Advertisement

ନୂତନ କୀର୍ତ୍ତିମାନ ସ୍ଥାପନ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୨୬ା୧୨(ବ୍ୟୁରୋ):ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡି ରୌପ୍ୟ ଜୟନ୍ତୀରୁ ବିଗୁଲ ଫୁଙ୍କିଛି। ୨୦୨୪ ନିର୍ବାଚନରେ ବିଜୟଲାଭ କରି ବିଜେଡି ସମଗ୍ର ଦେଶରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟରେ ବିଜେଡି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି। ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିବା ମହିଳାମାନଙ୍କୁ ଅଧିକରୁ ଅଧିକ ସାମିଲ ସହ ବିଭିନ୍ନ ବର୍ଗର ଯୁବଗୋଷ୍ଠୀଙ୍କୁ ସାମିଲ କରି ଦଳକୁ ଆହୁରି ମଜଭୁତ ଲାଗି ବିଜେଡି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ସୋମବାର ପୁରୀ ତାଳବଣିଆଠାରେ ଅନୁଷ୍ଠିତ ବିଜେଡିର ୨୫ବର୍ଷ ପୂର୍ତ୍ତି ଦିବସରେ ଏହାର ଝଲକ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନକୁ ବଖାଣିବା ସହ ଲୋକଙ୍କ ସେବା ପାଇଁ ସଙ୍କଳ୍ପ ନେବାକୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳର ବିଭିନ୍ନ ନେତା ଅଭିଭାଷଣ ରଖିଥିଲେ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାକୁ ପରିଚାଳନା କରିଥିଲେ। ଏହି ସମାରୋହରେ ପ୍ରାରମ୍ଭିକ ସୂଚନା ଦେଇ ପ୍ରଣବ କହିଥିଲେ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ବପ୍ନର ଓଡ଼ିଶା ଗଢ଼ିବା ପାଇଁ ୧୯୯୭ ଆଜିର ଦିନରେ ବିଜୁ ଜନତା ଦଳ (ବିଜେଡି)ଗଠନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଅର୍ଥନୈତିକ ଅଭିବୃଦ୍ଧିଠୁ ନେଇ କୃଷି, ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ, କଳା, ସଂସ୍କୃତି, ଭାଷାର ସୁରକ୍ଷା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ସଫଳତାର ଶିଖର ଛୁଇଁଛି। ବିଜେଡି ଆଜି ସାଢ଼େ ୪ କୋଟି ଓଡ଼ିଆଙ୍କ ସୁଖଦୁଃଖର ସାଥୀ ପାଲଟିଥିବାବେଳେ ପ୍ରିୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ଏବଂ ଓଡ଼ିଶା ବିଶ୍ବ ମାନଚିତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଲୋକଙ୍କ ସେବା ନିମନ୍ତେ ଦଳ ତିଆରି ହୋଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଲୋକମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳିପାରୁଛି। ମିଶନ ଶକ୍ତି ମହିଳାମାନଙ୍କୁ ସଶକ୍ତ କରି ପାରିଛି।
ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଆଜି ହେଉଛି ଆତ୍ମସମୀକ୍ଷା ଓ ସଂକଳ୍ପର ଦିବସ। ସେହିପରି ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଲେ, ସେଦିନ ବିଜୁବାବୁଙ୍କ ଅବର୍ତ୍ତମାନରେ ଓଡ଼ିଶାରେ ଯେଉଁ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଥିଲା, ସମୟର ଆହ୍ବାନରେ ନବୀନବାବୁ ତାଙ୍କ ବଳିଷ୍ଠ ନେତୃତ୍ୱ ମାଧ୍ୟମରେ ତାହା ପୂରଣ କରିଛନ୍ତି। ଓଡ଼ିଶାବାସୀ ତାଙ୍କୁ ବାରମ୍ବାର ଜିତାଇ ତାଙ୍କ ପ୍ରିୟ ନେତାଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ତେଣୁ ୨୫ ବର୍ଷର ଏହି ସଫଳତାର ଯାତ୍ରାକୁ ବଜାୟ ରଖି ନବୀନବାବୁଙ୍କ ନେତୃତ୍ୱରେ ବିକାଶ ଓ ସମୃଦ୍ଧିର ନୂଆ ଇତିହାସ ଲେଖିବାକୁ ସେ ଆହ୍ବାନ ଦେଇଥିଲେ।
ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ୧୯୯୨ ମସିହାରେ ପ୍ରଥମେ ବିଜୁବାବୁ ପଞ୍ଚାୟତ ସ୍ତରରେ ୩୩% ଆସନ ସଂରକ୍ଷଣ କରି ମହିଳାମାନଙ୍କୁ ରାଜନୀତିରେ ନେତୃତ୍ୱ ନେବା ଲାଗି ସୁଯୋଗ ଦେଇଥିଲେ। ନବୀନବାବୁ ଏହି ଧାରାକୁ ଆଗକୁ ନେଇ ୫୦% ଆସନରେ ମହିଳାଙ୍କୁ ସୁଯୋଗ ଦେଇଛନ୍ତି। କେବଳ ସେତିକି ନୁହେଁ, ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମା’ମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଯୋଗାଇ ଦେଇଛନ୍ତି। ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନବାବୁଙ୍କ ପ୍ରଶଂସା କରି କହିଲେ ମୁଁ ତାଙ୍କଠାରୁ ଗୋଟିଏ କଥା ଶିଖିଛି, ତାହା ହେଲା- ‘କଥା କମ୍‌, କାମ ବେଶି।’ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ର, ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ନେତା ସୁଦାମ ମାରାଣ୍ଡି, ଅରୁଣ ସାହୁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ପ୍ରସନ୍ନ ପାଟ୍ଟଶାଣୀ,ରମେଶ ମାଝୀଙ୍କ ସମେତ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପୁରୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହେଶ୍ବର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ ଓ ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶକୁ ଆକାଶ ଦାସ ନାୟକ ଓ ଶ୍ରୀମୟୀ ମିଶ୍ର ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକିଓ ଅଲିମ୍ପିକ୍‌: ଏବେ ବି ଅଛି ଦୂତୀଙ୍କ ଆଶା

