାତିଲ କରାଯାଇଛି। ଖରାପ ପାଣିପାଗ ଓ କମ ପାରିଦର୍ଶିତା ଯୋଗୁ ଏହି ସେବା ବାତିଲ ହୋଇଛି। ୫ ହଜାର ମିଟର ପାରିଦର୍ଶିତା ପରିମାପକରୁ ହ୍ରାସ ପାଉଥିବାବେଳେ ଉଡାଣକୁ କର୍ତ୍ତୃପକ୍ଷ ବାଧ୍ୟତାମୂଳକ ଭାବେ ବାତିଲ କରୁଛନ୍ତି। ଏହିପରି ସୂଚନା ଦେଇଛନ୍ତି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ)ଷ୍ଟେସନ୍‌ ପ୍ରବନ୍ଧକ ରାହୁଲ ସିଂ। ଯଥାଶୀଘ୍ର ଇଷ୍ଟ୍ରୁମେଣ୍ଟାଲ ଲ୍ୟାଣ୍ଡିଂ ସିଷ୍ଟମ(ଆଇଏଲଏସ୍‌) ବ୍ୟବସ୍ଥା କରାଗଲେ ଏହି ସଙ୍କଟକୁ ଦୂରେଇ ହେବ ବୋଲି କହିଛନ୍ତି। ରାଉରକେଲା ଏକ ଶିଳ୍ପ ନଗରୀ ହୋଇଥିବା ଯୋଗୁ ବାୟୁରେ ଅଧିକ ପରିମାଣରେ ଧୂଆଁ ଅଂଶ ରହୁଛି। ବିମାନ ଅବତରଣ ମାନକାଙ୍କ ଅନୁଯାୟୀ ୫ ହଜାର ମିଟର ବ୍ୟବଧାନରୁ ପାରିଦର୍ଶିତା ରହିବା ଉଚିତ। ହେଲେ ସମୟେ ସମୟେ ଏହା ୨-୩ ହଜାର ମିଟରକୁ ହ୍ରାସ ପାଉଛି। ଫଳରେ ବାଧ୍ୟହୋଇ ପ୍ଲାଇଟକୁ ଅନ୍ୟତ୍ର ଲ୍ୟାଣ୍ଡିଂ ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଅତ୍ୟାଧୁନିକ ଆଇଏଲଏସ୍‌ ବ୍ୟବସ୍ଥା କରାଗଲେ ଏହା ପୂର୍ବ ସୂଚନା ଦେବା ସହ ବାତିଲ ସଂଖ୍ୟା ମଧ୍ୟ କମ ହେବ। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳାଚଳ ବାତିଲ କରାଯାଉଛି। ଆଗାମୀ ବର୍ଷାଋତୁରେ ବାତିଲ ଅଧିକ ହେବା ସମ୍ଭାବନା ରହିଛି ବୋଲି ସିଂ କହିଛନ୍ତି। ଅପରପକ୍ଷରେ ଏହି ସମସ୍ୟାକୁ ନେଇ ସଚେତନ ନାଗରିକ ମଞ୍ଚର ସଭାପତି ଇଂ.ବିମଳ ବିଶି କେନ୍ଦ୍ର ଉଡ଼ୟନ ମନ୍ତ୍ରୀଙ୍କୁ ଏକ ଚିଠି ଶୁକ୍ରବାର ପ୍ରେରଣ କରିଛନ୍ତି। ବାରମ୍ବାର ଏହିପରି ବିମାନସେବା ଖରାପ ପାଣିପାଗ ଯୋଗୁ ବାତିଲ ହେବା ଦ୍ୱାରା ଆାଗାମୀ ଦିନରେ ରାଉରକେଲାରେ ହେବାକୁ ଥିବା ମେଡ଼ିକାଲ ହବ ଏବଂ ଆଇଟି ହବ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ। କିଛି ଦିନ ମଧ୍ୟରେ ସହରରେ ଆପୋଲୋ ହସପିଟାଲ କାର୍ଯ୍ୟକାରୀ ହେବାକୁ ଥିବାବେଳେ ବିଶେଷଜ୍ଞ, ଅଭିଜ୍ଞ ଡାକ୍ତରମାନେ ଆସିବା ସମ୍ଭବ ହେବନି। ଏପରିକି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ରାଉରକେଲାରେ ବାହାର ସ୍ଥାନରୁ ପ୍ରାଧ୍ୟାପକ ଓ ଅନ୍ୟ ଶିକ୍ଷାବିତ୍‌ମାନେ ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେବ। ବର୍ଷାଋତୁରେ ଖରାପ ପାଣିପାଗ ନକାରତ୍ମକ ପ୍ରଭାବ ପକାଇବ। ଯାତ୍ରୀମାନଙ୍କ ବହୁମୂଲ୍ୟ ଜୀବନ ଓ ସୁରକ୍ଷା ଦୃଷ୍ଟିକୋଣରୁ ତୁରନ୍ତ ବିମାନବନ୍ଦରରେ ଆଇଏଲଏସ୍‌ ସିଷ୍ଟମ ଲଗାଇବା ପାଇଁ ଆବଶ୍ୟକତା ରହିଛି। ଏହାପାଇଁ ୬କୋଟି ଟଙ୍କା ରାଣି ପାଣ୍ଠି ବାବଦରେ ପ୍ରଦାନ କରାଯାଉ ବୋଲି ବିଶି ଦାବି କରିଛନ୍ତି। ଏହାର ନକଲ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ଓ ସୁନ୍ଦରଗଡ଼ ସାଂସଦଙ୍କୁ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ୨୦୧୯ ମସିହାରେ ବିମାନ ଚଳାଚଳ ଲାଇସେନ୍ସ ମିଳିଥିବା ବେଳେ ଉଡାଣ ପାଇଁ ୨୦୨୨ ଡିସେମ୍ବର ମାସରୁ ଅନୁମତି ମିଳିଥିଲା। ରାଉରକେଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଉଡାଣ ଜାରିରହିଛି। ରାଉରକେଲାରୁ କୋଲକାତା ଓ ବାଙ୍ଗଲୋରକୁ ସିଧାସଳଖ ଉଡ଼ାଣ ପାଇଁ ଦାବି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri