ଏମ୍‌ସର ପ୍ରଥମ ଅଙ୍ଗୁଳି ପ୍ରତିରୋପଣ ସଫଳ

ଭୁବନେଶ୍ୱର, ୩ା୫(ବ୍ୟୁରୋ):ସମ୍ପୂର୍ଣ୍ଣ କଟିଯାଇଥିବା ବାମ ହାତ ବୁଢ଼ା ଅଙ୍ଗୁଳିକୁ ଏମ୍‌ସରେ ଭୁବନେଶ୍ୱରରେ ସଫଳତାର ସହିତ ପୁନର୍ବାର ଯୋଡ଼ା ଯାଇଛି। ବର୍ନସ ଆଣ୍ଡ୍‌ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଦଳ ୧୦ ଘଣ୍ଟା ଧରି ଏହି କଠିନ ଅସ୍ତ୍ରୋପଚାର କରିଥିଲା। ରୋଗୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ସହିତ ୧୦ଦିନ ଏମ୍‌ସରେ ରହିବା ପରେ ଘରକୁ ଫେରିଛନ୍ତି। ପୁନଃଯୋଡ଼ା ଯାଇଥିବା ଆଙ୍ଗୁଠିରେ ସ୍ବାଭାବିକ ରକ୍ତ ସଞ୍ଚାଳନ ହୋଇଛି, ଯାହାକି ଯୋଡ଼ିବା ପ୍ରକ୍ରିୟା ସଫଳ ହୋଇଥିବା ଡା. ଗିରି ପ୍ରକାଶ କରିଛନ୍ତି। ପ୍ରଥମଥର ପାଇଁ ଏମ୍‌ସ ଭୁବନେଶ୍ୱରରେ ଏପରି ସଫଳ ଆଙ୍ଗୁଠି ପୁନଃପ୍ରତିରୋପଣ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଖୋର୍ଦ୍ଧା ଜିଲାର ରବୀନ୍ଦ୍ର ମୁଦୁଲି (୫୪)ଙ୍କର ଗତମାସ ୨୦ ତାରିଖ ରାତି ପ୍ରାୟ ୯ଟାରେ ଏକ କଟର ମେଶିନ୍‌ରେ ବାମ ହାତର ବୁଢ଼ା ଆଙ୍ଗୁଠି କଟିଯାଇ ସମ୍ପୂର୍ଣ୍ଣ ଅଲଗା ହୋଇଥିଲା। ରାତି ପ୍ରାୟ ୨ଟାରେ ସେ ଏମ୍‌ସର ଜରୁରିକାଳୀନ ବିଭାଗକୁ ଆସିଥିଲେ। ପ୍ରାୟ ୫ ଘଣ୍ଟା ବିଳମ୍ବରେ ପହଞ୍ଚତ୍ଥିଲେ ମଧ୍ୟ ଆଙ୍ଗୁଠିକୁ ବରଫ ସହାୟତାରେ ସଂରକ୍ଷିତ କରି ଆଣିଥିଲେ। ଏହାପରେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ ହେବା ସହିତ ଅସ୍ତ୍ରୋପଚାର ପାଇଁ ସ୍ଥିର ହୋଇଥିଲା। ଉକ୍ତ ଆଙ୍ଗୁଠିକୁ ପ୍ରଥମେ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ରଖାଯାଇଥିଲା। ବର୍ନସ ଆଣ୍ଡ୍‌ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଡା. ଗିରି, ଡା. ଶାନ୍ତନୁ ସୁବାଙ୍କ ନେତୃତ୍ୱରେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ଡା. କୌଶିକ, ଡା. ଆହାନା ଏବଂ ଡା. ଗୋପିକା ସହଯୋଗ କରିଥିଲେ। ଡା. ନୀତାଶା ଓ ଡା. ପ୍ରେଗ୍‌ମାଂଶୁଙ୍କୁ ନେଇ ଗଠିତ ନିଶ୍ଚେତକ ଦଳ ଏଥିରେ ସାମିଲ ଥିଲେ। ଅସ୍ତ୍ରୋପଚାର ଆରମ୍ଭରୁ ପ୍ରଥମେ ଅଲଗା ହୋଇଯାଇଥିବା ଧମନୀ, ଶିରାପ୍ରଶିରା ଏବଂ ସ୍ନାୟୁକୁ ଯତ୍ନର ସହିତ ମାଇକ୍ରୋସ୍କୋପ୍‌ ସହାୟତାରେ ଯୋଡ଼ା ଯାଇ ସମସ୍ତ ପ୍ରକ୍ରିୟା ୧୦ ଘଣ୍ଟା ମଧ୍ୟରେ ସମ୍ପାଦିତ କରାଯାଇଥିଲା। ଯୋଡ଼ାଯାଇଥିବା ଉକ୍ତ ଆଙ୍ଗୁଠିରେ ଧୀରେ ଧୀରେ ରକ୍ତ ସଞ୍ଚାଳନ ଆରମ୍ଭ ହୋଇଛି। ଫିଜିଓଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ ୩-୪ ମାସ ମଧ୍ୟରେ ଏହି ଆଙ୍ଗୁଠି ସ୍ବାଭାବିକ କାମ କରିବା ଆରମ୍ଭ କରିବ ବୋଲି ଡା. ଗିରି ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଏପରି ଜଟିଳ ପରିସ୍ଥିତିରେ ପ୍ରଥମ ୬ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ଘଟଣା ଘଟିବା ମାତ୍ରେ କଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଅଙ୍ଗକୁ ତୁରନ୍ତ ଏକ ଗଜ୍‌ କନା କିମ୍ବା କପଡ଼ାରେ ଗୁଡ଼ାଇ ପଲିଥିନ୍‌ରେ ରଖିବା ଉଚିତ। ଏଥିସହ ଉକ୍ତ ପଲିଥିନ୍‌କୁ ଏକ ବରଫ ଚାମ୍ବରରେ ଠିକ୍‌ ଭାବରେ ସଂରକ୍ଷିତ କରି ଯଥାଶୀଘ୍ର ରୋଗୀଙ୍କ ସହ ହସ୍ପିଟାଲ ଅଣାଯିବା ଆବଶ୍ୟକ। କିନ୍ତୁ ଅଲଗା ହୋଇଯାଇଥିବା ଅଙ୍ଗକୁ ସିଧାସଳଖ ବରଫରେ ରଖାଯିବା ଉଚିତ ନୁହେଁ ବୋଲି ଡା. ଗିରି ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ, ଓଡ଼ିଶା ମୁଖ୍ୟଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୮।୮(ସତ୍ୟଜିତ୍‌ ରାଉତ): ଅତି କମ୍‌ ସମୟ ମଧ୍ୟରେ ବହୁଗୁଣ ଅର୍ଥ ଲାଭର ପ୍ରଲୋଭନ ଦେଖାଇ ଦେଶବ୍ୟାପୀ ୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ରିପ୍ଟୋ ପୋଞ୍ଜି...

