Posted inଜାତୀୟ

କୃଷି ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ପଛକୁ ହଟିଛୁ ହେଲେ ପୁଣି ଆଗେଇବୁ…

ନୂଆଦିଲ୍ଲୀ, ୨୫।୧୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ମନ୍ତବ୍ୟ ନେଇ ଏବେ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ମହାରାଷ୍ଟ୍ରର ନାଗପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି। ଗତ ମାସରେ ସରକାର ପ୍ରତ୍ୟାହାର କରି ନେଇଥିବା ତିନି କୃଷି ଆଇନକୁ ପୁଣି ନୂଆ ରୂପରେ ଫେରାଇ ଅଣାଯିବ ବୋଲି ତୋମର କହିଛନ୍ତି।

ସେ କହିଛନ୍ତି ଯେ ଆମେ କେବଳ ଗୋଟିଏ ପାଦ ପଛକୁ ହଟିଛୁ। କିନ୍ତୁ ଆମେ ପୁଣି ଆଗେଇବୁ। କାରଣ କୃଷକମାନେ ହେଉଛନ୍ତି ଭାରତର ମେରୁଦଣ୍ଡ।

ସରକାର ନିରାଶ ନୁହଁନ୍ତି ବରଂ ଆଗକୁ ଅପେକ୍ଷା କରି ରହିଛନ୍ତି। ତୋମର ତାଙ୍କ ସମ୍ବୋଧନରେ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ପାଇଁ କିଛି ଲୋକଙ୍କୁ ଦାୟୀ କରିଛନ୍ତି। କୃଷି ମନ୍ତ୍ରୀ କହିଛନ୍ତି ଯେ ଆମେ କୃଷି ସଂଶୋଧନ ଆଇନ ଆଣିଛୁ। କିନ୍ତୁ କିଛି ଲୋକ ଏହି ଆଇନକୁ ପସନ୍ଦ କରନ୍ତି ନାହିଁ। ସ୍ବାଧୀନତାର ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଥିଲା।

ସୂଚନାଯୋଗ୍ୟ, ନଭେମ୍ବର ୨୯ ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ନିର୍ବାଚନର ତିନି ମାସ ପୂର୍ବରୁ ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। ତେବେ ସରକାରଙ୍କ ଏହି ଘୋଷଣା ପରେ ହଠାତ୍‌ ବିରୋଧୀମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ। ନିର୍ବାଚନ ପାଇଁ ଏଭଳି କରାଯାଇଥିବା ବିରୋଧି ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନଶନରେ ବସିଲେ ମୋଦିଙ୍କ ଭାଇ

ଲକ୍ଷ୍ନୌ,୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଆମାଉସି ବିମାନବନ୍ଦରରେ ଧାରଣାରେ ବସିଛନ୍ତି। ଲକ୍ଷ୍ନୌ ପୋଲିସ ତାଙ୍କ ସମର୍ଥକଙ୍କୁ ଗିରଫ କରିଥିବା ସେ ଅଭିଯୋଗ...

ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ, ଏସବୁ ନେତାଙ୍କୁ ଫୋନ୍‌…

ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ନାନା ଚର୍ଚ୍ଚା ଜାରି ରହିଛି। କ୍ୟାବିନେଟ୍‌ରେ କେଉଁମାନଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି ସେ ନେଇ...

ଉପରାଷ୍ଟ୍ରପତି କରୋନା ପଜିଟିଭ୍‌…

ନୂଆଦିଲ୍ଲୀ, ୨୩।୧ : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ନିଜକୁ ଆଇସୋଲେଶନରେ ରଖିଥିବା ସମ୍ପର୍କରେ ନିଜ ଅଫିସିଆଲ...

ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ କ୍ୟାବ ଡ୍ରାଇଭର

ବେଙ୍ଗାଲୁରୁ,୬।୧୦: କ୍ୟାବରେ ଏସି ନ ଚଳାଇବାରୁ କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲରାନି ଡ୍ରାଇଭରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସୋସିଆଲ...

ପିଓକେ ଶିବିରରେ ୫୦୦ ଆତଙ୍କବାଦୀ

ଜମ୍ମୁ,୧୨ା୧୦(ପି.ଟି.): ପାକ୍‌-ଅଧିକୃତ କଶ୍ମୀର (ପିଓକେ)ସ୍ଥିତ ତାଲିମ ଶିବିରଗୁଡ଼ିକରେ ପ୍ରାୟ ୫୦୦ ଆତଙ୍କବାଦୀ ଅଛନ୍ତି। ସେମାନେ ଏଲ୍‌ଓସି ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ସୁଯୋଗ ଖୋଜୁଛନ୍ତି...

ଦୈନିକ ସଂକ୍ରମଣ ୫୦୧…

ନୂଆଦିଲ୍ଲୀ, ୧୬।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮ ହଜାର...

କାନପୁର ଏନ୍‌କାଉଣ୍ଟର: ବିକାଶଙ୍କ ଘର ଆବର୍ଜନାରୁ ମିଳିଲା ୩ ବୋମା

କାନପୁର,୭।୭: ଉତ୍ତରପ୍ରଦେଶ କାନପୁରର ବହୁ ଚର୍ଚ୍ଚିତ ଏନ୍‌କାଉଣ୍ଟରରେ ୮ ପୋଲିସ ଶହୀଦ ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହାପରେ କୁଖ୍ୟାତ ଅପରାଧୀ...

ପିଓକେରେ ପୁଣି ଭୂକମ୍ପ: ୫୩ ଆହତ

ଇସଲାମାବାଦ,୨୬।୯: ପାକିସ୍ତାନ ଅଧିକୃତ କଶ୍ମୀରରେ ସପ୍ତାହକ ଭିତରେ ଦ୍ୱିତୀୟଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିଲା ବୋଲି ଜଣାପଡିଛି।...

Advertisement
Archives

Model This Week