Posted inଜାତୀୟ

ଗର୍ଭସ୍ଥ ଶିଶୁଙ୍କୁ ପ୍ରଭାବିତ କରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୧।୧୧(ପି.ଟି.):ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳ(ଏନ୍‌ସିଆର୍‌)ରେ ବାୟୁ ଗୁଣବତ୍ତା ଅଧିକରୁ ଅଧିକ ଖରାପ ହେବାରେ ଲାଗିଛି। ପ୍ରଦୂଷିତ ବାୟୁ ଗର୍ଭାବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଫଳରେ ସମୟ ପୂର୍ବରୁ ସନ୍ତାନ ପ୍ରସବ, କମ୍‌ ଓଜନର ଶିଶୁ ଜନ୍ମ, ମୃତ ସନ୍ତାନ ଜନ୍ମ କିମ୍ବା ପିଲାଙ୍କଠାରେ ଜନ୍ମରୁ ଅସ୍ବାଭାବିକ ଲକ୍ଷଣ ଆଦି ସମ୍ଭାବନା ରହିଥାଏ। ସେଥିପାଇଁ ରାଜଧାନୀ ଅଞ୍ଚଳରେ ଗର୍ଭଧାରଣ କରିଥିବା ମହିଳାମାନେ ଯଥାସମ୍ଭବ ଘରେ ରହିବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଦୂଷିତ ବାୟୁ ଗର୍ଭବତୀ ମହିଳାଙ୍କ ସମେତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ୫ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ବିପଜ୍ଜନକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସତର୍କ କରାଯାଇଛି।
ଭାରତର ବର୍ଜ୍ୟବସ୍ତୁ ପୁନଃଚକ୍ରଣ କାରଖାନା ନିକଟରେ ବ୍ୟାପକ ପରିମାଣରେ ମିଥେନ୍‌ ଆସ୍ତରଣ ଦେଖାଯାଉଥିବା ନିକଟରେ ଏକ ହାଇ-ରିଜୋଲ୍ୟୁଶନ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ଏହି ଗ୍ୟାସ୍‌ ହୃଦ୍‌ରୋଗ ସହ ଫୁସ୍‌ଫୁସ୍‌ ସମସ୍ୟା, ଚର୍ମରୋଗ ସୃଷ୍ଟି କରିଥାଏ। ଶ୍ୱାସକ୍ରିୟାରେ କ୍ଷତିକାରକ ସାମଗ୍ରୀ ନେବା ଦ୍ୱାରା ଦୀର୍ଘ ତଥା ବିପଜ୍ଜନକ ରୋଗ ସୃଷ୍ଟି ଲାଗି ଅନୁକୂଳ ସ୍ଥିତି ସୃଷ୍ଟି କରିଥାଏ ବୋଲି ହାଇଦ୍ରାବାଦ ୟଶୋଦା ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ବିଶ୍ୱେଶ୍ୱରନ ବାଲ୍‌ସୁବ୍ରମଣ୍ୟନ୍‌ କହିଛନ୍ତି। ଗର୍ଭବତୀ ମହିଳା ବାହାରକୁ ଯିବାକୁ ହେଲେ ଏନ୍‌-୯୫ ମାସ୍କ ପିନ୍ଧିବା ଲାଗି ସେ ସୁପାରିସ କରିଛନ୍ତି।
ବାୟୁ ପ୍ରଦୂଷଣ ଏକ ନୀରବ ଘାତକ। ଦିଲ୍ଲୀ-ଏନ୍‌ସିଆର୍‌ ବାୟୁରେ ବିଷାକ୍ତ ପଦାର୍ଥ ସ୍ତର ବଢ଼ୁଥିବାରୁ ଗର୍ଭବତୀଙ୍କ ପାଇଁ ବିପଦ ବୃଦ୍ଧି ପାଇଛି। ଏହାଦ୍ୱାରା ସ୍ବଳ୍ପମିଆଦୀ ଏବଂ ଦୀର୍ଘମିଆଦୀ ରୋଗ ସୃଷ୍ଟି ହୋଇଥାଏ। ଏପରିକି ଗର୍ଭସ୍ଥ ଶିଶୁ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ଏହା ଗର୍ଭାଶୟକୁ ପ୍ରଭାବିତ କରିବା ସହ ଶିଶୁ ବିକାଶରେ ବାଧା ସୃଷ୍ଟି କରିଥାଏ। ବିଷାକ୍ତ ବାୟୁ ଯୋଗୁ ଗର୍ଭନଷ୍ଟ ହୋଇପାରେ ବୋଲି ଉଜାଲା ସିଗ୍‌ନସ୍‌ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ୍ସର ଓବ୍‌ଷ୍ଟେଟ୍ରିକ୍ସ ଗାଇନାକୋଲୋଜି ବିଭାଗ ମୁଖ୍ୟ ଡ. ଆକ୍ତା ବଜାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri