କମ୍‌ ପାର୍ଶ୍ୱ ପ୍ରତିକ୍ରିୟାର ଆଣ୍ଟିବାୟୋଟିକ୍ସ ପ୍ରସ୍ତୁତ କରିବ ଏଆଇ

ଓଟାଓ୍ବା, ୨୦ା୮: ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ଏହାରି ମଧ୍ୟରେ କାନାଡାର ମୈନିଟୋବା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନରେ ଏଆଇକୁ ବ୍ୟବହାର କରି କମ୍‌ ପାର୍ଶ୍ୱ ପ୍ରତିକ୍ରିୟା ଥିବା ଉତ୍ତମ ଆଣ୍ଟିବାୟୋଟିକ୍ସକୁ ବିକଶିତ କରିବାର ସମ୍ଭାବନାକୁ ଅନୁଧ୍ୟାନ କରିଛନ୍ତି। ଏକ୍ସପ୍ଲେନେବଲ ଏଆଇ(ଏକ୍ସଏଆଇ)କୁ ବ୍ୟବହାର କରି ଏହାଦ୍ୱାରା ଉନ୍ନତମାନର ଆଣ୍ଟିବାୟୋଟିକ୍ସ ତିଆରି ହୋଇପାରିବ ବୋଲି ଗବେଷକମାନେ ଦାବି କରିଛନ୍ତି।

ସମ୍ପ୍ରତି ଭବିଷ୍ୟତ କହିପାରୁଥିବା ଏଆଇ ମଡେଲଗୁଡ଼ିକୁ ଯାଞ୍ଚ କରିବା ପାଇଁ ଗବେଷକମାନଙ୍କ ଦ୍ୱାରା ‘ଏକ୍ସଏଆଇ’କୁ ଅଧିକରୁ ଅଧିକ ବ୍ୟବହାର କରାଯାଉଛି। ଏହି ଅଧ୍ୟୟନରେ ଗବେଷକଙ୍କ ଟିମ୍‌ ସମ୍ଭାବ୍ୟ ନୂତନ ଆଣ୍ଟିବାୟୋଟିକ୍ସକୁ ଚିହ୍ନଟ କରିପାରୁଥିବା ଏଆଇ ଡ୍ରଗ୍ସ ଆବିଷ୍କାର ମଡେଲମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ‘ଏକ୍ସଏଆଇ’ର ବ୍ୟବହାର କରିଥିଲେ। ଜୈବିକ ପ୍ରଭାବକୁ ଅନୁମାନ କରିବା ପାଇଁ ବୈଜ୍ଞାନିକମାନେ ଡ୍ରଗ୍ସ ରାସାୟନିକ ଡେଟାବେସକୁ ଏଆଇ ମଡେଲରେ ପକାଇଥିଲେ। ଆଶ୍ଚର୍ଯ୍ୟଜନକଭାବେ ଏଆଇ ଏପରି ଉପାଦାନଗୁଡ଼ିକୁ ଆବିଷ୍କାର କରିଥିଲା, ଯାହା ମାନବ ରସାୟନ

ବିଜ୍ଞାନୀମାନଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା ଆବିଷ୍କୃତ ହୋଇନାହିଁ। ପେନ୍‌ସିଲିନ କମ୍ପାଉଣ୍ଡରେ ଅଣ କୋର୍‌ ଗଠନଗୁଡ଼ିକ ଏହାର କୋର୍‌ ଗଠନ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଏହି ଅଧ୍ୟୟନ କହିଛି। ଅଧ୍ୟୟନ କରୁଥିବା ଗବେଷକ ହଣ୍ଟର ଷ୍ଟର୍ମ କହିଛନ୍ତି, ” ଦକ୍ଷ ଆଣ୍ଟିବାୟୋଟିକ୍ସର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରେଡିକ୍ଟିଭ ବା ପୂର୍ବାନୁମାନ ମଡେଲ ଜରୁରୀ ହୋଇଥାଏ। ରସାୟନ ବିଜ୍ଞାନ ଏବଂ ଡ୍ରଗ୍ସ ଆବିଷ୍କାର ପାଇଁ ଭବିଷ୍ୟତରେ ଏଆଇ ବହୁଳ ଭାବେ ବ୍ୟବହୃତ ହେବ।“

ସେହିପରି ମୈନିଟୋବା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ପ୍ରଫେସର ରେବେକା ଢେଭିସ୍‌ କହିଛନ୍ତି, ”ଏହି ଅଧ୍ୟୟନକୁ ବିଶ୍ୱସ୍ତରରେ ଗ୍ରହଣ କରାଯିବାର ଉତ୍ତମ ସମ୍ଭାବନା ରହିଛି। ଅଗଷ୍ଟ ୧୮ରୁ ୨୨ ପର୍ଯ୍ୟନ୍ତ ଆମେରିକାର ଡେନ୍‌ଭର ସହରରେ ଆୟୋଜିତ ହେଉଥିବା ‘ଆମେରିକାନ୍‌ କେମିକାଲ୍‌ ସୋସାଇଟି(ଏସିଏସ୍‌) ଫଲ୍‌ ୨୦୨୪’ ବୈଠକରେ ଉକ୍ତ ଅଧ୍ୟୟନର ତଥ୍ୟକୁ ଉପସ୍ଥାପନ କରାଯିବ“।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?