Posted inଜାତୀୟ

ଭିନ୍ନ ରୂପରେ ଆସିପାରେ କୃଷି ଆଇନ

ନୂଆଦିଲ୍ଲୀ,୨୯।୧୧: ପାର୍ଲାମେଣ୍ଟ ଅଧିବେଶନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥାଆନ୍ତି। ସରକାରଙ୍କୁ ଅଡ଼ୁଆରେ ପକାଇବା ଭଳି ପ୍ରସଙ୍ଗରେ ବିପକ୍ଷର ବିରୋଧକୁ ପ୍ରଶମିତ କରିବା ଲାଗି ସେ ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିଥାଆନ୍ତି। କିନ୍ତୁ ଶୀତ ଅଧିବେଶନର ଦିନକ ପୂର୍ବରୁ ଏହାର ବ୍ୟତିକ୍ରମ ଦେଖାଯାଇଛି। କେନ୍ଦ୍ର ପକ୍ଷରୁ ରବିବାର ଡକାଯାଇଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ ବୋଲି ପୂର୍ବରୁ ସରକାର କହିଥିଲେ। ହେଲେ ମୋଦି ଏଥିରେ ଯୋଗଦେଇ ନ ଥିବାରୁ ବିରୋଧୀଙ୍କ ମଧ୍ୟରେ ଅସନ୍ତୋଷ ଓ ସନ୍ଦେହ ପ୍ରକାଶ ପାଇଛି। ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ ମୋଦି ଘୋଷଣା କରିଛନ୍ତି। ତେଣୁ ସେ ଉକ୍ତ ବୈଠକରେ ଯୋଗଦେଇ ଆମ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଆଶା କରିଥିଲୁ। ଭବିଷ୍ୟତରେ ଏହି ଆଇନକୁ ସରକାର ଭିନ୍ନ ରୂପରେ ଆଣିବେ ବୋଲି ଆଶଙ୍କା ପ୍ରକାଶ ପାଉଥିବାରୁ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଆମେ ପ୍ରଶ୍ନ କରିଥାଆନ୍ତୁ। ହେଲେ ତାଙ୍କ ଅନୁପସ୍ଥିତି ସମସ୍ତଙ୍କୁ ନିରାଶ କରିଛି। ଅନ୍ୟପକ୍ଷେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି, ପ୍ରଧାନମନ୍ତ୍ରୀ କୌଣସି ସଂସଦୀୟ ପରମ୍ପରା ଭଙ୍ଗ କରିନାହାନ୍ତି। ସର୍ବଦଳୀୟ ବୈଠକରେ ସାମିଲ ହେବା ପରମ୍ପରା ମୋଦି ନିଜେ ଆରମ୍ଭ କରିଥିଲେ।
ସୋମବାର (ନଭେମ୍ବର ୨୯)ରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ୨୩ରେ ଶେଷ ହେବ ବୋଲି ପୂର୍ବରୁ ସ୍ଥିର କରାଯାଇଛି। ତେଣୁ ରବିବାର କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ୩୧ ଦଳର ନେତା ଯୋଗଦେଇଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଅନୁପସ୍ଥିତ ରହିଥିଲେ। ଏଥିରେ ସରକାରଙ୍କ ପକ୍ଷରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ ପ୍ରତିନିଧିତ୍ୱ କରିଥିଲେ। ବିରୋଧୀ ନେତାଙ୍କ ମଧ୍ୟରେ ଅଧୀର ରଞ୍ଜନ ଚୌଧୁରୀ ଓ ଆନନ୍ଦ ଶର୍ମା (କଂଗ୍ରେସ), ଟି.ଆର୍‌. ବାଲୁ ଓ ତିରୁଚି ଶିବା (ଡିଏମ୍‌କେ), ଶରଦ ପାଓ୍ବାର (ଏନ୍‌ସିପି), ବିନାୟକ ରାଉତ୍‌ (ଶିବସେନା), ରାମଗୋପାଳ ଯାଦବ(ସମାଜବାଦୀ ପାର୍ଟି), ସତୀଶ ମିଶ୍ର (ବିଏସ୍‌ପି), ପ୍ରସନ୍ନ ଆଚାର୍ଯ୍ୟ (ବିଜେଡି) ଏବଂ ଫାରୁକ୍‌ ଅବ୍‌ଦୁଲ୍ଲା (ନ୍ୟାଶନାଲ କନ୍‌ଫରେନ୍ସ) ପ୍ରମୁଖ ଉପସ୍ଥିତ ଥିଲେ। ଅଧିକାଂଶ ବିରୋଧୀ ନେତା ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ ବୃଦ୍ଧି, ପେଗାସସ୍‌ ସ୍ପାଏଓ୍ବେର ଜରିଆରେ କେନ୍ଦ୍ରର ଗୁପ୍ତଚରଗିରି ଏବଂ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟକୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ପରିସର ବୃଦ୍ଧି ନେଇ ପ୍ରଶ୍ନ ଉଠାଇଥିଲେ। ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ନେଇ ଅଧିବେଶନରେ ବିଲ୍‌ ଆଗତ କରାଯାଉ ବୋଲି ବୈଠକରେ ଟିଏମ୍‌ସି, ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଏବଂ ଡିଏମ୍‌କେର କେତେଜଣ ନେତା ପ୍ରସ୍ତାବ ଦେଇଥିଲେ।