ବିଶ୍ୱ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଓଡ଼ିଆ ଗବେଷକ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ବିଶ୍ୱର ଶ୍ରେଷ୍ଠ ଗବେଷକ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଆ ବୈଜ୍ଞାନିକ। ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶ ପାଇଥିବା ଏହି ତାଲିକାରେ ଭାରତର ୭ଜଣ...

ଉଚ୍ଚଶିକ୍ଷା ପାଇଁ ଖଲାସି କାମ କରୁଛନ୍ତି ମେଧାବୀ ଛାତ୍ର

ଲୋଇସିଂହା,୪।୩: ବଲାଙ୍ଗୀର ଜିଲା ଲୋଇସିଂହା ବସ୍ତି କୁମ୍ଭାରପଡ଼ାର ମେଧାବୀ ଛାତ୍ର ମୁନୁ ରଣା। ମୁମ୍ବାଇ ଦେଉନର ସ୍ଥିତ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନର ଶିକ୍ଷା ବିଭାଗରେ...

ଗଞ୍ଜେଇ ଚାଲାଣ କରୁଥିଲେ ପୋଲିସ ହୋମ୍‌ଗାର୍ଡ

ଜୟପୁର,୨୬ା୮(ନି.ପ୍ର.): ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କାରବାରର ପର୍ଦ୍ଦାଫାଶ ହୋଇଛି। ଜୟପୁର ସଦର ପୋଲିସ ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ପୋଲିସ ହୋମ୍‌ଗାର୍ଡଙ୍କ ସମେତ ୬ଜଣଙ୍କୁ...

ଅଗ୍ନିଶମ ସେବା ରେଞ୍ଜ୍‌ କାର୍ଯ୍ୟାଳୟ ପାଇଁ ଅର୍ଥ ଦାବି

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ସମେତ ଅନୁଗୋଳ, ବାଲେଶ୍ୱର, କୋରାପୁଟ ଏବଂ ଶିଳ୍ପନଗରୀ ରାଉରକେଲାରେ ନୂତନ ଅଗ୍ନିଶମ ସେବା ରେଞ୍ଜ୍‌ କାର୍ଯ୍ୟାଳୟ ଖୋଲାଯିବ। ଏଥିପାଇଁ ୨୦୨୦-୨୧ ଆର୍ଥିକ...

ଆସନ୍ତା ୨ ସୁଦ୍ଧା ସରିବ ଶ୍ରୀମନ୍ଦିର ଗର୍ଭଗୃତ ମରାମତି କାମ: ଏଏସ୍‌ଆଇ

ପୁରୀ ଅଫିସ, ୩୦।୬: ଶ୍ରୀମନ୍ଦିର ଭିତରେ କୌଣସି ପ୍ରକାର ବିପଦ ନାହିଁ। ବିଶେଷଜ୍ଞମାନଙ୍କ ଯାଞ୍ଚ ପରେ ଯେଉଁସବୁ କାମ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା ତାହା...

ଶ୍ରାବଣରେ ବର୍ଷା ଅଭାବ: ଚିନ୍ତାରେ ଚାଷୀ

ନାଉଗଁା,୩ା୮(ସ୍ବ.ପ୍ର): ନିଅଣ୍ଟିଆ ବର୍ଷା ଓ ଅସ୍ବାଭାବିକ ମୌସୁମୀ ପ୍ରବାହ ଯୋଗୁ ଚଳିତ ବର୍ଷ ନାଉଗଁା ବ୍ଲକରେ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ। ଶ୍ରାବଣ ମାସ ଶେଷ ହେବାକୁ...

ଏପ୍ରିଲରୁ ରବିବାର କ୍ଲାସ ବନ୍ଦ

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ଆସନ୍ତା ଏପ୍ରିଲରୁ ସ୍କୁଲରେ ଆଉ ରବିବାର ପାଠପଢ଼ା ହେବ ନାହିଁ। ଏ ନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

Advertisement
Archives

Model This Week