ଏମ୍‌ସର ପ୍ରଥମ ଅଙ୍ଗୁଳି ପ୍ରତିରୋପଣ ସଫଳ

ଭୁବନେଶ୍ୱର, ୩ା୫(ବ୍ୟୁରୋ):ସମ୍ପୂର୍ଣ୍ଣ କଟିଯାଇଥିବା ବାମ ହାତ ବୁଢ଼ା ଅଙ୍ଗୁଳିକୁ ଏମ୍‌ସରେ ଭୁବନେଶ୍ୱରରେ ସଫଳତାର ସହିତ ପୁନର୍ବାର ଯୋଡ଼ା ଯାଇଛି। ବର୍ନସ ଆଣ୍ଡ୍‌ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଦଳ ୧୦ ଘଣ୍ଟା ଧରି ଏହି କଠିନ ଅସ୍ତ୍ରୋପଚାର କରିଥିଲା। ରୋଗୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ସହିତ ୧୦ଦିନ ଏମ୍‌ସରେ ରହିବା ପରେ ଘରକୁ ଫେରିଛନ୍ତି। ପୁନଃଯୋଡ଼ା ଯାଇଥିବା ଆଙ୍ଗୁଠିରେ ସ୍ବାଭାବିକ ରକ୍ତ ସଞ୍ଚାଳନ ହୋଇଛି, ଯାହାକି ଯୋଡ଼ିବା ପ୍ରକ୍ରିୟା ସଫଳ ହୋଇଥିବା ଡା. ଗିରି ପ୍ରକାଶ କରିଛନ୍ତି। ପ୍ରଥମଥର ପାଇଁ ଏମ୍‌ସ ଭୁବନେଶ୍ୱରରେ ଏପରି ସଫଳ ଆଙ୍ଗୁଠି ପୁନଃପ୍ରତିରୋପଣ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଖୋର୍ଦ୍ଧା ଜିଲାର ରବୀନ୍ଦ୍ର ମୁଦୁଲି (୫୪)ଙ୍କର ଗତମାସ ୨୦ ତାରିଖ ରାତି ପ୍ରାୟ ୯ଟାରେ ଏକ କଟର ମେଶିନ୍‌ରେ ବାମ ହାତର ବୁଢ଼ା ଆଙ୍ଗୁଠି କଟିଯାଇ ସମ୍ପୂର୍ଣ୍ଣ ଅଲଗା ହୋଇଥିଲା। ରାତି ପ୍ରାୟ ୨ଟାରେ ସେ ଏମ୍‌ସର ଜରୁରିକାଳୀନ ବିଭାଗକୁ ଆସିଥିଲେ। ପ୍ରାୟ ୫ ଘଣ୍ଟା ବିଳମ୍ବରେ ପହଞ୍ଚତ୍ଥିଲେ ମଧ୍ୟ ଆଙ୍ଗୁଠିକୁ ବରଫ ସହାୟତାରେ ସଂରକ୍ଷିତ କରି ଆଣିଥିଲେ। ଏହାପରେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ ହେବା ସହିତ ଅସ୍ତ୍ରୋପଚାର ପାଇଁ ସ୍ଥିର ହୋଇଥିଲା। ଉକ୍ତ ଆଙ୍ଗୁଠିକୁ ପ୍ରଥମେ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ରଖାଯାଇଥିଲା। ବର୍ନସ ଆଣ୍ଡ୍‌ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଡା. ଗିରି, ଡା. ଶାନ୍ତନୁ ସୁବାଙ୍କ ନେତୃତ୍ୱରେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ଡା. କୌଶିକ, ଡା. ଆହାନା ଏବଂ ଡା. ଗୋପିକା ସହଯୋଗ କରିଥିଲେ। ଡା. ନୀତାଶା ଓ ଡା. ପ୍ରେଗ୍‌ମାଂଶୁଙ୍କୁ ନେଇ ଗଠିତ ନିଶ୍ଚେତକ ଦଳ ଏଥିରେ ସାମିଲ ଥିଲେ। ଅସ୍ତ୍ରୋପଚାର ଆରମ୍ଭରୁ ପ୍ରଥମେ ଅଲଗା ହୋଇଯାଇଥିବା ଧମନୀ, ଶିରାପ୍ରଶିରା ଏବଂ ସ୍ନାୟୁକୁ ଯତ୍ନର ସହିତ ମାଇକ୍ରୋସ୍କୋପ୍‌ ସହାୟତାରେ ଯୋଡ଼ା ଯାଇ ସମସ୍ତ ପ୍ରକ୍ରିୟା ୧୦ ଘଣ୍ଟା ମଧ୍ୟରେ ସମ୍ପାଦିତ କରାଯାଇଥିଲା। ଯୋଡ଼ାଯାଇଥିବା ଉକ୍ତ ଆଙ୍ଗୁଠିରେ ଧୀରେ ଧୀରେ ରକ୍ତ ସଞ୍ଚାଳନ ଆରମ୍ଭ ହୋଇଛି। ଫିଜିଓଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ ୩-୪ ମାସ ମଧ୍ୟରେ ଏହି ଆଙ୍ଗୁଠି ସ୍ବାଭାବିକ କାମ କରିବା ଆରମ୍ଭ କରିବ ବୋଲି ଡା. ଗିରି ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଏପରି ଜଟିଳ ପରିସ୍ଥିତିରେ ପ୍ରଥମ ୬ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ଘଟଣା ଘଟିବା ମାତ୍ରେ କଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଅଙ୍ଗକୁ ତୁରନ୍ତ ଏକ ଗଜ୍‌ କନା କିମ୍ବା କପଡ଼ାରେ ଗୁଡ଼ାଇ ପଲିଥିନ୍‌ରେ ରଖିବା ଉଚିତ। ଏଥିସହ ଉକ୍ତ ପଲିଥିନ୍‌କୁ ଏକ ବରଫ ଚାମ୍ବରରେ ଠିକ୍‌ ଭାବରେ ସଂରକ୍ଷିତ କରି ଯଥାଶୀଘ୍ର ରୋଗୀଙ୍କ ସହ ହସ୍ପିଟାଲ ଅଣାଯିବା ଆବଶ୍ୟକ। କିନ୍ତୁ ଅଲଗା ହୋଇଯାଇଥିବା ଅଙ୍ଗକୁ ସିଧାସଳଖ ବରଫରେ ରଖାଯିବା ଉଚିତ ନୁହେଁ ବୋଲି ଡା. ଗିରି ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?