ସେହିପରି ତୃଣମୂଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବଂ ଡେରେକ୍‌ ଓ’ ବ୍ରାଏନ୍‌ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସୁନିଶ୍ଚିତ କରିବା ପାଇଁ ନୂଆ ଆଇନ ପ୍ରଣୟନ ଓ ଲାଭଦାୟକ ସରକାରୀ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗ ଉଠାଇ ଏସବୁ ଉପରେ ଆଲୋଚନା ପାଇଁ ଦାବି କରିଥିଲେ। କେନ୍ଦ୍ରର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା କୃଷକମାନଙ୍କ ପରିବାରକୁ କ୍ଷତିପୂରଣ ଏବଂ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)କୁ ଚାଇନା ମାଡ଼ିଆସିବାରୁ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରସଙ୍ଗରେ ଆଲୋଚନା କରାଯାଉ ବୋଲି କଂଗ୍ରେସ ଦାବି କରିଥିଲା। ଇତିମଧ୍ୟରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂଙ୍କୁ କହିବାକୁ ସୁଯୋଗ ଦିଆ ନ ଯିବାରୁ ସେ ବୈଠକ ତ୍ୟାଗ କରି ଉଠିଆସିଥିଲେ। ସରକାର ପାର୍ଲାମେଣ୍ଟ ଭିତରେ ଓ ବାହାରେ ତାଙ୍କୁ କିଛି କହିବାକୁ ଦେଉ ନ ଥିବା ସଞ୍ଜୟ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଥିଲେ। ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ମଧ୍ୟ ଏମ୍‌ଏସ୍‌ପି ପ୍ରସଙ୍ଗ ଉଠାଇ ଏହା ଉପରେ ବୈଧାନିକ ସଂକଳ୍ପନାମା ଆଣିବା ଲାଗି ଯୁଗ୍ମ ସଂସଦୀୟ କମିଟି ଗଠନ ଦାବି କରିଥିଲା। ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଅକ୍ଟୋବର ୩ରେ କୃଷି ଆଇନ ବିରୋଧରେ ବିକ୍ଷୋଭ ବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ମାଡ଼ିଯିବାରୁ ୩ ଚାଷୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ପ୍ରସଙ୍ଗରେ ଅଜୟ ମିଶ୍ରାଙ୍କୁ ବହିଷ୍କାର କରାଯାଉ ବୋଲି ପ୍ରାୟ ସମସ୍ତ ବିରୋଧୀ ଦଳ ଦାବି କରିଥିଲେ। ପ୍ରକାଶ ଯେ, ବିବାଦୀୟ କୃଷି ଆଇନ ବିରୋଧରେ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବାବେଳେ ୟୁପି ଓ ପଞ୍ଜାବ ସମେତ ୫ ରାଜ୍ୟରେ ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ରଦ୍ଦ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୯ ତାରିଖରେ ଟିଭିରେ ଘୋଷଣା କରିଥିଲେ। ଶୀତ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍‌ ସୋମବାର କୃଷକମାନଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ଆଇନ, ୨୦୨୦, ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ରାଜିନାମା, କୃଷି ସେବା ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ ରଦ୍ଦ ଲାଗି ବିଲ୍‌ ଆଗତ କରାଯିବ। ଉକ୍ତ ବିଲ୍‌କୁ ଗତ ୧୪ ତାରିଖରେ କ୍ୟାବିନେଟ ମଞ୍ଜୁରୀ ଦେଇଛି। କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହାକୁ ଆଗତ କରିବେ। ଏଥିପାଇଁ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ଲୋକ ସଭା ଓ ରାଜ୍ୟ ସଭାରେ ଉପସ୍ଥିତ ରହିବା ଲାଗି ନିଜ ନିଜ ସଦସ୍ୟମାନଙ୍କ ସକାଶେ ହୁଇପ୍‌ ଜାରି କରିଛନ୍ତି। ଉକ୍ତ ଅଧିବେଶନରେ କ୍ରିପ୍ଟୋକରେନ୍ସି ଆଣ୍ଡ ରେଗୁଲେଶନ୍‌ ଅଫ୍‌ ଅଫିସିଆଲ କରେନ୍ସି ବିଲ୍‌, ନାର୍କୋଟିକ୍ସ ଡ୍ରଗ୍‌ ଆଣ୍ଡ ସାଇକୋଟିକ୍‌ ସବ୍‌ଷ୍ଟାନ୍ସେସ୍‌ ବିଲ୍‌, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସଂଶୋଧନ) ବିଲ୍‌ ଏବଂ ଦିଲ୍ଲୀ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ (ସଂଶୋଧନ) ବିଲ୍‌ ସମେତ ମୋଟ ୨୬ଟି ବିଧେୟକ ଆଗତ କରିବା ପାଇଁ ସରକାର ଗୃହକାର୍ଯ୍ୟ ତାଲିକାରେ ସୂଚୀବଦ୍ଧ କରିଥିବା ଜଣାପଡ଼ିଛି। ସରକାରଙ୍କୁ ଘେରିବା ପାଇଁ ୨୯ ବିରୋଧୀ ଦଳ ସୋମବାର ଅଧିବେଶନ ପୂର୍ବରୁ ଏକାଠି ହୋଇ ରଣନୀତି ସ୍ଥିର କରିବେ। ତେବେ ଉକ୍ତ ବୈଠକରେ ତୃଣମୂଳ କଂଗ୍ରେସ ଯୋଗ ଦେଇ ନ ପାରେ ବୋଲି ଦଳର ଜଣେ ନେତା କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?