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି)- ଜାପାନର ଟୋକିଓରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। କ୍ୱାଲିଫାଇଂ ପାଇଁ ଡେଡ୍‌ଲାଇନ୍‌ ଶେଷ ହୋଇଥିବାରୁ ଏବେ...

ଭୋଟ ଦେଲେ ସୁଲୋଚନା-ସୁନୀତି

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଏଥିରେ ବିଏମ୍‌ସି ମେୟର ପଦ ଲାଗି ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ଭାଜପା...

ପ୍ରତିଶ୍ରୁତିରେ ସୀମିତ ସରକାରୀ ଯୋଜନା: ରାଶନ କାର୍ଡରୁ ବଞ୍ଚତ୍ତ ଦିନମଜୁରିଆ କୃଷ୍ଣ

ବେଲପାହାଡ଼,୧୫।୧୦(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବେଲପାହାଡ଼ ପାୈର ପରିଷଦରେ ବହୁ ବ୍ୟବସାୟୀ ଓ ସ୍ବଚ୍ଛଳବର୍ଗ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ତାଲିକାଭୁକ୍ତ ହୋଇ ରିହାତି ମୂଲ୍ୟରେ...

୩ ଯୁବକ ଗିରଫ: ୭୨ ବ୍ୟାଟେରି ଜବତ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜଧାନୀବାସୀଙ୍କ ସୁରକ୍ଷା ନିମନ୍ତେ ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାର ବ୍ୟାଟେରି ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍‌ କରିଛି କମିଶନରେଟ ପୋଲିସ।...

ଏମିତି ଆସେ ମୃତ୍ୟୁ: ମୁଣ୍ଡନ ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ୧୨ ଆହତ

ସାକ୍ଷୀଗୋପାଳ, ୧୦।୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ...

୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟ୍‌ଖା ମନା

ପୁରୁଣାଭୁବନେଶ୍ୱର,୩୦ା୧୦ (ଡି.ଏନ.ଏ.):ନଭେମ୍ବର ୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ ଗୁଟ୍‌ଖା ସମ୍ପୂର୍ଣ୍ଣ ମନା କରାଯିବ। ଏଥିରେ ବ୍ୟତିକ୍ରମ ହେଲେ ୧୦୦ଟଙ୍କା ଫାଇନ ଦେବାକୁ ହେବ ବୋଲି ମଙ୍ଗଳବାର...

ଶସ୍ତାରୁ ହୀନସ୍ତା ହେଲେଣି ଟମାଟୋ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୯ା୩: କେନ୍ଦ୍ରାପଡ଼ା ଜିଲାରେ ଦୁଇ ମାସ ପୂର୍ବେ ଟମାଟୋ ଦର ଆକାଶଛୁଆଁ ଥିଲା। ବଜାରରେ କେଜି ପ୍ରତି ୫୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ...

ମାର୍ଚ୍ଚ ୩୧ ଯାଏ ଧାନ କିଣା ହେବ, ଯୋଗାଣ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର,୨୫।୨(ବ୍ୟୁରୋ): ଧାନକିଣାକୁ ନେଇ ଗତ ଦୁଇଦିନ ଧରି ବିଧାନସଭାକୁ ବିରୋଧୀ ଦଳ ଅଚଳ କରି ରଖିଥିଲେ। ବାଚସ୍ପତି ଏହି ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ...

Advertisement
Archives

Model This Week