ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌: ୬ ତାଲିବାନ୍‌ ଆତଙ୍କବାଦୀ ମୃତ

କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତର ବଲଖା ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୬ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା ଆଫଗାନିସ୍ତାନ ଏୟାର ଫୋର୍ସ ପକ୍ଷରୁ କୁହାଯାଇଛି। ଜାରି ଜିଲାରେ ଥିବା ତାଲିବାନ ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ଶିବିର ଧ୍ୱଂସ ହେବା ସହିତ ତାଲିବାନ୍‌ର କଣ୍ଟ୍ରୋଲ ଏବଂ କମାଣ୍ଡ ସେଣ୍ଟର ଭାଙ୍ଗିରୁଜି ଯାଇଛି। ସୂଚନାଯୋଗ୍ୟ, ଆଫଗାନିସ୍ତାନ ସୈନ୍ୟ ବାହିନୀ ଏବଂ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ମଧ୍ୟରେ ପ୍ରାୟ ପ୍ରତିଦିନ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେଉଛି। ଏଥିରେ ବହୁ ସାଧାରଣ ଲୋକ ମୃତାହତ ହେଉଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଲାଗି ରହିଥିବା ଗୃହଯୁଦ୍ଧ ଯୋଗୁ ବହୁ ଲୋକ ଦେଶଛାଡ଼ି ବିଦେଶରେ ଶରଣ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ସାନ ଭଉଣୀଙ୍କୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି କିମ୍‌

ପ୍ୟୋଙ୍ଗୟାଙ୍ଗ,୨୧।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ସାନ ଭଉଣୀ କିମ୍‌ ୟୋ ଜୋଙ୍ଗ ଦେଶର ଦ୍ୱିତୀୟ ଶକ୍ତିଶାଳୀ ନେତା ପାଲଟି ଯାଇଛନ୍ତି।...

କେବଳ ବିବାହ ଦିନ ସ୍ନାନ କରନ୍ତି ଏହି ମହିଳା

ଆଫ୍ରିକାର ଉତ୍ତର-ପଶ୍ଚିମରେ ଥିବା ନାମିବିୟାର କୁନେର ଅଞ୍ଚଳରେ ବସବାସ କରନ୍ତି ହୁମ୍ବା ଜନଜାତି। ଏହି ଜନଜାତିର ମହିଳାମାନେ ଜୀବନରେ କେବଳ ଥରଟିଏ ଗାଧାନ୍ତି। ଏହା ସେମାନଙ୍କର...

ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର...

ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିଛି ଭାରତ: ୟୁନେସ୍କୋ

ଜାତିସଂଘ,୬।୨: ଭାରତ ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବାରେ ସଫଳତା ହାସଲ କରିପାରିଛି। ଏହି କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗୁଆ ରହିଛି ବୋଲି ୟୁନେସ୍କୋ...

ସିନେଟରଙ୍କ ସ୍ତ୍ରୀଙ୍କୁ ଭୁଲ ମାଗିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରବିବାର ଆମେରିକାର ହ୍ୟୁଷ୍ଟନଠାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ବିଶ୍ୱରେ ମୋଦିଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ। ବ୍ୟବହାର...

ଜଳବାୟୁ ପରିବର୍ତ୍ତନକୁ ନେଇ ତଥ୍ୟ ଦେଇପାରିବ ନାହିଁ ବିଜ୍ଞାନ: ଟ୍ରମ୍ପ

ୱାଶିଂଟନ,୧୫ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଳେ ବେଳେ ତାଙ୍କ ବୟାନକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଏଥର ବି ଏମିତି ଏକ ବୟାନ...

ମନର ବୋଝ ହାଲ୍‌କା କରେ ସହକର୍ମୀଙ୍କ ସହ ବାର୍ତ୍ତାଳାପ

ଲଣ୍ଡନ: ବିଭିନ୍ନ ସାମାଜିକ ତଥା ଆର୍ଥିକ ସମସ୍ୟା ଯୋଗୁ ମନ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର...

ଭାରତ ସହ ଯୁଦ୍ଧ ହେଲେ ହାରିବ ପାକିସ୍ତାନ: ଇମ୍ରାନ୍‌

ଇସ୍‌ଲାମାବାଦ,୧୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରଠାରୁ ପାକିସ୍ତାନ ଏକ ପ୍ରକାର କାନ୍ଦିବାରେ ଲାଗିଛି। ଏହାକୁ ନେଇ ସେ ବିଶ୍ୱ ଦରବାରରେ ନିନ୍ଦାର ପାତ୍ର...

Advertisement


Archives

Model This Week

Why Dharitri