Posted inଖେଳ

ଏଆଇବିଏ ଚାମ୍ପିୟନ୍ସ ଆଣ୍ଡ ଭେଟେରାନ୍ସ କମିଟି: ମେରିକମ୍‌ ଅଧ୍ୟକ୍ଷ

ନୂଆଦିଲ୍ଲୀ,୪।୩(ପି.ଟି.): ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ଅଭିଜ୍ଞ ଭାରତୀୟ ବକ୍ସର ଏମ୍‌ସି ମେରିକମ୍‌ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ଚାମ୍ପିୟନ୍ସ ଓ ଭେଟେରାନ୍ସ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ବକ୍ସିଂରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଗତବର୍ଷ ଡିସେମ୍ବରରେ ଏଆଇବିଏ ଏହି କମିଟି ଗଠନ କରିଥିଲା।
୩୭ ବର୍ଷୀୟ ମେରିକମ୍‌ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଏଆଇବିଏ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ମତଦାନ ମାଧ୍ୟମରେ ମେରିକମ୍‌ଙ୍କୁ ହାଇପ୍ରୋଫାଇଲ ପଦ ପାଇଁ ଚୟନ କରିଥିଲେ। ଏ ନେଇ ଏଆଇବିଏ ସଭାପତି ଉମର କ୍ରେମ୍‌ଲେଭ ଘୋଷଣା କରିଛନ୍ତି। ପୂର୍ବରୁ ମେରିକମ୍‌ ଏକାଧିକବାର ଏଆଇବିଏର ବ୍ରାଣ୍ଡ୍‌ ଆମ୍ବାଡର ରହିଆସିଛନ୍ତି। ଏହି କମିଟିରେ ବିଶ୍ୱରେ ସମ୍ମାନନୀୟ କେତେଜଣ ସଫଳ ତଥା ଅଭିଜ୍ଞ ବକ୍ସରଙ୍କୁ ସାମିଲ କରାଯାଇଛି। ଅବଶ୍ୟ ପ୍ୟାନେଲର ଅନ୍ୟ ସଦସ୍ୟଙ୍କ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। ମେରିକମ୍‌ ଏବେ ସ୍ପେନ୍‌ରେ ଏକ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ନୂଆ ପଦରେ ନିଯୁକ୍ତ ହୋଇଥିବାରୁ ସେ ଏଆଇବିଏଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମେରିକମ ମଧ୍ୟ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଦଳରେ କାଦିରଙ୍କ ପୁଅ ଉସ୍‌ମାନ

କରାଚୀ, ୨୧ା୧୦ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଅନ୍ତର୍ଜାତୀୟ ଟି୨୦ ଏବଂ ଟେଷ୍ଟ ସିରିଜ ପାଇଁ ସୋମବାର ପାକିସ୍ତାନ କ୍ରିକେଟ ଦଳ ଘୋଷଣା କରାଯାଇଛି। ଟି୨୦ ଦଳରେ...

ୟୁଏଇରେ ଆଇପିଏଲ୍‌ ୨୦୨୦: ଏକ ନୀରବ ମରୁ ଝଡ଼

ଦୁବାଇ,୨୦।୯(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିବା ସତ୍ତ୍ୱେ ଭାରତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଛି। ଏହା ଭାରତ ବଦଳରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସମ୍ଭବ...

ଦ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ!

ନୂଆଦିଲ୍ଲୀ,୧୪।୧୧: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ର ପରବର୍ତ୍ତୀ ମୁଖ୍ୟ ହେବେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ...

ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ଡ୍ର’ରେ ଅଙ୍କିତା

ମେଲବୋର୍ନ,୮।୨(ପି.ଟି.): ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ମୁଖ୍ୟ ଡ୍ର’ରେ ସାମିଲ ହୋଇଛନ୍ତି। ପଞ୍ଚମ ଭାରତୀୟ...

ବିପଦରେ ସଚିନଙ୍କ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୧।୬- କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ରେକର୍ଡକୁ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରମାଗତ ଭାବେ ଭାଙ୍ଗି ଚାଲିଛନ୍ତି। ଗତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ...

ଦୁର୍ଘଟଣାରେ ଭାଙ୍ଗି ଯାଇଥିଲା ମୁଣ୍ଡର ୩୦ ହାଡ: ଏବେ ଅଲିମ୍ପିକ୍ସରେ ଜିତିଲେ ପଦକ

ବେଜିଂ,୧୦।୨: ଶୀତକାଳୀନ ଅଲିମ୍ପିକ୍ସରେ ପୁରୁଷ ଫ୍ରିଷ୍ଟାଇଲ ସ୍କିଙ୍ଗ ବିଗ୍‌ ଏୟାର ଇଭେଣ୍ଟରେ ଆମେରିକାର କଲବି ଷ୍ଟିଭେନ୍ସନ ରୌପ୍ୟ ପଦକ ଜିତିଛନ୍ତି। ୨୪ ବର୍ଷୀୟା ଅଲିମ୍ପିକ୍ସରେ ଖେଳିବା...

ଏହି କ୍ରିକେଟର୍‌ଙ୍କ ବଦଳିଗଲା ଭାଗ୍ୟ, ବେତନ ୪୦୦୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧।୧୨: ଆଇପିଏଲ୍‌ ୨୦୨୨ ପାଇଁ ରିଟେସନ୍‌ ତାଲିକା ବାହାରିଛି। ପଞ୍ଜାବ ବ୍ୟତୀତ ପ୍ରାୟ ସମସ୍ତ ଫ୍ରାଞ୍ଚାଇଜ ସେମାନଙ୍କର ମୂଳ ଖେଳାଳିଙ୍କୁ ବଜାୟ ରଖିଛନ୍ତି। ଅନେକ ଦଳ...

ଡଚ୍‌ ଓପନ: ସେମିରେ ଲକ୍ଷ୍ୟ

ଆଲମେରେ(ନେଦରଲାଣ୍ଡ),୧୨।୧୦- ଦେଶର ଉଦୀୟମାନ ପୁରୁଷ ସିଙ୍ଗଲ୍ସ ଶଟଲର ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ଡଚ୍‌ ଓପନ ସୁପର ୧୦୦ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର...

Advertisement
Archives

Model This Week