ଚାଙ୍ଗ୍‌ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ସହ କାର୍ଯ୍ୟ କରିବ ଏମ୍ସ

ଭୁବନେଶ୍ୱର, ୯।୨(ବ୍ୟୁରୋ): ଉନ୍ନତ ସ୍ବାସ୍ଥ୍ୟସେବା ପରିଚାଳନା, ରୋଗ ଚିହ୍ନଟ, ନିରାକରଣ ଓ ଚିକିତ୍ସା କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ)ର ପ୍ରୟୋଗ ପାଇଁ ଭୁବନେଶ୍ୱର ଏମ୍ସ ତାଇୱାନର ଚାଙ୍ଗ୍‌ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ସହିତ ମିଳିତ ଭାବେ କାର୍ଯ୍ୟ କରିବ। ଖୁବ୍‌ଶୀଘ୍ର ଏକ୍ଷେତ୍ରରେ ଗବେଷଣା ଓ ତାଲିମ ପାଇଁ ତାଇୱାନର ଏହି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ ସହିତ ବୁଝାମଣାପତ୍ର ସ୍ବାକ୍ଷର ହେବାର ଯୋଜନା ରହିଛି ବୋଲି ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ଚାଙ୍ଗ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟର ସୂଚନା ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ଏଆଇର ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ସାହୁଙ୍କ ସହ ସାକ୍ଷାତ୍‌ ପରେ ଡା. ବିଶ୍ବାସ ବୁଧବାର ଏହି ମତ ରଖିଛନ୍ତି। ସେ କହିଛନ୍ତି, ଜରୁରିକାଳୀନ କ୍ଷେତ୍ରରେ ତ୍ୱରିତ ଚିକିତ୍ସା ନିମନ୍ତେ ରୋଗର ଶୀଘ୍ର ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ କର୍କଟ କିମ୍ବା ପକ୍ଷାଘାତ(ପାରାଲିସିସ୍‌/ବ୍ରେନ୍‌ ଷ୍ଟ୍ରୋକ୍‌) ରୋଗୀଙ୍କୁ ଡାକ୍ତରଖାନାର ଜରୁରିକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ରୋଗୀଙ୍କୁ ଜରୁରିକାଳୀନ ଚିକିତ୍ସା ଯୋଗାଇବା ସବୁବେଳେ ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ହୋଇଥାଏ। ତେଣୁ ରୋଗର ତ୍ୱରିତ ଚିହ୍ନଟ ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ପ୍ରୟୋଗ ବଡ଼ ଆବଶ୍ୟକତା।

ସୂଚନାଯୋଗ୍ୟ, ତାଇୱାନର ଚାଙ୍ଗ୍‌ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ପ୍ରଫେସର ସାହୁ ଏମ୍ସର ଅଧ୍ୟାପିକା ଅଧ୍ୟାପକଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ପ୍ରୟୋଗ ନେଇ ଅନୁଷ୍ଠିତ ଆଲୋଚନାଚକ୍ରରେ ତଥ୍ୟ ରଖିଥିଲେ। ଯେତେବେଳେ କର୍କଟ କିମ୍ବା ମସ୍ତିଷ୍କାଘାତ/ପକ୍ଷାଘାତ ରୋଗୀଙ୍କୁ ଡାକ୍ତରଖାନାର ଜରୁରିକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ସେତେବେଳେ ରୋଗ ଚିହ୍ନଟ ପାଇଁ ଡାକ୍ତରମାନେ ହିଷ୍ଟୋପାଥୋଲୋଜିକାଲ୍‌, ସିଟି, ସିଟିଏ ଏବଂ ଏମ୍‌ଆରଆଇ ଭଳି ବିଭିନ୍ନ ପ୍ରକାରର ପରୀକ୍ଷା କରିଥାନ୍ତି। ଉକ୍ତ ପରୀକ୍ଷାଗୁଡ଼ିକ ବିଭିନ୍ନ ଫର୍ମାଟରେ ରହିଥାଏ। ତାହାକୁ ଗଭୀର ଭାବେ ଅନୁଧ୍ୟାନ କରି ବିଶ୍ଳେଷଣ କରିବା ହେଉଛି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ଏକ ଅଂଶ। ଇସ୍କେମିକ୍‌ ଷ୍ଟ୍ରୋକ୍‌, ଇଣ୍ଟାକ୍ରାନିଆଲ୍‌ ଷ୍ଟେନୋସିସ୍‌, କଲୋରେକ୍ଟାଲ୍‌ କର୍କଟ ଏବଂ ଫୁସଫୁସ କର୍କଟ ଭଳି ରୋଗୀଙ୍କ ପରୀକ୍ଷା ରିପୋର୍ଟକୁ ବିଶ୍ଳେଷଣ କରିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଉପଯୋଗୀ ହେବ ବୋଲି ପ୍ରଫେସର ସାହୁ ସୂଚନା ଦେଇଛନ୍ତି। ଏହି ଅବସରରେ ଭୁବନେଶ୍ୱର ଏମ୍ସ ମେଡିକାଲ ଅଧୀକ୍ଷକ ଦିଲୀପ କୁମାର ପରିଡ଼ା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ

ଭୁବନେଶ୍ୱର,୮।୭(ସୁନିତ୍‌ ମିଶ୍ର): ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ। ବିକାଶ ଓ ପରିବେଶ ପରସ୍ପରର…

ଆଜି ଏହି ୨ ଜିଲାରେ ଝଡ଼ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୮ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତରଓଡ଼ିଶା -ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଅବପାତ ଦୁର୍ବଳ…

ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ଆବେଦନ ଆରମ୍ଭ: ଶେଷ ତାରିଖ ରହିଛି…

ଭୁବନେଶ୍ୱର,୮ା୭(ସୁଚିସ୍ମିତା ସାହୁ): ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ୨୦୨୬-୨୭ ପାଇଁ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡିରେ ପଞ୍ଜୀକୃତ ଗବେଷକମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri